ମରିଗଲା ମାନବିକତା, ଲାତ ମାରି ନେଇଗଲା ଗର୍ଭସ୍ଥ ଶିଶୁର ଜୀବନ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଆଉ ମାତ୍ର କେଇଟା ଦିନ ପରେ ଦୁନିଆକୁ ଆସିଥାନ୍ତି। ତା’ର ଖିଲି ଖିଲି ହସ ଓ କୁଆଁ କୁଆଁ କାନ୍ଦରେ ପୂରା ଘର ଫାଟି ପଡ଼ିଥାନ୍ତି। ହେଲେ ବିଧିର ବିଧାନ ଥିଲା ଅଲଗା। ଜନ୍ମ ହେବା ପୂର୍ବରୁ ତାକୁ ଶେଷ କରି ଦିଆଗଲା। ଅତି ନିଷ୍ଠାର ଭାବେ ତା’ର ଜୀବନ ନେଇଗଲା କାଳରୂପୀ ଡକାୟତ। ସବୁ ସୀମା ଲଙ୍ଘିଗଲା ମଣିଷ ପଣିଆ। ମରିଗଲା ମାନବକିତତା। ଗର୍ଭାବସ୍ଥାରେ ଥିବା ନିଷ୍ପାପ ଶିଶୁକୁ ଛାଡିଲା ନାହିଁ ଏହି କାଳରୂପୀ ଡକାୟତ। କପାଇ ଦେଲା ମାଆ ପେଟକୁ ଏକ ଶକ୍ତ ଗୋଇଠା। ଆଉ ତା’ପରେ ଯେମିତି ଚାରିଆଡେ ଘୋଟି ଆସିଲା ଅନ୍ଧକାର। ଏହା ହେଉଛି, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଦୋଷିଆ ଗାଁର ଘଟଣା। ୭ ମାସର ଗର୍ଭସ୍ଥ ଶିଶୁକୁ ଡକାୟତୀ କରିବାକୁ ଆସିଥିବା ଦୁର୍ବୃତ୍ତ ଅମାନୁସିକ ଭାବେ ଲାତ ମାରି ହତ୍ୟା କରିଛି।

ଘଟଣାଟି ଅବିଶ୍ୱସନୀୟ, ଅପରିକଳ୍ପନୀୟ, ଅଭାବନୀୟ ଲାଗୁଛି। ହେଲେ ଏହା ସମ୍ପୂର୍ଣ୍ଣ ସତ। ଦୋହଲି ଯାଇଛି ମାତୃତ୍ୱ। ଅସମ୍ଭାଳ ହୋଇପଡ଼ିଛି ମାଆ ମାନସୀ ସ୍ୱାଇଁ କୋହ। ଗତ ୧୧ ତାରିଖ ରାତିର ଘଟଣା। ସ୍ୱାମୀଙ୍କ ଅନୁପସ୍ଥିତିରେ ନିଜର ଦୁଇ ଶିଶୁକନ୍ୟା ସହ ଖାଇପିଇ ଘରେ ଶୋଇଥିଲେ ମାନସୀ। ରାତି ପ୍ରାୟ ୩ଟାରେ କୌଶଳକ୍ରମେ ଘରେ ପଶିଲେ ୩ ଦୁର୍ବୃତ୍ତ। ଏହାଦେଖି ମାନସୀ ୩ ଦୁର୍ବୃତ୍ତଙ୍କୁ ପ୍ରତିରୋଧ କରିଥିଲେ। କିନ୍ତୁ ମାନସୀଙ୍କୁ ପାଲଟା ଆକ୍ରମଣ କରି ତାଙ୍କ ପେଟକୁ ଲାତ ମାରିଥିଲେ ଦୁର୍ବୃତ୍ତ। ଏହାପରେ ବାକ୍ସରେ ଥିବା ଟଙ୍କା, ସୁନା ଧରି ଚମ୍ପଟ ମାରିଥିଲେ। ଗୁରୁତର ଅବସ୍ଥାରେ ମାନସୀଙ୍କୁ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗର୍ଭପାତ କରାଯାଇ ଏକ ମୃତ ଶିଶୁପୁତ୍ରଟିକୁ ଜନ୍ମ କରାଯାଇଥିଲା।

ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାରେ ଆହୁରି ଏକାଧିକ ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଧରିବାକୁ ପୋଲିସ ତା’ର ତଦନ୍ତ ପରିସରକୁ ବଢ଼ାଇ ଦେଇଛି।

Ordigital Desk
• Published: Sunday, 15 April 2018
• Updated: 15 April 2018, 08:30 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos