ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେଲା ଚୋରି କରୁଛି। ଏ ଯାବତ ୨ଶହରୁ ଅଧିକ ଚୋରି କରି ସାରିଲିଣି। ଭଲ ଲାଗୁନି, ହେଲେ ଛାଡ଼ି ପାରିବିନି। ଆଗକୁ ବି କରିବି। ପୁରୁଣା ଅଭ୍ୟାସ କିପରି ଛାଡ଼ିବି ବୋଲି ପୁଲିସ୍ ହାତରେ ଧରା ପଡ଼ିବା ପରେ କହିଛନ୍ତି କୁଖ୍ୟାତ ଲୁଟେରା ହେମନ୍ତ ଦାସ ।
ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧୀନ ହାଟସାହିର ବାସିନ୍ଦା ହେଉଛନ୍ତି ହେମନ୍ତ ଦାସ । ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ପୁଅ । ପୁଅ ଓକିଲାତି କରୁଛି। ଘର ଭଡ଼ା ଲାଗିଛି, ମନ୍ଦିର ବି ଅଛି । ସେଥିରୁ ବି କିଛି ଆୟ ହେଉଛି। ହେଲେ ୧୯୮୬ ମସିହାରୁ ଚୋରି ଦୁନିଆରେ ପାଦ ଥାପିଥିବା ହେମନ୍ତ ଜଣେ ଆନ୍ତଃରାଜ୍ୟ ଓ ଆନ୍ତଃ ଜିଲ୍ଲା ଲୁଟେରା।
[caption id="attachment_712023" align="aligncenter" width="650"]
ଏ ଯାବତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ବୁଲି ବୁଲି ଚୋରି କରିଛନ୍ତି। ଏପରିକି ଚୋରି ନିମନ୍ତେ ସେ ହିନ୍ଦୀ, ବଙ୍ଗାଳି, ତେଲଗୁ ପରି ବିଭିନ୍ନ ଭାଷା ମଧ୍ୟ ଶିଖିଛନ୍ତି। ଏ ଯାବତ ସାରା ଭାରତର ବିଭିନ୍ନ ସହରରେ ପ୍ରାୟ ୨ଶହରୁ ଅଧିକ ଜାଗାରେ କଳାକନା ବୁଲାଇ ସାରିଲେଣି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିଭିନ୍ନ ଥାନାରେ ହେମନ୍ତ ନାଁରେ ମାମଲା ରୁଜୁ ହୋଇଛି। ହେମନ୍ତ ନାଁରେ ଚୋରି, ଡକାୟତି ନେଇ ଏ ଯାବତ ୧୧୦ଟି ମାମଲା ରୁଜୁ ହୋଇଥିବା କହିଛନ୍ତି ଏସିପି ଅମରେନ୍ଦ୍ର ପଣ୍ଡା ।
ଗତ ସେପ୍ଟେମ୍ବରରେ ଚନ୍ଦ୍ରଶେଖରପୁର ପୁଲିସ ଦ୍ୱାରା ଧରାପଡ଼ିଥିଲା ହେମନ୍ତ । ଆଉ ଚୋରି କରିବିନି ବୋଲି ସେତେବେଳେ ଶପଥ ମଧ୍ୟ ନେଇଥିଲା। ହେଲେ ପୂର୍ବ ଅଭ୍ୟାସ ଛାଡ଼ି ପାରିଲାନି। ଏହାପରେ କଟକର ଏକ ଚୋରି ମାମଲାରେ ଗିରଫ ହୋଇ ଏପରି ଆଖି ଖୋସିଲା ପରି ଖୁଲାସା କରିଛି ହେମନ୍ତ।
[caption id="attachment_712024" align="aligncenter" width="650"]
ଗତ ୨୯ ତାରିଖରେ କଟକ ବିକାଶ ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ହୋଇଥିଲା। ଏ ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ସିସିଟିଭ ଫୁଟେଜ ଆଧାରରେ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ପୁଲିସ୍ ଭୁବନେଶ୍ୱରରୁ ହେମନ୍ତଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୪୦ ଗ୍ରାମ ଓଜର ସୁନା, ୨୫୦ ଗ୍ରାମର ରୂପା, ଗୋଟିଏ ମୋବାଇଲ, ୨୨ ହଜାର, ଫର୍ଜରୀ ଡକ୍ୟୁମେଣ୍ଟ, କିଛି ମାରଣାସ୍ତ୍ର ଜବତ ହୋଇଛି। ହେମନ୍ତଙ୍କଠାରୁ ଚୋରି ସୁନା କିଣିଥିବା ଅଭିଯୋଗରେ ପୁଲିସ୍ ବାରଙ୍ଗ ଥାନା ଅଞ୍ଚଳର ବୈଦ୍ୟନାଥ ସାହୁ ନାମକ ବ୍ୟକ୍ତିକୁ ଗିରଫ କରିଛି।
ହେମନ୍ତଙ୍କ ଲୁଟ୍ ଫଣ୍ଡା
ଦୀର୍ଘ ୩୫ ବର୍ଷ ହେବ ଲୁଟ୍ ଚଳାଇ ଆସିଥିବା ହେମନ୍ତ ନିଜ ଗ୍ରୁପ୍ରେ ଆଉ କାହାକୁ ସାମିଲ କରୁ ନ ଥିଲେ। ସବୁ କାମ ନିଜେ କରୁଥିଲେ। ଏପରିକି ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବୁଲି ପ୍ରଥମେ ଦୀର୍ଘ ଦିନ ପର୍ଯ୍ୟନ୍ତ ତାଲା ପଡ଼ୁଥିବା ଘରକୁ ଚିହ୍ନଟ କରୁଥିଲେ। ଏହାପରେ ସୁବିଧା ସୁଯୋଗ ଦେଖି ନିଜେ ହିଁ ଆରମ୍ଭ କରୁଥିଲେ ଲୁଟ୍ ଅଭିଯାନ । ଏପରିକି ନିଜେ ତାଲା ଭାଙ୍ଗିବା ସହ ଘରେ ପଶି ସୁନା, ଟଙ୍କା ଲୁଟି ନେଉଥିଲେ। ହେଲେ ସୁନା ଅପେକ୍ଷା ଟଙ୍କା ଲୁଟ୍ କରିବାକୁ ସେ ଅଧିକ ପସନ୍ଦ କରୁଥିବା କହିଛନ୍ତି ହେମନ୍ତ ।
ଦୀର୍ଘ ବର୍ଷର ଅଭ୍ୟାସ ଛାଡ଼ିବା ସହଜ ନୁହେଁ। ଆଗକୁ ସୁଯୋଗ ପାଇଲେ ପୁଣି ଥରେ ଏହି ଲାଇନ୍ରେ ଆକ୍ଟିଭ ହେବା ସହ ଫୁଲ୍ ଦମ୍ରେ ଚୋରି କରିବାରେ ଲାଗି ପଡ଼ିବେ ବୋଲି ଦମ୍ଭୋକ୍ତିର ସହ କହିଛନ୍ତି।