Advertisment

ବନ୍ଦ କରିଦେଲେ ଲିଙ୍ଗରାଜଙ୍କ ମଙ୍ଗନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବନ୍ଦ କରିଦେଲେ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗନ। ଦାବି ନ ମାନିଲେ ଆଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ବାହାଘର ମଧ୍ୟ କରାଇ ଦିଆଯିବନି। ଏଭଳି ଚରମବାଣୀ ଶୁଣାଇଛି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ହେବା ନେଇ ଅଶଙ୍କା ଉପୁଜିଛି। ମଙ୍ଗନ ନୀତି ହୋଇନଥିବାରୁ ଶୀତଳଷଷ୍ଠୀ ବା ଶିବ ବିବାହ ସମ୍ପୂର୍ଣ୍ଣ ହେବା ଉପରେ […]

author-image
Niranjan Mishra
ଅଦ୍ୟତନ ହୋଇଛି
ବନ୍ଦ କରିଦେଲେ ଲିଙ୍ଗରାଜଙ୍କ ମଙ୍ଗନ

Lingraj

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବନ୍ଦ କରିଦେଲେ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗନ। ଦାବି ନ ମାନିଲେ ଆଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ବାହାଘର ମଧ୍ୟ କରାଇ ଦିଆଯିବନି। ଏଭଳି ଚରମବାଣୀ ଶୁଣାଇଛି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ହେବା ନେଇ ଅଶଙ୍କା ଉପୁଜିଛି।

Advertisment

ମଙ୍ଗନ ନୀତି ହୋଇନଥିବାରୁ ଶୀତଳଷଷ୍ଠୀ ବା ଶିବ ବିବାହ ସମ୍ପୂର୍ଣ୍ଣ ହେବା ଉପରେ ପ୍ରଶ୍ନବାଚୀ ଦେଖାଦେଇଛି। ପୂର୍ବ ଦାବି ପୂରଣ ହୋଇନଥିବାରୁ ଏଭଳି ଅସହଯୋଗ କରିଛନ୍ତି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ।

ଶ୍ରୀ ପତି କହିଛନ୍ତି, ରାଜାରାଜୁଡ଼ା ଅମଳରୁ ସେବାପୂଜା କରିବା ନିମନ୍ତେ ସେବାୟତଙ୍କୁ ଦିଆଯାଇଥିବା ଜମି ସେମାନଙ୍କ ଠାରୁ ଛଡ଼ାଇ ନେଇ ଠାକୁରଙ୍କ ଖାତାଭୁକ୍ତ  କରି ଦିଆଯାଉଛି। ସମ୍ପତ୍ତି ସୁରକ୍ଷା ନେଇ ତାଙ୍କ ଦାବିକୁ କେହି ସମାଧାନ କରୁନାହାନ୍ତି। କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ହେଉନି। କରୋନା ସମୟରେ ବହୁ ଅନୁରୋଧ ସତ୍ତ୍ୱେ ସରକାର ଠାକୁରଙ୍କ ଅଶୋକାଷ୍ଟମୀ ଯାତ୍ରା ଓ ଚନ୍ଦନଯାତ୍ରା ବନ୍ଦ କରିଦେଲେ। ପରମ୍ପରା ଭାଙ୍ଗିଦେଲେ। ସେହିପରି ସେବାୟତଙ୍କ ଦାବି ପୂରଣ ନ ହେଲେ ଶୀତଳ ଷଷ୍ଠୀ ମଧ୍ୟ ହେବ। ଏହା ଆସନ୍ତା ବର୍ଷ ହେବ। ଏଥିରେ କିଛି ଅସୁବିଧା ନାହିଁ। କୋଟିକୋଟି ଟଙ୍କା ଖର୍ଚ୍ଚ କରି ସରକାର ମନ୍ଦିରର ବିକାଶ କାମ କରୁଛନ୍ତି। ହେଲେ ଠାକୁରଙ୍କ ପରମ୍ପରା ଠିକ ଭାବେ କରିବାକୁ ଚେଷ୍ଟା ହେଉନି। ଜିଲ୍ଲାପାଳ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ହୋଇଥାଇ ମଧ୍ୟ କୌଣସି ସମାଧାନ ବାଟ ବାହାର କରୁନାହାନ୍ତି। ହାଇକୋର୍ଟ ନିଷ୍ପତ୍ତି ପାଳନ କରାଯାଉନି। ତେଣୁ ସେବକଙ୍କ ସମସ୍ୟା ସମାଧାନ ନ ହେଲେ ସେମାନେ ଶୀତଳଷଷ୍ଠୀ ପାଳନରେ ଅସହଯୋଗ କରିବେ ବୋଲି ସେ କହିଛନ୍ତି।

Advertisment
ShitalSasthi Festival