ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ: କେନ୍ଦ୍ରକୁ ସ୍ପଷ୍ଟୀକରଣ ପଠାଇଲା ଓଡ଼ିଶା, ସବୁ ଆପତ୍ତିକୁ ଫାଙ୍କିଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଆଜି ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ଅଧ୍ୟାଦେଶକୁ ନେଇ ୨୦୨୨ ମାର୍ଚ୍ଚ ୩ ତାରିଖ ଓ ୨୦ ତାରିଖରେ ଯେଉଁ ସବୁ ଆପତ୍ତି ଉଠାଯାଇଥିଲା ତାହା ଉପରେ ଆଜି ଓଡ଼ିଶା ସରକାର […]

lingraj

lingraj

Ordigital Desk
  • Published: Tuesday, 31 May 2022
  • Updated: 01 June 2022, 01:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାରଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଆଜି ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ଅଧ୍ୟାଦେଶକୁ ନେଇ ୨୦୨୨ ମାର୍ଚ୍ଚ ୩ ତାରିଖ ଓ ୨୦ ତାରିଖରେ ଯେଉଁ ସବୁ ଆପତ୍ତି ଉଠାଯାଇଥିଲା ତାହା ଉପରେ ଆଜି ଓଡ଼ିଶା ସରକାର ନିଜର ପଏଣ୍ଟୱାରି ନିଜର ଆଭିମୁଖ୍ୟ ରଖିଥିବା ଦର୍ଶାଇଛନ୍ତି । ତେବେ ଏହି ଅଧ୍ୟାଦେଶର ବିଭିନ୍ନ ପ୍ରାବଧାନ କେନ୍ଦ୍ର ସରକାରଙ୍କ ଆମସାର ଆକ୍ଟ-୧୯୫୮ ଓ ଏଏଟି ଆକ୍ଟ-୧୯୭୨ର ବିରୋଧାଚରଣ କରୁଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେଉଁ ଆପତ୍ତି ଉଠାଇଥିଲା , ତାକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଫାଙ୍କି ଦେଇଛନ୍ତି । ଓଲଟା ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫କୁ କାର୍ଯ୍ୟକାରୀ କରାଯାଇ ଯେଭଳି ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରର ନିତିକାନ୍ତି ଓ ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇଛି, ସେଭଳି ପ୍ରାବଧାନ ଏହି ଅଧ୍ୟାଦେଶରେ ରହିଥିବାରୁ ଏହାକୁ ଅନୁମତି ଦେବାକୁ ଓଡ଼ିଶା ସରକାର ଯୁକ୍ତି ବାଢ଼ିଛନ୍ତି।

ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଏହି ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ କାର୍ଯ୍ୟକାରୀ କରିବା ନିମନ୍ତେ ୨୦୨୨ ଏପ୍ରିଲ ୮ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଓ ୨୦୨୧ ଫେବୃୟାରୀ ୧୧ ତାରିଖରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଲ୍ୟାଣ୍ଡ ରିସୋର୍ସ ବିଭାଗରୁ ଅନାପତ୍ତି ପ୍ରମାଣପତ୍ର ମିଳିସାରିଛି । ସଂସ୍କୃତି ମନ୍ତ୍ରଣାଳୟ ଯେଉଁ ସବୁ ଆପତ୍ତି ଉଠାଇଥିଲା ତାକୁ ମଧ୍ୟ ଅନୁରୂପ ଭାବେ ସ୍ପଷ୍ଟୀକରଣ ଦିଆଯାଇ ସାରିଛି । ତେଣୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଲାଗୁ କରିବା ନିମନ୍ତେ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ରାଷ୍ଟ୍ରପତି ଦେବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର କେନ୍ଦ୍ର ଗୃହ ସଚିବଙ୍କୁ ଅନୁରୋଧ କରିଛନ୍ତି । ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ପୂଜା ଓ ସେବାକୁ ସୁବ୍ୟସ୍ଥିତ କରିବା ନିମନ୍ତେ ଏହି ଅଧ୍ୟାଦେଶକୁ ଲାଗୁ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ଏକାଦଶ ଶତାବ୍ଦୀର ମହାପ୍ରଭୁ ଲିଙ୍ଗରାଜ ମନ୍ଦିର କମ୍ପେ୍ଲକ୍ସରେ ୯ଟି ମନ୍ଦିର ଓ ୩ଟି ପୁଷ୍କରଣୀକୁ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ଦ୍ୱାରା ସଂରକ୍ଷିତ । ଏହି ପ୍ରାଚୀନ କୀର୍ତ୍ତିରାଜିକୁ ଆମସାର ଆକ୍ଟ-୧୯୫୮ର ପ୍ରାବଧାନ ଅନୁସାରେ ଜାତୀୟ ସଂରକ୍ଷିତ କୀର୍ତ୍ତିରାଜି ଭାବେ ପରିଗଣିତ ହେଉଛି । ଏଏସଆଇ ଏହି କୀର୍ତ୍ତିରାଜିର ସଂରକ୍ଷଣ ଓ ମରାମତି ଦାୟିତ୍ୱରେ ରହିଛି । ତେବେ ରାଜ୍ୟ ସରକାରଙ୍କ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶର ଧାରା ୧୫(୨), ୧୭(୩) ୨୨(୨ଘ), ୨୨(୩), ୩୩(୧ଗ), ୩୩(୧ଖ), ୩୩(୧ଙ)ର ପ୍ରାବଧାନ ସିଧାସଳଖ ଭାବେ ଆମସାର ଆକ୍ଟର ପ୍ରାବଧାନର ବିରୋଧାଚରଣ କରୁଛି ବୋଲି କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ । ଆମସାର ଆକ୍ଟ ଦ୍ୱାରା ଏହି ପ୍ରାଚୀନ ସଂରକ୍ଷିତ କୀର୍ତ୍ତିରାଜିର ସଂରକ୍ଷଣ ହେଉଥିବାବେଳେ ଅଧ୍ୟାଦେଶ ଲାଗୁ କରିବାର ସମ୍ବିଧାନିକ କ୍ଷମତାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଆମସାର ଆକ୍ଟ ଅନୁସାରେ ସଂରକ୍ଷିତ କୀର୍ତ୍ତିରାଜିର ୧୦୦ମିଟର ପରିସରରେ ସମସ୍ତ ପ୍ରକାରର ନୂଆ ନିର୍ମାଣ ଉପରେ ସମ୍ପୂର୍ଣ୍ଣ କଟକଣା ରହିଥିବାବେଳେ ୨୦୦ମିଟର ଅଂଚଳରେ କୌଣସି ପ୍ରକାରର ନିର୍ମାଣ ନିମନ୍ତେ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣଙ୍କ ସୁପାରିଶରେ ଉପଯୁକ୍ତ କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ଦେବେ।

କିନ୍ତୁ ଓଡ଼ିଶା ସରକାରଙ୍କ ଅଧ୍ୟାଦେଶରେ ଏହି ନିୟମକୁ ଖୋଲାଖୋଲି ବିରୋଧ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଖଣ୍ଡନ କରିଛନ୍ତି । କେବଳ ମନ୍ଦିର ପରିଚାଳନା କମିଟିକୁ ଏହି ମରାମତି ପାଇଁ ଅନୁମତିର ପ୍ରାବଧାନ ଅଛି । ପ୍ରାକୃତିକ ବିପର୍ଯ୍ୟୟ ଓ ଅତି ଜରୁରୀ ପରିସ୍ଥିତିରେ ମନ୍ଦିର ପରିଚାଳନା କମିଟି ଦ୍ୱାରା ମରାମତି ଓ ନିର୍ମାଣ କାର୍ଯ୍ୟ ହୋଇପାରିବ ତା’ପୁଣି ଏଏସଆଇର ବିଶେଷଜ୍ଞଙ୍କ ସହ ପରାମର୍ଶରେ ବୋଲି କୁହାଯାଇଛି । ମନ୍ଦିର ପରିସରରେ ବ୍ୟବସାୟିକ ଦୃଷ୍ଟିରୁ ଲିଜ୍ ଓ ଅବା ବିକ୍ରି ଅନୁମତି ଆମସାର ଆକ୍ଟକୁ ବିରୋଧ କରୁଥିବା କେନ୍ଦ୍ର ସରକାର ଦର୍ଶାଇଥିଲେ । ଯାହାକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଫାଙ୍କି ଦେଇଛନ୍ତି । ଓନିଶା ସରକାର କହିଛନ୍ତି ଯେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପରିସରରେ ୮ଟି ପୂଜା ଦୋକାନୀ ଓ ବାହାରେ ୧୧୫ଟି ଦୋକାନ ଅଛନ୍ତି । ଏସବୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ପୂଜା ସାମଗ୍ରୀ ଯୋଗାଇ ଦିଆଯାଉଛି । ତେବେ ଏସବୁ ସ୍ଥାନରେ କୌଣସି ସ୍ଥାୟୀ ନିର୍ମାଣ ହେଉନଥିବାରୁ ଓ ଏହା କେବଳ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ହୋଇଥିବାରୁ ଏହା ଆମସାର ଆକ୍ଟର ବିରୋଧାଭାସ କରୁନି । ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବି ପୂଜା ସାମଗ୍ରୀ ଦୋକାନ ଅଛି ବୋଲି ଓଡ଼ିଶା ସରକାର ଯୁକ୍ତି ବାଢ଼ିଛନ୍ତି।

ଓଡ଼ିଶା ସରକାର ଯୁକ୍ତି ବାଢ଼ିଛନ୍ତି ଯେ, ମହାପ୍ରଭୁ ଶ୍ରୀଲିଙ୍ଗରାଜ ଜୀବନ୍ତ ଠାକୁର ହୋଇଥିବାରୁ ସେଠାକୁ ଦୈନିକ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି । ମନ୍ଦିରର ପରିଚାଳନା ଓ ନୀତିକାନ୍ତିକୁ ସୁବ୍ୟସ୍ଥିତ କରିବା ପାଇଁ ଏହି ଅଧ୍ୟାଦେଶର ଆବଶ୍ୟକତା ରହିଛି । ଏହି ଅଧ୍ୟାଦେଶ ଯୋଗୁ ଏଏସଆଇ ଦ୍ୱାରା ସଂରକ୍ଷିତ ୯ଟି ମନ୍ଦିର ଓ ୩ଟି ପୁଷ୍କରଣୀ କୌଣସି ପ୍ରକାର ପ୍ରଭାବିତ ହେବ ନାହିଁ । ୨୦୨୧ ସେପ୍ଟେମ୍ବର ୧୬ ତାରିଖରେ କେନ୍ଦ୍ର ସଂସ୍କୃତି ସଚିବ ତାଙ୍କ ଚିଠିରେ ଆମସାର ଆକ୍ଟ-୧୯୫୮ ଅନୁରୂପ ପ୍ରାବଧାନ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ କରିବା ନିମନ୍ତେ କହିଥିଲେ । ତାକୁ ପାଳନ କରାଯାଇଥିବା ଓଡ଼ିଶା ସରକାର ସ୍ପଷ୍ଟୀକରଣ ଦେଇଛନ୍ତିି । ଆମସାର ଆକ୍ଟକୁ କୌଣସି ପ୍ରକାରର ଉଲ୍ଲଘଂନ କରାଯାଇନଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ତେଣୁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଓ ନିତିକାନ୍ତିକୁ ସୁବ୍ୟସ୍ଥିତ ସହ ମନ୍ଦିର ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ଏହି ଅଧ୍ୟାଦେଶର ଆବଶ୍ୟକତା ଥିବା ଓଡ଼ିଶା ସରକାର ଯୁକ୍ତି ଦର୍ଶାଇବା ସହ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ମସିହାରେ ରାଜ୍ୟ ସରକାର ଏହି ଅଧ୍ୟାଦେଶକୁ କ୍ୟାବିନେଟରେ ଅନୁମୋଦନ କରାଇଥିଲେ। ୨୦୧୯ ମସିହାରେ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରର ଚାରିପଟେ ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପକୁ କାର୍ଯ୍ୟକାରୀ ନିମନ୍ତେ ନିଷ୍ପତ୍ତି ନେଇଥିଲେ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଆଇନକୁ ଉଲ୍ଲଘଂନ କରି ରାଜ୍ୟ ସରକାର ସଂରକ୍ଷିତ ଅଂଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବାବେଳେ ଏବେ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ନେଇ କେନ୍ଦ୍ର ସରକାରଙ୍କୁ ଦେଇଥିବା ସ୍ପଷ୍ଟୀକରଣ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story