ଲୁଲୁ ମହାପାତ୍ରଙ୍କ ଘରେ କଂଗ୍ରେସ ନେତାଙ୍କ ବନ୍ଧୁମିଳନ

ଭୁବନେଶ୍ୱର: କଂଗ୍ରେସ ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘରେ ଆଜି କଂଗ୍ରେସ ନେତାଙ୍କର ବନ୍ଧୁ ମିଳନ ହୋଇଛି। କଂଗ୍ରେସ ନେତାଙ୍କ ମଧ୍ୟରେ  ଦେଖାଦେଇଥିବା ଗୋଷ୍ଠୀ କନ୍ଦଳକୁ ପଛରେ ପକାଇ ବହୁଦିନ ପରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ରଞ୍ଜୀବ ବିଶ୍ୱାଳ,ପ୍ରଦୀପ ମାଝି ଓ ନରସିଂହ ମିଶ୍ରଙ୍କ ସମତେ କିଛି ବିଧାୟକ ଏକାଠି ହୋଇଛନ୍ତି। ତେବେ ଏହି ବନ୍ଧୁ ମିଳନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅନୁପସ୍ଥିତ ଥିବା ଜଣାପଡ଼ିଛି। ସାଂସଦ ରଞ୍ଜୀବ ବିଶ୍ୱାଳ […]

lulu

Rakesh Mallick
  • Published: Monday, 19 December 2016
  • , Updated: 19 December 2016, 02:50 PM IST

ଭୁବନେଶ୍ୱର: କଂଗ୍ରେସ ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘରେ ଆଜି କଂଗ୍ରେସ ନେତାଙ୍କର ବନ୍ଧୁ ମିଳନ ହୋଇଛି। କଂଗ୍ରେସ ନେତାଙ୍କ ମଧ୍ୟରେ  ଦେଖାଦେଇଥିବା ଗୋଷ୍ଠୀ କନ୍ଦଳକୁ ପଛରେ ପକାଇ ବହୁଦିନ ପରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ରଞ୍ଜୀବ ବିଶ୍ୱାଳ,ପ୍ରଦୀପ ମାଝି ଓ ନରସିଂହ ମିଶ୍ରଙ୍କ ସମତେ କିଛି ବିଧାୟକ ଏକାଠି ହୋଇଛନ୍ତି। ତେବେ ଏହି ବନ୍ଧୁ ମିଳନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅନୁପସ୍ଥିତ ଥିବା ଜଣାପଡ଼ିଛି।

ସାଂସଦ ରଞ୍ଜୀବ ବିଶ୍ୱାଳ କହିଛନ୍ତି,“ଲୁଲୁ ବାବୁଙ୍କ ଦୀର୍ଘଦିନ ହେବ ଛାତ୍ର ଓ ଯୁବ ଗୋଷ୍ଠୀ ସହ ଜଡ଼ିତ ଥିଲେ। ତାଙ୍କ ମୃତ୍ୟୁ ପରେ ସେମାନେ ଦିଗହରା  ହୋଇଯାଇଥିଲେ। ଆଜି ଲୁଲୁଙ୍କ ସାନ ଭାଇ ଓ ତାଙ୍କ ଝିଅ ସମସ୍ତଙ୍କୁ ଏକାଠି କରିଛନ୍ତି। ଲୁଲୁ ବାବୁ ଯେଉଁ କାର୍ଯ୍ୟକ୍ରମ କରୁଥିଲେ ତାହାର କିପରି ଭାବରେ ସଂଗଠିତ,ସ୍ଥାଣିତ  ଓ ଶକ୍ତିଶାଳୀ କରାଯିବ ଏହା ଦଳର ପ୍ରଥମ ପଦକ୍ଷେପ ହେବ।”

ସେ ଆହୁରି  କହିଛନ୍ତି,“ଲୁଲୁ ବାବୁ ଯେପରି ସଂଗ୍ରାମ କରୁଥିଲେ ତାଙ୍କ ସଂଗ୍ରାମକୁ ଜାରି କରାଯିବ। ଦଳ ଲୁଲୁ ବାବୁଙ୍କ  ସଂଗ୍ରାମକୁ କିପରି ନାମ ଦେବ ସେହି ପରିପେକ୍ଷୀରେ ଆମେ ସମସ୍ତେ ଏକଜୁଟ ହୋଇଛୁ।”

ଲୁଲୁଙ୍କ ସାନ ଭାଇ କହିଛନ୍ତି,“ମୋ ପାଇଁ ରାଜନୀତି ହେଉଛି ଜନସେବା। ଯେଉଁ ରାଜନୀତି ଲୁଲୁ କରୁଥିଲା ମୁଁ ସେହି ରାଜନୀତିକୁ ସମର୍ଥନ କରେ। ଯଦି ଭବିଷ୍ୟତରେ ରାଜନୀତି କରିବି ତେବେ ଲୁଲୁଙ୍କ ପଥ ଅନୁସରଣ କରିବି।”

ଲୁଲୁଙ୍କ ଝିଅ ଉପାସନା କହିଛନ୍ତି,“ବାପାଙ୍କ ସ୍ପପ୍ନକୁ କାମରେ କରି ଦେଖାଇବି। ବାପା ମ୍ୟାନ ଅଫ୍‌ ଆକ୍ସନ ଥିଲେ, ମୁଁ ତାଙ୍କ ଭଳି ହେବି। ଆପଣମାନେ ଯାହାକୁ ସଂଗଠନ କହୁଛନ୍ତି, ସେ ତାଙ୍କ ପରିବାର ଥିଲା। ସେ ପରିବାରକୁ ସେଥିରେ ଧରି ଆଗକୁ ଯିବି।ବାପାଙ୍କ ଶୂନ୍ୟସ୍ଥାନକୁ ଦାଦାଙ୍କ ସହ ମିଶି ପୂରଣ କରିବି।”

Related story