ଦେଖାଗଲା ମହାଜାଗତିକ ଦୃଶ୍ୟ, ଆସନ୍ତା ବର୍ଷ ଆଂଶିକ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାକାଶରେ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସହ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ଏହା ସନ୍ଧ୍ୟା ୫ଟା ୪୬ ମିନିଟ୍‌ରୁ ଦୃଶ୍ୟମାନ ହୋଇଥିଲା। କେଉଁଠି ଆଂଶିକ ତ କେଉଁଠି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ପାଇଥିଲେ ଲୋକେ। କେଉଁଠି ଏହାକୁ ଲୋକେ ଖାଲି ଆଖିରେ ଦେଖିଥିବାବେଳେ ଆଉ କେଉଁଠି ହୋଇଥିଲା ଟେଲିସ୍କୋପର ବ୍ୟବସ୍ଥା। ରାଜଧାନୀ […]

lunar-el

lunar-el

Niranjan Mishra
  • Published: Tuesday, 08 November 2022
  • Updated: 09 November 2022, 10:01 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାକାଶରେ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ ସହ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ଏହା ସନ୍ଧ୍ୟା ୫ଟା ୪୬ ମିନିଟ୍‌ରୁ ଦୃଶ୍ୟମାନ ହୋଇଥିଲା। କେଉଁଠି ଆଂଶିକ ତ କେଉଁଠି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ପାଇଥିଲେ ଲୋକେ। କେଉଁଠି ଏହାକୁ ଲୋକେ ଖାଲି ଆଖିରେ ଦେଖିଥିବାବେଳେ ଆଉ କେଉଁଠି ହୋଇଥିଲା ଟେଲିସ୍କୋପର ବ୍ୟବସ୍ଥା।

ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, କୋରାପୁଟ ଓ ସମ୍ବଲପୁରରେ ବି ଦୃଶ୍ୟମାନ ହୋଇଥିଲା ଚନ୍ଦ୍ର ଗ୍ରହଣ। ସେହିପରି ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକାର କିଛି ଅଂଶ ସହ ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ବି ଚନ୍ଦ୍ର ଗ୍ରହଣ ସ୍ପଷ୍ଟ ଦୃଶ୍ୟମାନ ହୋଇଛି।

ସେପଟେ ୩ ବର୍ଷ ପରେ ପୁଣି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ। ତେବେ ତା’ ପୂର୍ବରୁ ଆସନ୍ତା ବର୍ଷ ମେ ୫ ଓ ଅକ୍ଟୋବର ୨୮ରେ ଆଂଶିକ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ।

ପଠାଣୀ ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ୨୦୨୩ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଓଡ଼ିଶାକୁ ଆଂଶିକ ଦୃଶ୍ୟମାନ ହେବ। ରାତି ୨ଟାରେ ପରେ ଏହା ଦେଖି ହେବ। ଚନ୍ଦ୍ରଙ୍କର ମାତ୍ର ୧୦ ପ୍ରତିଶତ ଏହି ସମୟରେ ଦେଖିବାକୁ ମିଳିବ। ଯେତେବେଳେ କି ୨୦୨୫ ସେପ୍ଟେମ୍ବର ୭ ତାରିଖରେ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ତେବେ ସୂର୍ଯ୍ୟପରାଗ ନିମନ୍ତେ ବହୁ ଅପେକ୍ଷା କରିବାକୁ ପଡ଼ିବ। ଏହା ୨୦୨୭ ମସିହା ଅକ୍ଟୋବର ମାସରେ ଦେଖିବାକୁ ମିଳିବ।

ଚନ୍ଦ୍ରଗ୍ରହଣ ପାଇଁ ଆଜି ଭୋର ୫ଟା ୫୦ରୁ ପାକ ତ୍ୟାଗ ହୋଇଥିଲା। ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇଥିଲା ଓ ସନ୍ଧ୍ୟା ୬ଟା ୧୮ ମିନିଟ୍‌ରେ ସର୍ବମୋକ୍ଷ ହୋଇଥିଲା। ଗ୍ରହଣ ସର୍ବମୋକ୍ଷ ପରେ ନଦୀ, ପୁଷ୍କରିଣୀରେ ସ୍ନାନ ଓ ପୂଜାର୍ଚ୍ଚନା ପାଇଁ ଭିଡ଼ ଲାଗିଥିଲା। ସେପଟେ ଗ୍ରହଣ ସରିବା ପରେ ପୁଣି ଘରେ ଘରେ ପାକ ପ୍ରସ୍ତୁତ ସହ ମନ୍ଦିର ଗୁଡ଼ିକରେ ଦେବନୀତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଆଜି ଚନ୍ଦ୍ରଗ୍ରହଣ ପାଇଁ ବି ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା

ବୈଜ୍ଞାନିକ ମତରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରଗ୍ରହଣ କୁହାଯାଏ। ଏହି ସମୟରେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ। ଫଲରେ ଛାଇ ପଡ଼ିଥିବା ଚନ୍ଦ୍ରର ଅଂଶ ଦେଖାଯାଏ ନାହିଁ। ତେବେ ଜ୍ୟୋତିର୍ବିଦଙ୍କ ମତରେ ଏହି ସମୟକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ କିମ୍ବା କେତୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos