ଆଜି ମଦନପୁରରାମପୁର ବନ୍ଦ; ୨୫ ବର୍ଷ ହେଲା ଦାବି ଶୁଣୁ ନାହାନ୍ତି ସରକାର

କଳାହାଣ୍ଡି (ରାଜ କୁମାର ସିଂଦେଓ): ଦୀର୍ଘ ୨୫ ବର୍ଷର ଦାବି ଶୁଣୁ ନାହାନ୍ତି ସରକାର। ସବ୍‌ ଡିଭିଜନ୍‌ ମାନ୍ୟତା ଦାବିରେ ବର୍ଷ ବର୍ଷ ଧରି ଚାଲିଥିବା ଆନ୍ଦୋଳନ ଓ ଅନଶନକୁ ଅଣଦେଖା କରି ଚାଲିଛନ୍ତି ସରକାର। ଶେଷରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର, ନର୍ଲା ଓ କର୍ଲାମୁଣ୍ଡା ବ୍ଲକବାସୀ। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି। କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ରାଜସ୍ୱ […]

STRIKE

Niharika Rout
  • Published: Monday, 06 December 2021
  • , Updated: 06 December 2021, 11:53 AM IST

କଳାହାଣ୍ଡି (ରାଜ କୁମାର ସିଂଦେଓ): ଦୀର୍ଘ ୨୫ ବର୍ଷର ଦାବି ଶୁଣୁ ନାହାନ୍ତି ସରକାର। ସବ୍‌ ଡିଭିଜନ୍‌ ମାନ୍ୟତା ଦାବିରେ ବର୍ଷ ବର୍ଷ ଧରି ଚାଲିଥିବା ଆନ୍ଦୋଳନ ଓ ଅନଶନକୁ ଅଣଦେଖା କରି ଚାଲିଛନ୍ତି ସରକାର। ଶେଷରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର, ନର୍ଲା ଓ କର୍ଲାମୁଣ୍ଡା ବ୍ଲକବାସୀ। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି।

କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ରାଜସ୍ୱ ଉପଖଣ୍ଡ  କରାଯିବା ଦାବି ନେଇ ଆଜି ମଦନପୁର ରାମପୁର ରାଜସ୍ୱ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ଏହା ପ୍ରଭାବରେ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଦୋକାନ ବଜାର ସହିତ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି।

ଦୀର୍ଘ ମାସେ ହେଲା ଆନ୍ଦୋଳନକାରୀ ରାମପୁର ତହସିଲ ଅଫିସ ନିକଟରେ  ଅନଶନ କରିଥିଲେ। ହେଲେ ଶୁଣିଲାନି ପ୍ରଶାସନ। ପ୍ରତିବାଦରେ ଆଜି ମଦନପୁର ରାମପୁର କାର୍ଲମୁଣ୍ଡା ନର୍ଲା ଅଞ୍ଚଳରେ ଆଦିବାସୀ ସମୂହ ଏକଜୁଟ ହୋଇ ବନ୍ଦ କରିଛନ୍ତି।

 

Related story