ମାଗିଲେ ଗଣିତ ଓ କେମିଷ୍ଟ୍ରୀ ଖାତା, ମିଳିଲା ସଂସ୍କୃତ ଖାତା !

ପୁରୀ: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ବିଚିତ୍ର ନୀତି। ଯୁକ୍ତ ଦୁଇ ପରୀକ୍ଷାରେ କେମିଷ୍ଟ୍ରୀ ଓ ଗଣିତ ଖାତାର ରି-ଚେକିଂ ଲାଗି  ଆବେଦନ କରାଯାଇଥଲେ ମଧ୍ୟ ମିଳିଛି ସଂସ୍କୃତ ଖାତା। ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ ଥିବା ସାମନ୍ତ ଚନ୍ଦ୍ରଶେଖର ଜୁନିୟର କଲେଜର ଛାତ୍ର ପ୍ରସାଦ କୁମାର ସାହୁଙ୍କ କ୍ଷେତ୍ରରେ। ପ୍ରସାଦ ଯୁକ୍ତଦୁଇରେ ୭୦ ପ୍ରତିଶତ ମାର୍କ ରଖିବା ଲାଗି ଆଶା କରିଥିଲେ। ହେଲେ କେମିଷ୍ଟ୍ରୀରେ ୫୪  ଓ ଗଣିତରେ ମାତ୍ର ୪୨ […]

student

Rakesh Mallick
  • Published: Wednesday, 25 May 2016
  • , Updated: 25 May 2016, 05:24 PM IST

ପୁରୀ: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ବିଚିତ୍ର ନୀତି। ଯୁକ୍ତ ଦୁଇ ପରୀକ୍ଷାରେ କେମିଷ୍ଟ୍ରୀ ଓ ଗଣିତ ଖାତାର ରି-ଚେକିଂ ଲାଗି  ଆବେଦନ କରାଯାଇଥଲେ ମଧ୍ୟ ମିଳିଛି ସଂସ୍କୃତ ଖାତା। ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ ଥିବା ସାମନ୍ତ ଚନ୍ଦ୍ରଶେଖର ଜୁନିୟର କଲେଜର ଛାତ୍ର ପ୍ରସାଦ କୁମାର ସାହୁଙ୍କ କ୍ଷେତ୍ରରେ। ପ୍ରସାଦ ଯୁକ୍ତଦୁଇରେ ୭୦ ପ୍ରତିଶତ ମାର୍କ ରଖିବା ଲାଗି ଆଶା କରିଥିଲେ। ହେଲେ କେମିଷ୍ଟ୍ରୀରେ ୫୪  ଓ ଗଣିତରେ ମାତ୍ର ୪୨ ନମ୍ବର ରହିଥିଲା। ମାର୍କ ରିଚେକିଂ ଲାଗି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଖାତା ପିଛା ୨୦୦ ଟଙ୍କା ଡିପୋଜିଟ୍‌ କରି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦକୁ ନିଜର ଇ-ମେଲ୍‌ ଠିକଣା ଦେଇଥିଲେ। ହେଲେ ତାଙ୍କ ପାଖକୁ ଆସିଛି ସଂସ୍କୃତ ଖାତା। ଯାହାକୁ ନେଇ ହତାଶ ହୋଇପଡିଛନ୍ତି ପ୍ରସାଦ।

ଏନେଇ ପ୍ରସାଦ କୁମାର ସାହୁ କହିଛନ୍ତି,“ମୁଁ ସାମନ୍ତ ଚନ୍ଦ୍ରଶେଖର ଜୁନିୟର କଲେଜର ବିଜ୍ଞାନର ଛାତ୍ର। ମୁଁ ଚଳିତବର୍ଷ କେମିଷ୍ଟ୍ରି ଓ ଗଣିତରେ ଭଲ ମାର୍କ ଆଶା କରିଥିଲି। କିନ୍ତୁ ମତେ ଏହି ଦୁଇ ବିଷୟରେ ଆଶାନୁରୂପ ମାର୍କ ମିଳି ନ ଥିବାରୁ ରିଚେକିଂ ପାଇଁ ଆବେଦନ କରିଥିଲି। କିନ୍ତୁ ମତେ ଏହି ଦୁଇ ବିଷୟ ବଳଦରେ ସଂସ୍କୃତର ଖାତା ଦିଆଯାଇଛି।”

Related story