ବିରଜାଙ୍କ ପୀଠରେ ଆଜି ମହାନବମୀ ପୂଜା

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜି ମହାନବମୀ ପୂଜା ପାଳିତ ହେଉଛି । ଗତକାଲି ମହାଷ୍ଟମୀରେ ସନ୍ଧି ପୂଜା ପରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା । ଆଜି ସକାଳୁ ମା’ଙ୍କର ମହାସ୍ନାନ କରାଯିବା ପରେ ନବମୀ ପୂଜା ଚାଲିଛି । ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ହେଉଛି ଶେଷ ଦିନ। ଆଜି ଅପରାହ୍ନରେ ମା’ ବେଢା ପରିକ୍ରମା କରିବା ପରେ ରାତିରେ ଲାଖବିନ୍ଧା ପଡିଆକୁ ଯିବେ । ପରମ୍ପରା ଅନୁଯାୟୀ ସେଠାରୁ […]

jajpur

jajpur

Niharika Rout
  • Published: Saturday, 24 October 2020
  • Updated: 24 October 2020, 02:13 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜି ମହାନବମୀ ପୂଜା ପାଳିତ ହେଉଛି । ଗତକାଲି ମହାଷ୍ଟମୀରେ ସନ୍ଧି ପୂଜା ପରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା । ଆଜି ସକାଳୁ ମା’ଙ୍କର ମହାସ୍ନାନ କରାଯିବା ପରେ ନବମୀ ପୂଜା ଚାଲିଛି ।

ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ହେଉଛି ଶେଷ ଦିନ। ଆଜି ଅପରାହ୍ନରେ ମା’ ବେଢା ପରିକ୍ରମା କରିବା ପରେ ରାତିରେ ଲାଖବିନ୍ଧା ପଡିଆକୁ ଯିବେ । ପରମ୍ପରା ଅନୁଯାୟୀ ସେଠାରୁ ମା’ଙ୍କୁ ରଥରୁ ମନ୍ଦିରକୁ ଅଣାଯାଇ ବିଶେଷ ପୂଜା କରାଯିବାର କାର୍ଯ୍ୟକ୍ରମ ରହିଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ଚାରିପଟେ ଲାଗୁ ହୋଇଛି ୧୪୪ ଧାରା । ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିବା ବେଳେ ବ୍ୟାରିକେଡ ବାହାରୁ ଶ୍ରଦ୍ଧାଳୁମାନେ ମା’ଙ୍କୁ ମୁଣ୍ଡିଆ ମାରି ଫେରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos