ମହାନଦୀ ଜଳ ବିବାଦ: ପକ୍ଷ ରଖିଲେ ଓଡ଼ିଶା, ଛତିଶଗଡ଼ ସମେତ ୪ ରାଜ୍ୟ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦ ଶୁଣାଣି ବେଳେ ଆଜି ହୋଇଛି ISSUE SETTELMENT। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜବାବ ସୁଆଲ୍‌ ପରେ ଦାଖଲ କରାଯାଇଥିବା ପ୍ରସଙ୍ଗରେ ସହମତି ହୋଇଛି। ଯଦି କୌଣସି ପକ୍ଷର ଆପତ୍ତି ଥାଏ, ତେବେ ସେ ଟ୍ରିବ୍ୟୁନାଲକୁ ଅବଗତ କରିପାରିବେ। ଉଭୟ ପକ୍ଷ ମଧ୍ୟରେ ୩୫-୪୦ଟି ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ୍‌ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ […]

mahanadi

Manoranjan Sial
  • Published: Saturday, 11 July 2020
  • , Updated: 11 July 2020, 04:11 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦ ଶୁଣାଣି ବେଳେ ଆଜି ହୋଇଛି ISSUE SETTELMENT। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜବାବ ସୁଆଲ୍‌ ପରେ ଦାଖଲ କରାଯାଇଥିବା ପ୍ରସଙ୍ଗରେ ସହମତି ହୋଇଛି। ଯଦି କୌଣସି ପକ୍ଷର ଆପତ୍ତି ଥାଏ, ତେବେ ସେ ଟ୍ରିବ୍ୟୁନାଲକୁ ଅବଗତ କରିପାରିବେ। ଉଭୟ ପକ୍ଷ ମଧ୍ୟରେ ୩୫-୪୦ଟି ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି।

ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ୍‌ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିଜ ନିଜ ପକ୍ଷ ଆଜି ରଖିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ହେବ ଅଗଷ୍ଟ ୮ ତାରିଖରେ। ଏହା ଆଗରୁ ଆପୋଷ ଆଲୋଚନା ଜରିଆରେ ISSUE SETTLEMENT କରିବାକୁ ପରାମର୍ଶ ଦେଇଥିଲେ ଟ୍ରିବ୍ୟୁନାଲ। ଦରକାର ପଡ଼ିଲେ ଯୁଗ୍ମ ବୈଠକ କରି ସମାଧାନର ରାସ୍ତା ବାହାର କରିବାକୁ କହିଥିଲେ। ଏପରିକି କେନ୍ଦ୍ରୀୟ ଏଜେନ୍ସିର ସହାୟତା ବି ନେବାକୁ କହିଥିଲେ। ବୈଠକରେ ଇସ୍ୟୁ ସେଟେଲମେଣ୍ଟ ହୋଇପାରିନଥିଲା।

ଏହି ପ୍ରସଙ୍ଗରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ପ୍ରଥମ ଥର ଆଲୋଚନାରେ ସମାଧାନ ବାହାରିପାରିନଥିଲେ ମଧ୍ୟ ଆଲୋଚନାର ବାଟ ବନ୍ଦ ହୋଇନାହିଁ। ଆମେ ଆମ ଭାଗର ଜଳ କେମିତି ପାଇବୁ, ତାହା ଆମର ମୁଖ୍ୟ ଲକ୍ଷ୍ୟ।a

Related story