ଆଜି ମହାଷ୍ଟମୀ ; ବିନା ଭକ୍ତରେ ହେଉଛି ଦଶଭୂଜାଙ୍କ ଆରାଧନା

କଟକ(ଓଡ଼ିଶା ରିପୋର୍ଟର): ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ।  କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ ବି ରୀତିନୀତି ଅନୁଯାୟୀ ଚାଲିଛି ଦେବୀ ଦଶଭୂଜାଙ୍କ ଆରାଧନା । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ବିନା ଭକ୍ତରେ ଚଳିତ ବର୍ଷ ପୂଜାର ଆୟୋଜନ କରାଯାଇଛି । ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପୂଜା । କଟକର ବିଭିନ୍ନ ମଣ୍ଡପରେ […]

maa

maa

Niharika Rout
  • Published: Saturday, 24 October 2020
  • Updated: 24 October 2020, 07:43 AM IST

କଟକ(ଓଡ଼ିଶା ରିପୋର୍ଟର): ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ।  କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ ବି ରୀତିନୀତି ଅନୁଯାୟୀ ଚାଲିଛି ଦେବୀ ଦଶଭୂଜାଙ୍କ ଆରାଧନା ।

କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ବିନା ଭକ୍ତରେ ଚଳିତ ବର୍ଷ ପୂଜାର ଆୟୋଜନ କରାଯାଇଛି । ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପୂଜା । କଟକର ବିଭିନ୍ନ ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା କରାଯାଉଛି । କେଉଁଠି ଜରି ମେଢ଼ ତ କେଉଁଠି ମା’ଙ୍କଠାରେ ଲାଗି ହୋଇଛି ସୁନା ରୂପା ଅଳଙ୍କାର।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ନିରାଡମ୍ବର ଭାବେ ପୂଜା କରାଯାଉଛି । ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଓ ପୁରୀ ସବୁଠି କରୋନା କଟକଣା ଭିତରେ ଚାଲିଛି ମା’ଙ୍କ ଆରାଧନା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos