ପାଇକମାଳ ଲାଞ୍ଚ; ବିଧାନସଭାରେ ଭିଡ଼ିଓ ଦେଖିଲେ ମହେଶ୍ୱର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ଉଠିଛି ପାଇକମାଳ ତହସିଲଦାର ଲାଞ୍ଚ ନେବା ଅଭିଯୋଗ ଘଟଣ॥  ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏହି ପ୍ରସଙ୍ଗ ଉଠାଇ ପ୍ରମାଣ ସ୍ୱରୂପ ଲାଞ୍ଚ ନେବାର ଭିଡିଓକୁ ବାଚସ୍ପତି ଓ ରାଜସ୍ୱ ମନ୍ତ୍ରୀଙ୍କୁ ଦେଇଛନ୍ତି। ଏନେଇ ଗୃହ ବାହାରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,“ଭିଡିଓରୁ ପ୍ରମାଣ ମିଳିଛି, କାର୍ଯ୍ୟାନୁଷ୍ଠାନ ହେବ।”

ପାଇକମାଳ ତହସିଲଦାର ଜାନକୀନାଥ ମିଶ୍ରଙ୍କ ନାଁରେ ଉଠିଛି ଏଭଳି ଅଭିଯୋଗ। ଗୋଟିଏ ଭିଡିଓରେ ଜାନକୀନାଥ ଖାଲିଦେହରେ ଥିବା ବେଳେ ବାଲିମାଫିଆଙ୍କ ନିକଟରୁ ଲାଞ୍ଚ ନେଉଛନ୍ତି। ଆଉ ଏକ ଭିଡିଓରେ ଅଫିସ ଭିତରେ ଟଙ୍କା ନେଉଥିବା ଦୃଶ୍ୟ ରହିଛି।