ପୁଲିସ୍‌ ହାତରେ କଫ୍ ସିରପ୍ କାରବାରର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସ୍‌ ହାତରେ ଧରାପଡ଼ିଛି କଫ୍ ସିରପ୍ କାରବାରର ମାଷ୍ଟରମାଇଣ୍ଡ୍। ତା’ ନାଁ ସାନ ନେଗୀ। ବଲାଙ୍ଗିର ପୁଲିସ୍ ଭୁବନେଶ୍ୱରୁ ତାକୁ ଗିରଫ କରିଛି। ନେଗୀ ପଶ୍ଚିମ ଓଡ଼ିଶାରେ କଫ୍ ସିରପ୍‌ କାରବାର କରୁଥିଲା। ପୁଲିସ୍ ନେଗୀର ଦୁଇ ସହଯୋଗୀ ଅଜିତ ନନ୍ଦ ଓ ଫାରୁଖ ଖାନକୁ ମଧ୍ୟ ଗିରଫ କରିଛି। ପୁଲିସ୍ ତିନି ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଗତ ନଭେମ୍ବର ୨୮ ତାରିଖରେ ବଲାଙ୍ଗିରର ପୁଇଁତଲା ପୁଲିସ୍‌ ଏକ […]

arrested99

Tapaswini Nayak
  • Published: Thursday, 09 January 2020
  • , Updated: 09 January 2020, 02:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସ୍‌ ହାତରେ ଧରାପଡ଼ିଛି କଫ୍ ସିରପ୍ କାରବାରର ମାଷ୍ଟରମାଇଣ୍ଡ୍। ତା’ ନାଁ ସାନ ନେଗୀ। ବଲାଙ୍ଗିର ପୁଲିସ୍ ଭୁବନେଶ୍ୱରୁ ତାକୁ ଗିରଫ କରିଛି। ନେଗୀ ପଶ୍ଚିମ ଓଡ଼ିଶାରେ କଫ୍ ସିରପ୍‌ କାରବାର କରୁଥିଲା। ପୁଲିସ୍ ନେଗୀର ଦୁଇ ସହଯୋଗୀ ଅଜିତ ନନ୍ଦ ଓ ଫାରୁଖ ଖାନକୁ ମଧ୍ୟ ଗିରଫ କରିଛି। ପୁଲିସ୍ ତିନି ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୮ ତାରିଖରେ ବଲାଙ୍ଗିରର ପୁଇଁତଲା ପୁଲିସ୍‌ ଏକ ପିକ୍ଅପ୍ ଭ୍ୟାନରୁ ୧୦ ହଜାର ବୋତଲ କଫ୍ ସିରପ୍ ଜବତ କରିଥିଲା। ସେତେବେଳେ ନେଗୀ ପୁଲିସ୍‌କୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଏହା ପୂର୍ବରୁ ମଧ୍ୟ କଫ୍ ସିରପ୍ କାରବାର ଅଭିଯୋଗରେ ଗତ ମେ’ ୨୦ ତାରିଖରେ ନେଗୀକୁ ଗିରଫ କରିଥିଲା ବଲାଙ୍ଗିର ପୁଲିସ୍‌। ଏହା ପରେ ପୁଣିଥରେ ଜାମିନରେ ଆସି କାରବାର ଆରମ୍ଭ କରିଥିଲା ନେଗୀ।

Related story