୫ ଜଣଙ୍କୁ ହତ୍ୟା ଧମକ ଦେଇଛନ୍ତି ମାଓବାଦୀ

କୋରାପୁଟ(ଓଡ଼ିଶା ରିପୋର୍ଟର): ୫ ଜଣଙ୍କୁ ମିଳିଛି ମୃତ୍ୟୁଦଣ୍ଡ ଧମକ। ପୋଷ୍ଟର ଜରିଆରେ ମାଓବାଦୀମାନେ ଏଭଳି ଧମକ ଦେଇଛନ୍ତି। ପୋଷ୍ଟରଟି ଲାଗିଛି କୋରାପୁଟ ବୈପାରୀଗୁଡା ଥାନା ଦଣ୍ଡାବାଡ଼ି ଅଞ୍ଚଳରେ। ବିକାଶ ନାଁରେ ଗାଁରେ ବିନାଶ ଚାଲିଥିବା ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି।  ବିକାଶ କେବଳ ସରକାରୀ ବାବୁଙ୍କର ହେଉଥିବା ଲେଖାଯାଇଛି।  ସିପିଆଇ ମାଓବାଦୀ ମାଲକାନଗିରି କୋରାପୁଟ ବିଶାଖାପାଟଣା ସୀମାନ୍ତ ବା MKVB କମିଟି ନାଁରେ ଏହି ପୋଷ୍ଟର ଲଗାଯାଇଛି।  ରତାଖଣ୍ଡର ଆନନ୍ଦ ନାୟକ ଓ ଦଣ୍ଡାବାଡିର ପୁଲୋ ନାୟକ, ଲୋକିରାମ ବାରିକ, ସୁରି ବାରିକ ଏବଂ ମାଝିଗୁଡାର କୋବରାଜକିରାଙ୍କ ନାଁରେ ପୋଷ୍ଟର ମରାଯାଇଛି।

ସୂଚନାଯୋଗ୍ୟ, ପୋଷ୍ଟରରେ ଉଲ୍ଲେଖ ଥିବା ଆନନ୍ଦ ନାୟକଙ୍କ ଉପରକୁ ଗତ ୧୫ ତାରିଖରେ ଗୁଳିମାଡ ହୋଇଥିଲା।