ସ୍ୱର୍ଗବାସୀ ଶାଶୁଙ୍କ ନାଁରେ ରହିଛି ଯନ୍ତ୍ରୀଙ୍କ ଆକାଉଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱର୍ଗବାସୀ ଶାଶୁଙ୍କ ନାଁରେ ଯନ୍ତ୍ରୀଙ୍କ ଆକାଉଣ୍ଟ ରହିଛି। ମାଲକାନଗିରି RW ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ବେନାମି ସମ୍ପତ୍ତିର ଖୋଳତାଡ଼ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇଛି ଭିଜିଲାନ୍ସ। ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ସ୍ୱର୍ଗବାସୀ ଶାଶୁଙ୍କ ନାଁରେ ୬୪ ଲକ୍ଷ ଟଙ୍କା ଭିଜିଲାନ୍ସ ଠାବ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ବର୍ଷ ତଳୁ ତାଙ୍କ ଶାଶୁଙ୍କ ମୃତ୍ୟୁ ହୋଇସାରିଛି। ତଥାପି ଆକାଉଣ୍ଟ ଚଳାଇଥିଲେ ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ୨୦୨୦ରୁ ୨୦୨୨ […]

vigilance trap

vigilance trap

Manoranjan Sial
  • Published: Wednesday, 06 April 2022
  • Updated: 06 April 2022, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱର୍ଗବାସୀ ଶାଶୁଙ୍କ ନାଁରେ ଯନ୍ତ୍ରୀଙ୍କ ଆକାଉଣ୍ଟ ରହିଛି। ମାଲକାନଗିରି RW ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ବେନାମି ସମ୍ପତ୍ତିର ଖୋଳତାଡ଼ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇଛି ଭିଜିଲାନ୍ସ। ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ସ୍ୱର୍ଗବାସୀ ଶାଶୁଙ୍କ ନାଁରେ ୬୪ ଲକ୍ଷ ଟଙ୍କା ଭିଜିଲାନ୍ସ ଠାବ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୨ ବର୍ଷ ତଳୁ ତାଙ୍କ ଶାଶୁଙ୍କ ମୃତ୍ୟୁ ହୋଇସାରିଛି। ତଥାପି ଆକାଉଣ୍ଟ ଚଳାଇଥିଲେ ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ୨୦୨୦ରୁ ୨୦୨୨ ମସିହା ଭିତରେ ୧୬ ଥରରେ ୬୪ ଲକ୍ଷ ଟଙ୍କା ଜମା ହୋଇଛି। ବ୍ୟାଙ୍କ ଯାଞ୍ଚରୁ ବର୍ତ୍ତିବା ପାଇଁ ସେ ଥରକେ ୨ ଲକ୍ଷରୁ କମ୍‌ ଜମା କରୁଥିଲେ। ଏହାଛଡ଼ା ସମ୍ପର୍କୀୟ, ସହାୟକ, କେୟାର ଟେକରଙ୍କ ନାଁରେ ମଧ୍ୟ ଜମା ହୋଇଛି। ଏକଥାକୁ ନିଜେ ମାନିଛନ୍ତି ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଦାସ। ଯାଞ୍ଚ ବେଳେ ୯ କୋଟି ଟଙ୍କାର ସମ୍ପତ୍ତି ମିଳିଛି। ଏବେ ବେନାମି ସମ୍ପତ୍ତିର ଯାଞ୍ଚ କରାଯାଉଛି। ଗିରଫ ଯନ୍ତ୍ରୀ ଆଶିଷ ଦାସଙ୍କୁ ରିମାଣ୍ଡରେ ଆଣି ବେନାମି ସମ୍ପତ୍ତି ଠାବ ପ୍ରକ୍ରିୟା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos