Advertisment

Surrender: ମମତାଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୩୫ ଲକ୍ଷ ଟଙ୍କାର ପୁରସ୍କାର

ଦୁର୍ଦ୍ଦାନ୍ତ ନକ୍ସଲ ଦଶ୍ରୁର ପତ୍ନୀ ତଥା CPI (ମାଓବାଦୀ) KKBN ରାହୁଲ କମିଟି ମୁଖ୍ୟ ଥିବା ମମତା ଛତିଶଗଡ଼ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କର ୧୨ ଜଣିଆ ଟିମ୍ ସହିତ ସେ ଛତିଶଗଡ଼ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Naxal
Advertisment

ଦୁର୍ଦ୍ଦାନ୍ତ ନକ୍ସଲ ଦଶ୍ରୁର ପତ୍ନୀ ତଥା CPI (ମାଓବାଦୀ) KKBN ରାହୁଲ କମିଟିର ମୁଖ୍ୟ ଥିବା ମମତା ଛତିଶଗଡ଼ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କର ୧୨ ଜଣିଆ ଟିମ୍ ସହିତ ସେ ଛତିଶଗଡ଼ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Advertisment

ସେ CPI (ମାଓବାଦୀ) ରାଜ୍ୟ କମିଟି ସଦସ୍ୟ ଭାବେ କାମ କରୁଥିଲେ। ତାଙ୍କ ମୁଣ୍ଡ ଉପରେ ୩୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

୨୦୨୪ ମସିହା ଫେବୃଆରୀ ମାସରେ ଦଶ୍ରୁ ନିହତ ହେବା ପରେ ମମତା ହିଁ CPI (ମାଓବାଦୀ) KKBN ଡିଭିଜନର ମୁଖ୍ୟ ହୋଇଯାଇଥିଲା। 

Advertisment

ବର୍ତ୍ତମାନ ସମୟରେ ସଶସ୍ତ୍ର ଆନ୍ଦୋଳନ କରିବା ସମ୍ଭବ ନୁହେଁ। ତେଣୁ କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ଶୁକ୍ରୁ, ଅନ୍ୱେଷ ଓ ଅନ୍ୟ ସମସ୍ତ ସାଥୀମାନଙ୍କୁ ଅସ୍ତ୍ର ଛାଡ଼ି କନ୍ଧମାଳ ପୁଲିସ ପାଖରେ ଆତ୍ମସମର୍ପଣ କରି ଦେବା ପାଇଁ ମମତା ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି।  ଏହା ସହିତ  7008638703 ମୋବାଇଲ ଫୋନ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ ସେ ଏହି ଅଡିଓ ବାର୍ତ୍ତାରେ ତାଙ୍କ ସାଥୀମାନଙ୍କୁ କହିଛନ୍ତି। 

ଶୁକ୍ରୁକୁ ଧରିବା ପାଇଁ କନ୍ଧମାଳ ଜିଲ୍ଲା ପୁଲିସର SOG ଟିମ୍‌ କରଡ଼ା ଜଙ୍ଗଲକୁ ଘେରି ରହିଛନ୍ତି। କରଡ଼ା ଜଙ୍ଗଲରେ ସର୍ଚ୍ଚ ଅପେରସନ ଜାରି ରହିଛି। 

ଅନ୍ୟପକ୍ଷରେ ସିପିଆଇ(ମାଓବାଦୀ)ର ବଲାଙ୍ଗିର-ବରଗଡ଼-ମହାସାମୁଣ୍ଡ (ବିବିଏମ୍‌) ଡିଭିଜନ ପକ୍ଷରୁ ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଏକ ଚିଠି ଲେଖାଯାଇଛି। ବିବିଏମର ୧୫ ଜଣ ସଶସ୍ତ୍ର କ୍ୟାଡର ମୁଖ୍ୟସ୍ରୋତକୁ ଫେରିବାକୁ ଚାହୁଁଛନ୍ତି ଓ ସେମାନେ ଛତିଶଗଡ଼ର ମହାସାମୁଣ୍ଡରେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ହେଉଥିବା ଚିଠିରେ ଜଣାଇଛନ୍ତି। 

ରେଡିଓ ଦ୍ୱାରା ଆତ୍ମସମର୍ପଣ କରିବାକୁ ଥିବା ନକ୍ସଲଙ୍କ ସୁରକ୍ଷାକୁ ସରକାର ନିଶ୍ଚିତ କରିବେ ବୋଲି ଘୋଷଣା କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ସରକାରଙ୍କ ପ୍ରତିଶ୍ରୁତି ଶୁଣିବା ପରେ ହିଁ ସେମାନେ ସାମ୍ନାକୁ ଆସିବେ। ମାର୍ଚ୍ଚ ୨-୩ ବେଳକୁ ସେମାନେ ଆଭ୍ୟନ୍ତରୀଣ ସମନ୍ୱୟ ପରେ ଅସ୍ତ୍ର ଛାଡ଼ିବେ ବୋଲି ଚିଠିରେ କହିଛନ୍ତି।

ଗୃହମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି, “ମାଓବାଦୀଙ୍କ ଗୋଟିଏ ଡିଭିଜନ ଚିଠି ଲେଖି ମୁଖସ୍ରୋତରେ ସାମିଲ ହେବାକୁ ସେମାନଙ୍କ ଇଚ୍ଛା ପ୍ରକାଶ କରିଛନ୍ତି। ସେମାନେ ରେଡିଓ ଜରିଆରେ ଜବାବ ରଖିବାକୁ କହିଛନ୍ତି। ଆଜି ଆମେ ଆମର ଜବାବ ଜାରି କରିବୁ ଓ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବୁ। ଆମେ ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସ୍ଥାକୁ ନିଶ୍ଚିତ କରିବୁ। ସେମାନଙ୍କୁ କେବଳ ଶାରିରୀକ ଭାବେ ନୁହେଁ, ବରଂ ମାନସିକସ୍ତରରେ ରିହ୍ୟାବ କରିବାକୁ ନିଜର ଶତପ୍ରତିଶତ ଦେବୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe