ପୁତୁରା ୪୨୦!

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ସୁନା ଚୋରି ଅଭିଯୋଗରେ ପୁତୁରାକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲେ ଚିନ୍ମୟ ମିଶ୍ର। ତାଙ୍କଠାରୁ ଏକ କଟର ମେସିନ, ଗୋଟିଏ ସ୍କୃଡ୍ରାଇଭର ଏବଂ ୩୦ ତୁଳା ସୁନା ଜବତ କରିଛି ପୁଲିସ। ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ରେଖଣା ସାହିର ପ୍ରମୋଦ ପଣ୍ଡା ନାମକ ଜଣେ ବ୍ୟକ୍ତି ତାଙ୍କ ଘରୁ ସୁନା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଏନେଇ […]

j-900

Tapas Behera
  • Published: Saturday, 24 August 2019
  • , Updated: 24 August 2019, 07:12 PM IST

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ସୁନା ଚୋରି ଅଭିଯୋଗରେ ପୁତୁରାକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲେ ଚିନ୍ମୟ ମିଶ୍ର। ତାଙ୍କଠାରୁ ଏକ କଟର ମେସିନ, ଗୋଟିଏ ସ୍କୃଡ୍ରାଇଭର ଏବଂ ୩୦ ତୁଳା ସୁନା ଜବତ କରିଛି ପୁଲିସ।

ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ରେଖଣା ସାହିର ପ୍ରମୋଦ ପଣ୍ଡା ନାମକ ଜଣେ ବ୍ୟକ୍ତି ତାଙ୍କ ଘରୁ ସୁନା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଏନେଇ ସେ ଏକ ଏତଲା ପାରଳାଖେମୁଣ୍ଡି ଥାନାରେ ଦେଇଥିଲେ। ଘଟଣାକୁ କେନ୍ଦ୍ର କରି ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତ ବେଳେ ପ୍ରମୋଦଙ୍କ ଘରେ ତାଲା କାଟି ଘରୁ ୩୦ ତୁଳା ସୁନା ଚୋରି ହୋଇଥିବା ଜଣାପଡ଼ିଥିଲା।

ଏହାପରେ ପୁଲିସ ପ୍ରମୋଦ ପଣ୍ଡାଙ୍କ ଘରକୁ ଯାଆସ କରୁଥିବା ଲୋକଙ୍କ ଖବର ନେଇଥିଲା। ଏଥିସହିତ ଅନ୍ୟାନ୍ୟ ଦିଗରେ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ, ପ୍ରମୋଦ ପଣ୍ଡାଙ୍କ ନିଜ ପୁତୁରା ଚିନ୍ମୟ ମିଶ୍ର ଏଭଳି କାଣ୍ଡ ଭିଆଇଛି । ଏହାପରେ ପୁଲିସ ଆଜି ସକାଳେ ପାରଳାଖେମୁଣ୍ଡି ଫାୟାର ଷ୍ଟେସନ ଛକ ନିକଟରୁ ଚିନ୍ମୟକୁ ଗିରଫ କରିବାରେ ସଫଳ ହୋଇଛି ।

ଚିନ୍ମୟକୁ ପଚରା ଉଚୁରା କରିବା ବେଳେ ସେ ନିଜ ଦୋଷ ସ୍ୱୀକାର କରିଛି। ଚିନ୍ମୟ ପାଖରୁ ଏକ କଟର ମେସିନ, ଗୋଟିଏ ସ୍କୃଡ୍ରାଇଭର ଏବଂ ୩୦ ତୁଳା ସୁନା ଜବତ କରିଛି ପୁଲିସ। ଆଜି ଚିନ୍ମୟକୁ ଗିରଫ କରାଯାଇଥିବା ଗଜପତି ଏସପି ସାରା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Related story