ରଥକାଠ ପଡ଼ି ଶ୍ରମିକ ମୃତ, ଚିକିତ୍ସାରେ ଅବହେଳା ଅଭିଯୋଗ

କଟକ (ଓଡ଼ିଶା ରିପୋର୍ଟର): ଗତକାଲି ପୁରୀରେ ରଥକାଠ ପଡ଼ିଯିବା ଫଳରେ ଆହତ ହୋଇଥିବା ଶ୍ରମିକଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକଙ୍କ ନାଁ ମାନସ ପ୍ରଧାନ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲାର ରଥଗାଁରେ ବୋଲି ଜଣାପଡ଼ିଛି। ଗତକାଲି ପୁରୀରେ ଟ୍ରାକ୍ଟରରୁ ରଥକାଠ ଓହ୍ଲାଉଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ରଥକାଠ ତାଙ୍କ ଗୋଡ଼ରେ ପଡ଼ି ଯାଇଥିଲା। ତାଙ୍କୁ […]

manas

Jitendra Garnayak
  • Published: Sunday, 12 May 2019
  • , Updated: 12 May 2019, 01:35 PM IST

କଟକ (ଓଡ଼ିଶା ରିପୋର୍ଟର): ଗତକାଲି ପୁରୀରେ ରଥକାଠ ପଡ଼ିଯିବା ଫଳରେ ଆହତ ହୋଇଥିବା ଶ୍ରମିକଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି।

ମୃତ ଶ୍ରମିକଙ୍କ ନାଁ ମାନସ ପ୍ରଧାନ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲାର ରଥଗାଁରେ ବୋଲି ଜଣାପଡ଼ିଛି।

ଗତକାଲି ପୁରୀରେ ଟ୍ରାକ୍ଟରରୁ ରଥକାଠ ଓହ୍ଲାଉଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ରଥକାଠ ତାଙ୍କ ଗୋଡ଼ରେ ପଡ଼ି ଯାଇଥିଲା। ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଏଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ମାନସଙ୍କୁ ନେଇ ଏଠାକୁ ଆସିଥିବା ତାଙ୍କର ଦୁଇ ସାଥୀଙ୍କ ମଧ୍ୟରୁ ଜଣେ କହିଛନ୍ତି,“ତାଙ୍କ ଗୋଡ଼ ସହିତ ଛାତିରେ ବି ମାଡ଼ ହୋଇଥିଲା। କିନ୍ତୁ ଏଠାରେ ଠିକ୍ ଢଙ୍ଗରେ ତାଙ୍କର ଚିକିତ୍ସା କରାଗଲା ନାହିଁ। କେବଳ ଗୋଡ଼କୁ ଚେକ୍ କରି ଦେଲେ ଓ ସାଲାଇନ୍ ଲାଗାଇ ଦେଲେ। ରକ୍ତ ଦେବାରେ ବି ବିଳମ୍ବ କଲେ। ଛାତି ଅବା ଅନ୍ୟ କୌଣସି ଜାଗାରେ ମାଡ଼ ହୋଇଥିବା ନେଇ କୌଣସି ଟେଷ୍ଟ୍ କରାଗଲା ନାହିଁ। ୪ ଘଣ୍ଟା ଧରି ସେ କାଜୁଆଲିଟିରେ ରହିଥିଲେ ଓ କଥାବାର୍ତ୍ତା ବି କରୁଥିଲେ। ତେଣୁ ଚିକିତ୍ସାରେ ଅବହେଳା ଯୋଗୁ ହିଁ ତାଙ୍କର ମୃତ୍ୟୁ ଘଟିଛି।”

ଅନ୍ୟପକ୍ଷରେ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଦଶପଲ୍ଲାରୁ ୪୦ ଫୁଟିଆ ଫାଶୀ କାଠ ଆସିଥିଲା। ସେଗୁଡ଼ିକୁ ଓହ୍ଲାଇବା ବେଳେ ମାନସ ଆହତ ହୋଇଥିଲେ।

Related story