ସୁନ୍ଦରଗଡ଼ରେ ପୁଣି ଫୁଟିଲା ଗୁଳି, ଯୁବକ ମୃତ

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ସହରରେ ପୁଣି ଫୁଟିଲା ଗୁଳି। ଗଡ଼ିଲା ମୁଣ୍ଡ। ମୃତକଙ୍କ ନାଁ ମୁରାରୀ ତନ୍ତି। ସୁନ୍ଦରଗଡ଼ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ମୁରାରୀ ନିଜ ଗାଡ଼ିରୁ ଓହ୍ଲାଇ ଘରକୁ ଯିବା ବେଳେ ପଛ ପଟରୁ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତ ଦ୍ୱୟ ମୁହଁରେ ମୁଖା ପିନ୍ଧି ଆସିଥିଲେ। ସେମାନେ ଦୁଇ ରାଉଣ୍ଡ ଗୁଳି କରିଥିଲେ। ଗୁଳି ମୁରାରୀଙ୍କ ମୁଣ୍ଡରେ ବାଜି ଥିଲା। ଆଜି […]

CAR

Jitendra Garnayak
  • Published: Friday, 29 April 2022
  • , Updated: 29 April 2022, 10:51 PM IST

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ସହରରେ ପୁଣି ଫୁଟିଲା ଗୁଳି। ଗଡ଼ିଲା ମୁଣ୍ଡ। ମୃତକଙ୍କ ନାଁ ମୁରାରୀ ତନ୍ତି।

ସୁନ୍ଦରଗଡ଼ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ମୁରାରୀ ନିଜ ଗାଡ଼ିରୁ ଓହ୍ଲାଇ ଘରକୁ ଯିବା ବେଳେ ପଛ ପଟରୁ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତ ଦ୍ୱୟ ମୁହଁରେ ମୁଖା ପିନ୍ଧି ଆସିଥିଲେ। ସେମାନେ ଦୁଇ ରାଉଣ୍ଡ ଗୁଳି କରିଥିଲେ। ଗୁଳି ମୁରାରୀଙ୍କ ମୁଣ୍ଡରେ ବାଜି ଥିଲା।

ଆଜି ରାତିରେ ଏହି ଘଟଣା ଘଟିଥିବା ବେଳେ ଖବର ଲେଖାଯିବା ବେଳକୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। କେଉଁ କାରଣରୁ ଓ କିଏ ତାଙ୍କୁ ହତ୍ୟା କରିଛି, ସେ ନେଇ କିଛି ଜଣାପଡ଼ି ନାହିଁ।

Related story