ହାତୁଡ଼ିରେ ଛେଚି ହତ୍ୟା
Ordigital Desk
• Published: Tuesday, 06 November 2018
• , Updated: 06 November 2018, 10:29 AM IST
ଭଞ୍ଜନଗର (ପ୍ରଦୀପ ସ୍ୱାଇଁ): ହାତୁଡ଼ିରେ ଛେଚି ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣେ କବାଡ଼ିବାଲା ବୋଲି ଜଣାପଡ଼ିଛି।
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଲୁଣିଢ଼ିପି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକଙ୍କ ନାଁ ବାଳକୃଷ୍ଣ। ତାଙ୍କ ଘର ଚମ୍ପେତପୁରରେ।
ଲୁଣିଢିପି ଗାଁର ମୁଖ୍ୟ ରାସ୍ତାକଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
(image) ବାଳକୃଷ୍ଣଙ୍କ ମୁହଁ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରେ ପଡ଼ିଥିବା ହାତୁଡ଼ିକୁ ପୁଲିସ୍ ଜବତ କରିଛି।
https://youtu.be/ZE7cap3ONss
Related story