ପାଠ ନପଢ଼ିବାରୁ ବଡ଼ ଭାଇ ମାଡ଼ରେ ସାନ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ ଭାଇ ମାଡ଼ରେ ସାନ ମୃତ। ଭୁବନେଶ୍ୱରରେ ଘଟିଛି ଅଭାବନୀୟ ଘଟଣା। ଠିକରେ ପାଠ ପଢୁନଥିବାରୁ ସାନ ଭାଇକୁ ବଡ଼ ଭାଇ ମାଡ଼ ମାରିଥିଲା। ସେଥିରେ ସାନ ଭାଇର ମୃତ୍ୟୁ ହୋଇଛି। ଆଜି ନୟାପଲ୍ଲୀ ଅଞ୍ଚଳ ନୂଆ ସାହିରେ ଏହି ଘଟଣା ଘଟିଛି। ମୃତକ ଜଣକ ରାଜମୋହନ ସେନାପତି। ସୂଚନା ମୁତାବକ, ସାନ ଭାଇ ରାଜମୋହନ ସେନାପତି ଏମ୍‌ବିଏ ପଢ଼ିବା ପରେ ବିଭିନ୍ନ କମ୍ପିଟିଟିଭ ପରୀକ୍ଷା ଦେଉଥିଲେ। ହେଲେ ଭଲ କରି ପରିଶ୍ରମ କରୁନଥିବାରୁ […]

yeng

  • Published: Tuesday, 20 September 2022
  • , Updated: 20 September 2022, 06:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ ଭାଇ ମାଡ଼ରେ ସାନ ମୃତ। ଭୁବନେଶ୍ୱରରେ ଘଟିଛି ଅଭାବନୀୟ ଘଟଣା। ଠିକରେ ପାଠ ପଢୁନଥିବାରୁ ସାନ ଭାଇକୁ ବଡ଼ ଭାଇ ମାଡ଼ ମାରିଥିଲା। ସେଥିରେ ସାନ ଭାଇର ମୃତ୍ୟୁ ହୋଇଛି। ଆଜି ନୟାପଲ୍ଲୀ ଅଞ୍ଚଳ ନୂଆ ସାହିରେ ଏହି ଘଟଣା ଘଟିଛି। ମୃତକ ଜଣକ ରାଜମୋହନ ସେନାପତି।

ସୂଚନା ମୁତାବକ, ସାନ ଭାଇ ରାଜମୋହନ ସେନାପତି ଏମ୍‌ବିଏ ପଢ଼ିବା ପରେ ବିଭିନ୍ନ କମ୍ପିଟିଟିଭ ପରୀକ୍ଷା ଦେଉଥିଲେ। ହେଲେ ଭଲ କରି ପରିଶ୍ରମ କରୁନଥିବାରୁ ସାନ ଭାଇ ରାଜମୋହନଙ୍କୁ ତାଗିଦ କରିଥିଲେ ବଡ଼ଭାଇ ବିଶ୍ୱମୋହନ। ଏହି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏଥିରେ ଉତ୍ତେଜିତ ରାଜମୋହନଙ୍କୁ ବଡ଼ ଭାଇ ବିଶ୍ୱମୋହନ ମାଡ଼ ମାରିଥିଲେ। ଏଥିରେ ରାଜମୋହନଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ବଡ଼ ଭାଇ ବିଶ୍ୱମୋହନଙ୍କୁ ଗିରଫ କରିଛି ପୁଲିସ। ଏହି ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Related story