ବାଇକରେ ଆସି ଦୁଇ ଲକ୍ଷ ଟଙ୍କା ଲୁଟି ନେଲେ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ ଜଗନ୍ନାଥ ସାହୁ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ଆଜି ଏମିତି ଘଟଣା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ୟୁକୋ ବ୍ୟାଙ୍କ ସମ୍ମୁଖରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ବ୍ୟାଙ୍କ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଫତେଗଡ଼ ଗାଁର ଜଗନ୍ନାଥ ସାହୁ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା […]

loot-in-nayagardh

Manoranjan Sial
  • Published: Wednesday, 27 February 2019
  • , Updated: 27 February 2019, 06:35 PM IST

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ ଜଗନ୍ନାଥ ସାହୁ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ଆଜି ଏମିତି ଘଟଣା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ୟୁକୋ ବ୍ୟାଙ୍କ ସମ୍ମୁଖରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ବ୍ୟାଙ୍କ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଫତେଗଡ଼ ଗାଁର ଜଗନ୍ନାଥ ସାହୁ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ଆସୁଥିବା ବେଳେ କିଛି ସମୟ ପାଇଁ ଛିଡ଼ା ହୋଇଯାଇ ଥିଲେ।ଏହି ସମୟରେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ପାଖରେ ଛିଡ଼ା ହେଲେ। ଛିଡା ହେବା ବାହାନାରେ ସେମାନେ ବିସ୍କୁଟ ଖାଇ ତାଙ୍କ ଉପରେ ପକାଇଥିଲେ।ଦୁର୍ବୃତ୍ତଙ୍କ ଏପରି କାର୍ଯ୍ୟ ଦେଖି ଜଗନ୍ନାଥ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତ ଦୁଇ ଜଣ ତାଙ୍କୁ ଧକ୍କା ମାରିଥିଲେ। ଫଳରେ ଜଗନ୍ନାଥ ତଳେ ପଡ଼ି ଯାଇଥିଲେ। ଏହାର ସୁଯୋଗ ନେଇ ଦୁଇ ଦୁର୍ବୃତ୍ତ ଜଗନ୍ନାଥଙ୍କ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ।

ଏନେଇ ଜଗନ୍ନାଥ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି।

Related story