ମାଆ, ଝିଅଙ୍କୁ ଛୁରା ଭୁସିଦେଲେ

ରାୟଗଡ଼ା (ମନୋଜ ପାତ୍ର): ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ରାୟଗଡ଼ା ସହର ସ୍ଥିତ ଆନ୍ଧ୍ରବ୍ୟାଙ୍କ ଲେନ୍‌ରେ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ଛାଡ଼ି ଚାଲିଯିବା ପରେ ଦୁଇ ଝିଅଙ୍କୁ ଧରି ଏଲ.ମୀନା (ଛଦ୍ମନାମ) ରାୟଗଡ଼ା ସହର ସ୍ଥିତ ଆନ୍ଧ୍ରବ୍ୟାଙ୍କ ଲେନ୍‌ରେ ରୁହନ୍ତି। ଦିନେ ତାଙ୍କର ଦେଖାହୁଏ […]

crime

Manoranjan Sial
  • Published: Saturday, 10 August 2019
  • , Updated: 10 August 2019, 06:09 PM IST

ରାୟଗଡ଼ା (ମନୋଜ ପାତ୍ର): ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ରାୟଗଡ଼ା ସହର ସ୍ଥିତ ଆନ୍ଧ୍ରବ୍ୟାଙ୍କ ଲେନ୍‌ରେ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

ସ୍ୱାମୀ ଛାଡ଼ି ଚାଲିଯିବା ପରେ ଦୁଇ ଝିଅଙ୍କୁ ଧରି ଏଲ.ମୀନା (ଛଦ୍ମନାମ) ରାୟଗଡ଼ା ସହର ସ୍ଥିତ ଆନ୍ଧ୍ରବ୍ୟାଙ୍କ ଲେନ୍‌ରେ ରୁହନ୍ତି। ଦିନେ ତାଙ୍କର ଦେଖାହୁଏ ଟିକିରା ଥାନା କୁହୁଣ୍ଡି ଗାଁର ରଘୁନାଥ ନାଗଙ୍କ ସହିତ। ଏହା ପରେ ରଘୁନାଥ ନିଜର ପରିବାର ଛାଡ଼ି ଦୀର୍ଘ ୮ ବର୍ଷ ଧରି ଏଲ.ମୀନାଙ୍କ ଘରେ ରହୁଥିଲେ। କିନ୍ତୁ ସେ କିଛି କାମ କରୁନଥିଲେ। ଅନେକ ସମୟରେ ମଦ୍ୟପାନ କରି ଘରକୁ ଫେରି ସମସ୍ତଙ୍କୁ ଗାଳି ଗୁଲଜ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ଅନେକ ସମୟରେ ରଘୁନାଥ ଓ ମୀନାଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା।

ଆଜି ମୀନାଙ୍କ ବଡ଼ ଝିଅ ଏଲ. ରେବତୀ କୌଣସି କାମରେ ବାହାରକୁ ଯାଇଥିଲେ। ଘରେ ମୀନା ଓ ତାଙ୍କ ସାନ ଝିଅ ଏଲ.ସାବିତ୍ରୀ ଥିଲେ। ଏହି ସମୟରେ ରଘୁନାଥ ଘରକୁ ଫେରି ମୀନାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ରଘୁ ମୀନାଙ୍କୁ ଏକ ଛୁରିରେ ଭୁସି ଦେଇଥିଲେ। ମାଆଙ୍କୁ ଉଦ୍ଧାର କରିବାକୁ ଯାଇ ଝିଅ ଏଲ.ସାବିତ୍ରୀ ମଧ୍ୟ ଛୁରା ମାଡ଼ରେ ଆହତ ହୋଇଛନ୍ତି। ଉଭୟଙ୍କ ମୁଣ୍ଡ, ଛାତି, ପିଠି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପଡ଼ୋଶୀମାନେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାୟଗଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅନ୍ୟପକ୍ଷରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ରଘୁନାଥକୁ ଅଟକ ରଖି ପଚରାଉଚରା କରୁଛି।

Related story