ରେଳବାଇ ଚାକିରିରୁ ଇସ୍ତଫା ଦେଲେ ମନୋଜ ମିଶ୍ର, ଓଡ଼ିଶା ସରକାରରେ ରହିବେ ସଚିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ(ଆଇଆରଟିଏସ) ଅଫିସର ମନୋଜ କୁମାର ମିଶ୍ର ସରକାରୀ ଚାକିରୀରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଥିବା ନେଇ ଗତକାଲି କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି । ତେବେ ଶ୍ରୀ ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବିଭିନ୍ନ ସଚିବ ପଦବୀରେ କାର୍ଯ୍ୟ ଜାରି ରଖିବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା […]

Manoj Mishra S

Ordigital Desk
  • Published: Thursday, 29 December 2022
  • , Updated: 29 December 2022, 03:02 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ(ଆଇଆରଟିଏସ) ଅଫିସର ମନୋଜ କୁମାର ମିଶ୍ର ସରକାରୀ ଚାକିରୀରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଥିବା ନେଇ ଗତକାଲି କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି । ତେବେ ଶ୍ରୀ ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବିଭିନ୍ନ ସଚିବ ପଦବୀରେ କାର୍ଯ୍ୟ ଜାରି ରଖିବେ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ୨୦୧୭ ମସିହାରେ ଓଡ଼ିଶାକୁ ଡେପୁଟେସନରେ ଆସିଥିବା ୧୯୯୯ ବ୍ୟାଚ୍ ଆଇଆରଟିଏସ୍ ମନୋଜ କୁମାର ମିଶ୍ର ଏବେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି,ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ରେଳ କୋଅର୍ଡିନେସନ କମିଶନର, ରାଜ୍ୟ ଆଇଟି ସଚିବ ଓ ଓକାକ୍ ଚେୟାରମ୍ୟାନ୍ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଆଇଆରଟିଏସ୍  ଚାକିରିରୁ ଇସ୍ତଫା ନେଇ ଆବେଦନ ପତ୍ରକୁ ରାଷ୍ଟ୍ରପତି ୨୦୨୨ ଡିସେମ୍ବର ୨୮ତାରିଖରୁ ସ୍ୱୀକାର କରିଥିବା ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳବାଇକୁ ଅବଗତ କରାଯାଇଛି ।
ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ ଡେପୁଟେସନରେ ଆସିଥିବା ଶ୍ରୀ ମିଶ୍ର ଆଇଆରଟିଏସ୍ ଚାକିରିରୁ ଇସ୍ତଫା ଦେଇଥିଲେ ମଧ୍ୟ ଏବେ ଓଡ଼ିଶା ସରକାରରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି, ସେହିସବୁ ପଦକୁ ବଜାୟ ରଖିବେ । ଏଥିପାଇଁ ରାଜ୍ୟ କ୍ୟାବିନେଟ ଆବଶ୍ୟକ ଅନୁମୋଦନ ଦେଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ସୁପାରିଶ ପରେ ଶ୍ରୀ ମିଶ୍ରଙ୍କ ଆଇଆରଟିଏସ ଚାକିରିରୁ ଇସ୍ତଫାକୁ କେନ୍ଦ୍ର ସରକାର ସ୍ୱୀକାର କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ପାୱାର କରିଡରରେ ପ୍ରଭାବଶାଳୀ ଅଫିସର ଭାବେ ଜଣାଶୁଣା ଶ୍ରୀ ମିଶ୍ରଙ୍କ ଓଡ଼ିଶା ସରକାରରେ ଡେପୁଟେସନ ଅବଧିକୁ ୨୦୧୭ ଡିସେମ୍ବର ୨୮ତାରିଖରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ବାତିଲ କରି ନଥର୍ଣ୍ଣ ରେଳବାଇରେ ନିଯୁକ୍ତି ଦେଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତାଙ୍କର ଏହି ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରିବା ନିଷ୍ପତ୍ତିରୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓହରିଥିଲା । କିନ୍ତୁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଛକାପଞ୍ଝା ଯୋଗୁ ଏହି ବାତିଲ ନିଷ୍ପତ୍ତି ନିର୍ଦ୍ଦେଶନାମା ପ୍ରାୟ ଏକବର୍ଷ ପରେ ୨୦୧୮ ଡିସେମ୍ବର ୨୪ତାରିଖରେ ପ୍ରକାଶ ପାଇଥିଲା । ତେବେ ରେଳ ମନ୍ତ୍ରଣାଳୟ କୌଣସି ପରିସ୍ଥିତିରେ ବି ଡେପୁଟେସନ ଅବଧିକୁ ୫ବର୍ଷରୁ ଅଧିକ କରିବ ନାହିଁ ବୋଲି ଏକ ବିଜ୍ଞପ୍ତି ୨୦୨୦ ମସିହାରେ ଜାରି କରିଥିବାରୁ ଶ୍ରୀ ମିଶ୍ରଙ୍କ ଡେପୁଟେସନ ଅବଧି ବୃଦ୍ଧି ହେବାର ସମ୍ଭାବନା କ୍ଷୀଣ ଥିଲା । ଓଡ଼ିଶା ସରକାରରେ କାର୍ଯ୍ୟ କରିବା ପାଇଁ ସେ ଏହି କାରଣରୁ ସରକାରୀ ଚାକିରିରୁ ଇସ୍ତଫା ଦେଇଥିବା କୁହାଯାଉଛି । ଅବଶ୍ୟ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରରେ ତାଙ୍କୁ ଯୁଗ୍ମ ସଚିବ ପାହ୍ୟାରେ ତାଲିକାଭୁକ୍ତ କରିଥିଲେ । । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଶ୍ରୀ ମିଶ୍ରଙ୍କ ଭାଗିଦାରୀ ରହିଥିବାବେଳେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇଥିଲେ । ସେ ନିଜର ମିଷ୍ଟଭାଷୀତ୍ୱ ଓ ମାର୍ଜିତ ଆଚରଣ ପାଇଁ ସବୁ ମହଲରେ ଜଣାଶୁଣା ।

Related story