ବ୍ଲାକମେଲର୍‌ ଅର୍ଚ୍ଚନାଙ୍କ ଗଙ୍ଗାରେ ବହୁ ନେତା ଗାଧୋଇଛନ୍ତି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ଗଙ୍ଗାରେ ବହୁ ନେତା ଗାଧୋଇଛନ୍ତି! ବିଜେଡି ଓ ବିଜେପିର ବହୁ ନେତା ଗାଧୋଇଛନ୍ତି। କାରଣ ସେମାନଙ୍କ ପାଖରେ ପଇସାର ଅଭାବ ନାହିଁ। ଅପର୍ଯ୍ୟାପ୍ତ ପଇସା ରହିଛି। ତେଣୁ ସେମାନେ ସେ ସବୁ ଟଙ୍କା ଅର୍ଚ୍ଚନାଙ୍କ ପାଖରେ ଢାଳି ଦେଇଛନ୍ତି। କିନ୍ତୁ କଂଗ୍ରେସ ଖାଡଂଖାଡ଼ା। ୨୫ ବର୍ଷ ହେଲା କଂଗ୍ରେସ ସରକାରରେ ନାହିଁ। ତାଙ୍କ ପାଖରେ ଟଙ୍କା କେଉଁଠୁ ଆସିବ? ଥିଲେ ଆମର ମଧ୍ୟ ଯାଇଥାଆନ୍ତେ।’ ଆଜି ଏପରି ଢଙ୍ଗରେ […]

Archana-Nag

  • Published: Tuesday, 18 October 2022
  • , Updated: 18 October 2022, 06:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ଗଙ୍ଗାରେ ବହୁ ନେତା ଗାଧୋଇଛନ୍ତି! ବିଜେଡି ଓ ବିଜେପିର ବହୁ ନେତା ଗାଧୋଇଛନ୍ତି। କାରଣ ସେମାନଙ୍କ ପାଖରେ ପଇସାର ଅଭାବ ନାହିଁ। ଅପର୍ଯ୍ୟାପ୍ତ ପଇସା ରହିଛି। ତେଣୁ ସେମାନେ ସେ ସବୁ ଟଙ୍କା ଅର୍ଚ୍ଚନାଙ୍କ ପାଖରେ ଢାଳି ଦେଇଛନ୍ତି। କିନ୍ତୁ କଂଗ୍ରେସ ଖାଡଂଖାଡ଼ା। ୨୫ ବର୍ଷ ହେଲା କଂଗ୍ରେସ ସରକାରରେ ନାହିଁ। ତାଙ୍କ ପାଖରେ ଟଙ୍କା କେଉଁଠୁ ଆସିବ? ଥିଲେ ଆମର ମଧ୍ୟ ଯାଇଥାଆନ୍ତେ।’ ଆଜି ଏପରି ଢଙ୍ଗରେ ବିଜେଡି ଓ ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ବାହିନୀପତି କହିଛନ୍ତି, ଯେତେବେଳେ ସାମ୍ୱାଦିକମାନେ ଅସୁବିଧାରେ ପଡ଼ନ୍ତି, ବିଜେଡି ନେତାମାନେ ତାକୁ ତଳିତଳାନ୍ତ କରିଦିଅନ୍ତି। ଅନ୍ୟ ଦଳରେ ଯଦି କେହି ଫସି ଯାଆନ୍ତି ଓ ଫସାଇ ଦିଅନ୍ତି, ତାଙ୍କୁ ମଧ୍ୟ ସଫା କରିଦିଅନ୍ତି। ବର୍ତ୍ତମାନ ଆଇଏଏସ୍‌, ଆଇପିଏସ୍‌ ଅଫିସର, ମନ୍ତ୍ରୀ, ଯନ୍ତ୍ରୀ ବା ତନ୍ତ୍ରୀଙ୍କ କଥା ଉଠୁଥିବାରୁ ପୂରା ପୁଲିସ୍‌ ବିଭାଗ ସ୍ଥାଣୁ ପାଲଟି ଯାଇଛି। ଏହି ମାମଲାକୁ ପୁଲିସ ଘଣ୍ଟ ଘୋଡାଉ ନାହିଁ, ପୂରା ୱାସ୍‌ଆଉଟ୍‌ କରିଦେଉଛି। କାରଣ ପୁଲିସ୍‌ ପାଖରେ ସବୁକିଛି ରହିଲା। ସେମାନେ ଯାହା ଚାହିଁବେ, ତାହା କରିବେ। ବର୍ତ୍ତମାନ ତଦନ୍ତ କେଉଁ ଲାଇନ୍‌ରେ ଯାଉଛି, ତାହାକୁ ଆମେ ଲକ୍ଷ୍ୟ କରୁଛୁ ବୋଲି ତାରା କହିଛନ୍ତି।

ସେ ଆହୁରି କହିଛନ୍ତି, ଅଞ୍ଜନା ମାମଲାରେ କଂଗ୍ରେସରେ କେହି ସାମିଲ ନଥିଲେ। କିନ୍ତୁ ସେହି ମାମଲାକୁ ଆଜି ପର୍ଯ୍ୟନ୍ତ କେହି ଭୁଲି ନାହାନ୍ତି। ଏଇଟା(ଅର୍ଚ୍ଚନା) ଅଞ୍ଜନା ମାମଲାର ବାପା। ଏଥିରେ ୭୦ କୋଟିରୁ ଅଧିକ ଟଙ୍କା ଦୁର୍ନୀତି ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି ଓ କାହାକୁ ଗିରଫ କରାଯାଇଛି, ତାହା ଦେଖାଇନି ପୁଲିସ୍‌। ମୋବାଇଲ ଚୋରକୁ ଧରି ପ୍ରେସ୍‌ମିଟ୍‌ କରୁଥିବା ପୁଲିସ ଏହି ଘଟଣାରେ ପଦୁଟିଏ କହୁନାହିଁ। କାରଣ ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ରହିଛି। ଏଇଟା ବଡ଼ ସେକ୍ସ ସ୍କାଣ୍ଡାଲ୍‌। ଜାପାନ, ଲଣ୍ଡନ ଓ କୋଲକାତାରୁ ଯୁବତୀ ଆସୁଥିଲେ ବୋଲି ତାରା କହିଛନ୍ତି।

୨୦୨୪ରେ ପୂରା ଫିଲ୍ମ ଦେଖିବେ ରାଜ୍ୟବାସୀ: ତାରା

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଏବେ ଯାହା ଦେଖୁଛ, ତାହା ହେଉଛି ଟ୍ରେଲର୍‌। ୨୦୨୪ରେ ପୂରା ଫିଲ୍ମ ଦେଖିବ। କାରଣ ବିଜେଡି ଓ ବିଜେପିର ମୁଖ୍ୟ ମୁଖ୍ୟ ଲୋକମାନେ କଂଗ୍ରେସକୁ ଫେରିବେ। କଂଗ୍ରେସରେ ଆଣ୍ଟି କଂଗ୍ରେସ ଭୋଟ୍‌ର ମିଶ୍ରଣ ହେବ। ନିର୍ବାଚନରେ କଂଗ୍ରେସ ଜିତିବ। ଏକଥା ମୁଁ କହୁନାହିଁ। ପଣ୍ଡିତମାନେ ଆକଳନ କରୁଛନ୍ତି ବୋଲି ତାରା କହିଛନ୍ତି।

ସେ କହିଛନ୍ତି, ବିଜେଡିର ଜିଲ୍ଲା ସ୍ତରରେ ଅସନ୍ତୋଷ ବଢ଼ି ଯାଇଛି। ଯାହାକୁ ପାରିଲେ ବିଜେଡିରେ ମିଶାଇଲେ। ସମସ୍ତଙ୍କୁ ଆଶାୟୀ କରିଦେଲେ। ରାଜ୍ୟରେ ୧୪୭ଟି ନିର୍ବାଚନମଣ୍ଡଳୀରେ କାହାକୁ ଟିକେଟ୍‌ ଦେବେ? ବିଜେଡିରେ ମିଶିଥିବା ଜନତା ଦଳ ନେତାମାନେ ତଳିତଳାନ୍ତ ହୋଇଯାଇଛନ୍ତି। କଂଗ୍ରେସରୁ ନେଇ ମୁଣ୍ଡରେ ବସାଇଥିବା ନେତାଙ୍କୁ ନେଇଙ୍କୁ ବିଜେଡିରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୪ରେ ଲୋକେ ପୂରା ଫିଲ୍ମ ଦେଖିବେ ବୋଲି ତାରା କହିଛନ୍ତି।

https://www.youtube.com/watch?v=7gTnUazuuB8

Related story