ଲଗାଣ ବର୍ଷା ଯୋଗୁଁ ବାତିଲ ହେଲା ବହୁ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁଁ ବିଜୟନଗରମ୍ ଅଞ୍ଚଳରେ ଟ୍ରାକ୍ ସର୍କିଟ୍ ଫେଲ୍ୟୁୟର ହୋଇଛି। ଏଥିଯୋଗ ବହୁ ଟ୍ରେନ୍ ଆଜି ବାତିଲ୍ ହୋଇଥିବା ନେଇ ପୂର୍ବତଟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଯିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ , ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍ ଚଳାଚଳ ଉଭୟ ପାର୍ଶ୍ୱରୁ ବନ୍ଦ ରହିଛି। ସେହିପରି ଆଜି ଯିବାକୁ ଥିବା ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ୍ କରାଯାଇଛି। ଏହାବ୍ୟତୀତ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ପାସ୍ ଟ୍ରେନ୍ ଆଜି ପାଇଁ ବାତିଲ୍ […]

rain-89

Niharika Rout
  • Published: Thursday, 24 October 2019
  • , Updated: 24 October 2019, 11:21 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁଁ ବିଜୟନଗରମ୍ ଅଞ୍ଚଳରେ ଟ୍ରାକ୍ ସର୍କିଟ୍ ଫେଲ୍ୟୁୟର ହୋଇଛି। ଏଥିଯୋଗ ବହୁ ଟ୍ରେନ୍ ଆଜି ବାତିଲ୍ ହୋଇଥିବା ନେଇ ପୂର୍ବତଟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଯିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ , ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍ ଚଳାଚଳ ଉଭୟ ପାର୍ଶ୍ୱରୁ ବନ୍ଦ ରହିଛି। ସେହିପରି ଆଜି ଯିବାକୁ ଥିବା ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ୍ କରାଯାଇଛି।

ଏହାବ୍ୟତୀତ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ପାସ୍ ଟ୍ରେନ୍ ଆଜି ପାଇଁ ବାତିଲ୍ ହୋଇଛି।  ବିଶାଖାପାଟଣା-ବ୍ରହ୍ମପୁର ଓ୍ୱାନ୍ ପେୟାର ପାସେଞ୍ଜର ଟ୍ରେନ୍ ଉଭୟ ପଟୁ ବାତିଲ୍ ହୋଇଥିବା ବେଳେ କାଲି ଯିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା  ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି।

ଏଥିଯୋଗୁ  ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନେ ହଇରାଣ ହେଉଥିବା ଜଣାଯାଇଛି।

Related story