ତହସିଲ କାର୍ଯ୍ୟାଳୟରେ ମାଓ ବିରୋଧୀ ପୋଷ୍ଟର

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ନାରାୟଣପାଟଣା ତହସିଲ କାର୍ଯ୍ୟାଳୟ କାନ୍ଥରେ ମାଓ ବିରୋଧୀ ପୋଷ୍ଟର ମରାଯାଇଛି। ହିଂସା ମୁକ୍ତ ଅଭିଯାନ ନାଁରେ ଏହି ପୋଷ୍ଟର ଗୁଡ଼ିକ ଲାଗିଛି।  ମାଓ ପ୍ରଭାବିତ ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳ ମାଓବାଦୀଙ୍କୁ ଛାଡିବା ପାଇଁ ଏହି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ଜିଲ୍ଲାର ବିକାଶ କାର୍ଯ୍ୟକୁ କାହିଁକି ମାଓ ସଂଗଠନ ବିରୋଧ କରୁଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

ଗତ ୪ ତାରିଖରେ ବ୍ଲକ ଯୁବ ଜାଗରଣ ସମିତି ନାଁରେ ମାଓବାଦୀଙ୍କୁ ଅନୁରୋଧ କରି ପୋଷ୍ଟର ଲାଗିଥିବା ବେଳେ ହିଂସାମୁକ୍ତ ଓଡିଶା ଅଭିଯାନ ନାଁରେ ଏହି ପୋଷ୍ଟର ଲାଗିଛି। ଏହି ପୋଷ୍ଟର କିଏ ଲଗାଇଛି ତାହା ଜଣାପଡ଼ିନି।