ମାଓବାଦୀଙ୍କ କବଳରୁ ମୁକୁଳିଲେ ଲାଖପଦର ଗ୍ରାମରକ୍ଷୀଙ୍କ ସମେତ ୩ ଗ୍ରାମବାସୀ

ଭବାନୀପାଟନା: ଅପହରଣର ଦୁଇ ଦିନ ପରେ ମୁକ୍ତ କଲେ ମାଓବାଦୀ। କଳାହାଣ୍ଡି ବିଜେପୁର ଥାନା ତ୍ରିଲୋଚନପୁରରୁ ଜଣେ ଗ୍ରାମରକ୍ଷୀଙ୍କ ସମେତ ୩ ଜଣଙ୍କୁ ଗତ ଶୁକ୍ରବାର ଉଠାଇ ନେଇଥିଲେ ମାଓବାଦୀ। ଲାଖପଦର ଗାଁର ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ପୂର୍ବତନ ଗ୍ରାମରକ୍ଷୀ ବିଶିକେସନ ନାୟକ ଏବଂ ଅନ୍ୟ ୨ ଗ୍ରାମବାସୀ ବାବୁଲା ନାଏକ ଓ ରାଜୁ ନାଏକଙ୍କୁ ଅପହରଣ କରି ନିଆଯାଇଥିଲା। ସେମାନଙ୍କୁ ଘଞ୍ଚ ଜଙ୍ଗଳ ମଧ୍ୟରେ ରଖାଯାଇଥିଲା। ଜଙ୍ଗଲରେ ଦୁଇ ଦିନ ରଖିବା ପରେ ଆଜି ସେହି […]

maoist

Rakesh Mallick
  • Published: Sunday, 22 April 2018
  • , Updated: 22 April 2018, 12:38 PM IST

ଭବାନୀପାଟନା: ଅପହରଣର ଦୁଇ ଦିନ ପରେ ମୁକ୍ତ କଲେ ମାଓବାଦୀ। କଳାହାଣ୍ଡି ବିଜେପୁର ଥାନା ତ୍ରିଲୋଚନପୁରରୁ ଜଣେ ଗ୍ରାମରକ୍ଷୀଙ୍କ ସମେତ ୩ ଜଣଙ୍କୁ ଗତ ଶୁକ୍ରବାର ଉଠାଇ ନେଇଥିଲେ ମାଓବାଦୀ। ଲାଖପଦର ଗାଁର ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ପୂର୍ବତନ ଗ୍ରାମରକ୍ଷୀ ବିଶିକେସନ ନାୟକ ଏବଂ ଅନ୍ୟ ୨ ଗ୍ରାମବାସୀ ବାବୁଲା ନାଏକ ଓ ରାଜୁ ନାଏକଙ୍କୁ ଅପହରଣ କରି ନିଆଯାଇଥିଲା। ସେମାନଙ୍କୁ ଘଞ୍ଚ ଜଙ୍ଗଳ ମଧ୍ୟରେ ରଖାଯାଇଥିଲା। ଜଙ୍ଗଲରେ ଦୁଇ ଦିନ ରଖିବା ପରେ ଆଜି ସେହି ୪ ଜଣଙ୍କୁ ଛାଡିଦିଆଯାଇଛି। ତେବେ ଏମାନଙ୍କୁ ମାଓବାଦୀ କ’ଣ ପାଇଁ ଅପହରଣ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ।

Related story