ମାରିକଙ୍କ ମାନହାନୀ ମକଦ୍ଦମା ମାମଲା: ଏପ୍ରିଲ ୫ରେ କୋର୍ଟରେ ହାଜର ହେବାକୁ ଅନାଦିଙ୍କୁ ସମନ

ଭୁବନେଶ୍ୱର: ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକଙ୍କ ଦ୍ୱାରା ଦାଏର ମାନହାନୀ ମକଦ୍ଦମା ମାମଲାରେ ଭୁବନେଶ୍ୱର ସିନିୟର ଡିଭିଜନ୍ ସିଭିଲ୍ କୋର୍ଟ ପୂର୍ବତନ ପୋଲିସ୍ ଆଇଜି ଅନାଦି ସାହୁଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ଏପ୍ରିଲ୍ ୫ ତାରିଖରେ ବ୍ୟକ୍ତିଗତ ଭାବେ ଅବା ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହେବାକୁ ଅନାଦିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାରିକଙ୍କର ଡି’ବ୍ରଦର୍ସଙ୍କ ସହିତ ସଂପର୍କ ଅଛି ଓ ସେ ସେମାନଙ୍କ ସହିତ ପ୍ରାୟ ୭ କୋଟି ଟଙ୍କାର କାରବାର କରିଥିଲେ […]

marik-and-anadi

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 05:10 PM IST

ଭୁବନେଶ୍ୱର: ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକଙ୍କ ଦ୍ୱାରା ଦାଏର ମାନହାନୀ ମକଦ୍ଦମା ମାମଲାରେ ଭୁବନେଶ୍ୱର ସିନିୟର ଡିଭିଜନ୍ ସିଭିଲ୍ କୋର୍ଟ ପୂର୍ବତନ ପୋଲିସ୍ ଆଇଜି ଅନାଦି ସାହୁଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ଏପ୍ରିଲ୍ ୫ ତାରିଖରେ ବ୍ୟକ୍ତିଗତ ଭାବେ ଅବା ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହେବାକୁ ଅନାଦିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାରିକଙ୍କର ଡି’ବ୍ରଦର୍ସଙ୍କ ସହିତ ସଂପର୍କ ଅଛି ଓ ସେ ସେମାନଙ୍କ ସହିତ ପ୍ରାୟ ୭ କୋଟି ଟଙ୍କାର କାରବାର କରିଥିଲେ ବୋଲି ଅନାଦି ଅଭିଯୋଗ କରିଥିଲେ। ଏହା ପରେ ମାରିକ ମାର୍ଚ୍ଚ ୧ରେ ଅନାଦିଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ କରିଥିଲେ। ତା’ପରେ ମାର୍ଚ୍ଚ ୪ ତାରିଖରେ ଭୁବନେଶ୍ୱର ସିନିୟର୍ ଡିଭିଜନ୍ ସିଭିଲ୍ କୋର୍ଟରେ ସେ ଅନାଦିଙ୍କ ନାଁରେ ମାନହାନୀ ମାମଲା ଦାଏର କରିଥିଲେ। ସେ ଅନାଦିଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା ଦାଏର କରିଛନ୍ତି।

ଅନ୍ୟପକ୍ଷରେ ସେହି ଦିନ ଅନାଦି କହିଥିଲେ ଯେ କୋର୍ଟ ଡକାଇଲେ ସେ ନିଶ୍ଚିତ ଯିବେ। ଦୋଷୀ ସାବ୍ୟସ୍ତ ହେଲେ ସେ ଅତିବେଶୀରେ ଲକ୍ଷେ ଟଙ୍କା ମାରିକଙ୍କୁ ଦେଇ ପାରିବେ। ଯଦି ପୂରା ୫୦ ଲକ୍ଷ ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବେ, ତା’ହେଲେ ସେ ବାକି ୪୯ ଲକ୍ଷ ଟଙ୍କା ମାରିକଙ୍କୁ ହିଁ ମାଗିବେ। କାରଣ ମାରିକଙ୍କ ପାଖରେ କୋଟି କୋଟି ଟଙ୍କା ଅଛି।

ଅନାଦି ଆଣିଥିବା ଅଭିଯୋଗଗୁଡ଼ିକୁ ମାରିକ ଖଣ୍ଡନ କରିଛନ୍ତି।

Related story