ସହିଦ ଅଜିତ୍ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ

ଢେଙ୍କନାଳ(ଓଡ଼ିଶା ରିପୋର୍ଟର): ଜନ୍ମମାଟି  ଢେଙ୍କାନାଳ ବଡ଼ସୁଆଁଳରେ ସମ୍ପନ୍ନ ହୋଇଛି ସହିଦ ଅଜିତ୍ ସାହୁଙ୍କ ଶେଷକୃତ୍ୟ। ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ବୀର ପୁଅକୁ ଦିଆଯାଇଛି ଅନ୍ତିମ ବିଦାୟ। ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ସହିଦଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ବଡ଼ସୁଆଁଳ ଗାଁରେ ଆଜି ସହିଦ ଅଜିତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶେଷ ଦର୍ଶନ ଲାଗି ହଜାର ହଜାର ଜନତା ପହଞ୍ଚିଥିଲେ। କାମକ୍ଷାନଗରରୁ ଏକ ବିଶାଳ ଶୋଭାଯାତ୍ରାରେ ସହିଦଙ୍କୁ ତାଙ୍କ ଗାଁ ପର୍ଯ୍ୟନ୍ତ ନିଆଯାଇଥିଲା। […]

c-76

Tapas Behera
  • Published: Thursday, 20 June 2019
  • , Updated: 20 June 2019, 03:02 PM IST

ଢେଙ୍କନାଳ(ଓଡ଼ିଶା ରିପୋର୍ଟର): ଜନ୍ମମାଟି  ଢେଙ୍କାନାଳ ବଡ଼ସୁଆଁଳରେ ସମ୍ପନ୍ନ ହୋଇଛି ସହିଦ ଅଜିତ୍ ସାହୁଙ୍କ ଶେଷକୃତ୍ୟ। ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ବୀର ପୁଅକୁ ଦିଆଯାଇଛି ଅନ୍ତିମ ବିଦାୟ।

ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ସହିଦଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ବଡ଼ସୁଆଁଳ ଗାଁରେ ଆଜି ସହିଦ ଅଜିତଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶେଷ ଦର୍ଶନ ଲାଗି ହଜାର ହଜାର ଜନତା ପହଞ୍ଚିଥିଲେ। କାମକ୍ଷାନଗରରୁ ଏକ ବିଶାଳ ଶୋଭାଯାତ୍ରାରେ ସହିଦଙ୍କୁ ତାଙ୍କ ଗାଁ ପର୍ଯ୍ୟନ୍ତ ନିଆଯାଇଥିଲା। ସହିଦଙ୍କ ଅନ୍ତିମ ଦର୍ଶନ ପାଇଁ ଜନ ସମୁଦ୍ର ସୃଷ୍ଟି ହୋଇଥିଲା।

ସହିଦଙ୍କ ଶେଷ ଯାତ୍ରାରେ ବହୁ ପ୍ରଶାସନିକ ଅଧିକାରୀଙ୍କ ସହ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ। ଆଜି ସକାଳେ ଭୁବନେଶ୍ୱରରୁ ଆସି ସହିଦଙ୍କ ମରଶରୀର ଢେଙ୍କାନାଳ ମିନି ଷ୍ଟାଡିୟମରେ ପହଞ୍ଚିଥିଲା। ସେଠାରେ ମଧ୍ୟ ତାଙ୍କ ଶେଷ ଦର୍ଶନ ଲାଗି ପ୍ରବଳ ଭିଡ଼ ହୋଇଥିଲା।

 

Related story