ମରୁଡି ସ୍ଥିତି ଅନୁଧ୍ୟାନ ଲାଗି ଆସିଥିବା କେନ୍ଦ୍ରୀୟ ଟିମ କୃଷି ନିର୍ଦ୍ଦେଶକଙ୍କୁ ଭେଟିବେ, ଢେଙ୍କାନାଳ ଓ ସୁବର୍ଣ୍ଣପୁରରେ ଚାଲିଛି ଅନୁଧ୍ୟାନ

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍ କୃଷି ନିର୍ଦ୍ଦେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର କୃଷି ମନ୍ତ୍ରାଳୟର ଅତିରିକ୍ତ କମିଶନର ବି. ପି. ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏକ ୫ ଜଣିଆ ପ୍ରତିନିଧି ଦଳ ଗତକାଲି ସୁବର୍ଣ୍ଣପୁର, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏମାନଙ୍କ ଭିତରୁ ଏକ ତିନିଜଣିଆ ପ୍ରତିନିଧି ଦଳ ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଓ ତରଭା ବ୍ଲକର […]

bargarh

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 09:46 AM IST

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍ କୃଷି ନିର୍ଦ୍ଦେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର କୃଷି ମନ୍ତ୍ରାଳୟର ଅତିରିକ୍ତ କମିଶନର ବି. ପି. ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏକ ୫ ଜଣିଆ ପ୍ରତିନିଧି ଦଳ ଗତକାଲି ସୁବର୍ଣ୍ଣପୁର, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏମାନଙ୍କ ଭିତରୁ ଏକ ତିନିଜଣିଆ ପ୍ରତିନିଧି ଦଳ ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଓ ତରଭା ବ୍ଲକର ବିଭିନ୍ନ ଅଞ୍ଚଳ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ। ପରେ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବଲାଙ୍ଗିର ସହର ଉପକଣ୍ଠ କୁରୁଳ ଓ କଙ୍କରିଆ ଗାଁକୁ ଯାଇ ଉଜୁଡ଼ା କ୍ଷେତ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ଏକ ଟିମ୍ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ବିଜେପୁର ବ୍ଲକ୍ ଗସ୍ତରେ ଯାଇ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଆଜି ସକାଳେ କେନ୍ଦ୍ରୀୟ ଟିମ ଢେଙ୍କାନାଳରେ ପହଞ୍ଚିଛନ୍ତି । ସେମାନେ ଓଡାପଡା ବ୍ଲକର କାଣ୍ଡବିନ୍ଧା, ଗୁଣ୍ଡିଚାପଡା, ଗୁଣୁଦେଇ, ଗୋଇଲୋ ଆଦି ଅଞ୍ଚଳ ଗସ୍ତ କରିବେ । ସେହିପରି ଗଁଦିଆ ବ୍ଲକର ଯୋରନ୍ଦା, କରମୂଳ, ରାଇତଳା ଓ ଏହାର ଆଖପାଖ ଅଞ୍ଚଳବୁଲି ଦଳ କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ସେପଟେ କେନ୍ଦ୍ରୀୟ ମରୁଡି ଅନୁଧ୍ୟାନ କମିଟିର ଅନ୍ୟ ଏକ ଟିମ୍ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଶିପଡା, ଡାଲଡବା ଓ ହରିଣାପାଲିସହ ବୀରମହାରାଜପୁର ବ୍ଲକର ପଥରଘାଟ ଏବଂ ମାଣିକପୁର ଗାଁରେ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଆଜି ଏହି କେନ୍ଦ୍ରୀୟ ଟିମ୍ କୃଷି ନିର୍ଦ୍ଦେଶକଙ୍କୁ ଭେଟି ମରୁଡ଼ି ସ୍ଥିତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Related story