ଉତ୍କଳ ଦିବସରେ ‘ବନ୍ଦେ ଉତ୍କଳ ଜନନୀ’ର ସମୂହ ଗାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୧ ଉତ୍କଳ ଦିବସ ଅବସରରେ ‘ବନ୍ଦେ ଉତ୍କଳ ଜନନୀ’ର ସାମୂହିକ ଗାନ ପାଇଁ ଆୟୋଜନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ସନ୍ଧ୍ୟା ୬ଟାରେ ସମୂହ ଗାନ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ […]

Samir Das

Ordigital Desk
  • Published: Wednesday, 30 March 2022
  • , Updated: 31 March 2022, 12:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୧ ଉତ୍କଳ ଦିବସ ଅବସରରେ ‘ବନ୍ଦେ ଉତ୍କଳ ଜନନୀ’ର ସାମୂହିକ ଗାନ ପାଇଁ ଆୟୋଜନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ସନ୍ଧ୍ୟା ୬ଟାରେ ସମୂହ ଗାନ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରର ୟୁନିଟ୍ -୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ଯୋଗ ଦେବେ । ସେଠାରେ ସନ୍ଧ୍ୟା ୬ଟାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ସହ ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପାଠ କରାଯିବ । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାମ ମଧ୍ୟ ପ୍ରସାର କରାଯିବ । ପ୍ରତି ଜିଲ୍ଲାରେ ଏହି ସଭାସମିତି ଆୟୋଜନ ହେବ । ଜିଲ୍ଲା ପରିଷଦ ସଭାପତିମାନେ ଏହି ଆୟୋଜନର ଦାୟିତ୍ୱ ନେବେ । ସନ୍ଧ୍ୟା ୬ଟାରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ ।

ସୂଚନାଯୋଗ୍ୟ, ୨୦୨୦ ମସିହାରେ କୋଭିଡ୍ ମହାମାରୀ ଚାଲିଥିବାବେଳେ କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ଓ ସେମାନଙ୍କ ଉତ୍ସାହ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟବ୍ୟାପୀ ‘ବନ୍ଦେ ଉତ୍କଳ ଜନନୀ’ର ସମୂହ ଗାନ ରାଜ୍ୟ ସରକାର ଆୟୋଜନ କରିଥିଲେ । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା ।

Related story