ବିଏମସିର ‘ଗ୍ୟାଲେରିଆ’ ପ୍ରୀତି: ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ରାଜନୀତି ଆରମ୍ଭ କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁକୋଟି ଟଙ୍କାର ସର୍ବସାଧାରଣ ଜମିକୁ ଘରୋଇ ସପିଂ ମଲ୍ ‘ଉତ୍କଳ ଗ୍ୟାଲେରିଆ’କୁ ଟେକି ଦେଇ ଆଇନଗତ ସୁରକ୍ଷା ଯୋଗାଉଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ବିଜେପି ଦାବି କରିଛି। ଏହି ସରକାରୀ ଜମିକୁ ଜବରଦଖଲମୁକ୍ତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପରିବର୍ତ୍ତେ ଶାସକ ବିଜେଡି ଏହାକୁ ନେଇ ରାଜନୀତି ଆରମ୍ଭ କରିଛି। ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ […]

galaria

galaria

Manoranjan Sial
  • Published: Monday, 06 July 2020
  • Updated: 06 July 2020, 07:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁକୋଟି ଟଙ୍କାର ସର୍ବସାଧାରଣ ଜମିକୁ ଘରୋଇ ସପିଂ ମଲ୍ ‘ଉତ୍କଳ ଗ୍ୟାଲେରିଆ’କୁ ଟେକି ଦେଇ ଆଇନଗତ ସୁରକ୍ଷା ଯୋଗାଉଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି ବିଜେପି ଦାବି କରିଛି। ଏହି ସରକାରୀ ଜମିକୁ ଜବରଦଖଲମୁକ୍ତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପରିବର୍ତ୍ତେ ଶାସକ ବିଜେଡି ଏହାକୁ ନେଇ ରାଜନୀତି ଆରମ୍ଭ କରିଛି।

ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକରେ ଉତ୍କଳ ଗ୍ୟାଲେରିଆ ମଲ୍ ସରକାରୀ ଜମିକୁ ଜବରଦଖଲ କରିଛି। ଆଉ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ତା’ର ସୁରକ୍ଷା କବଚ ପାଲଟିଛନ୍ତି। ଫ୍ଲାଏ ଓଭର ବା ରାସ୍ତା ପ୍ରଶସ୍ତିକରଣ କାମ ହେଲେ ଏହି ମଲକୁ ସୌନ୍ଦର୍ଯ୍ୟକରଣ ପାଇଁ ଦିଆଯାଇଥିବା ଜମିକୁ ଫେରାଇ ଆଣିବା ପାଇଁ ପୂର୍ବ ନିର୍ଦ୍ଦେଶ ରହିଛି। ମାତ୍ର ମଲଠାରୁ ଏହି ଜମି ଫେରାଇ ନେବା ବଦଳରେ ରାଜଧାନୀର ଐତିହ୍ୟର ମୂକସାକ୍ଷୀ ବିଜେବି କଲେଜ, ରାଜ୍ୟ ସଂଗ୍ରହାଳୟ ଓ ବିଏମସି ଅଫିସ ପାଚେରୀ ଭାଙ୍ଗି ପ୍ରସ୍ତାବିତ ରାସ୍ତା ପ୍ରଶସ୍ତିକରଣ କରିବାକୁ ବିଏମସି କମିଶନର ଷଡ଼ଯନ୍ତ୍ର କରିଛନ୍ତି। ଗୋଟିଏ ପଟେ ହଜାର ହଜାର ଓଡିଆଙ୍କୁ ମଣିଷ କରିଥିବା ଓ ସେମାନଙ୍କ ଭାବାବେଗ ସହ ଜଡ଼ିତ ବିଜେବି କଲେଜର ଐତିହାସିକ ପାଚେରୀକୁ ଭାଙ୍ଗିବା ପାଇଁ ବିଏମସି ନୋଟିସ୍ ଲଗାଇ ସାରିଛି। ମାତ୍ର ମଲ୍ ଦଖଲରେ ଥିବା ନୟନ ଯୋଡ଼ି କିସମ ଜମିରେ ବିଏମସି କମିଶନର ଶ୍ରୀ ଚୌଧୁରୀ ହାତ ମାରୁନାହାଁନ୍ତି।

ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ମଲ୍ ପ୍ରେମର ପୁରୁଣା ଇତିହାସ ପ୍ରେମଚାନ୍ଦ ଚୌଧୁରୀଙ୍କର ରହିଛି। ଶ୍ରୀ ଚୌଧୁରୀଙ୍କ ସଲାସୁତୁରାରେ ରାଜଧାନୀର ଏସପ୍ଲାନେଡ୍ ମଲ୍ ହାଇକୋର୍ଟ ନିର୍ଦ୍ଦେଶର ବାହାନା ଦେଖାଇ କୋଟି କୋଟି ଟଙ୍କା ପାର୍କିଂ ଫିସ୍ ମାଧ୍ୟମରେ ଆଦାୟ କରିବାର ତଥ୍ୟ ପ୍ରମାଣ ଆଗରୁ ରହିଛି। ଖାସ୍ ଉତ୍କଳ ଗ୍ୟାଲେରିଆ ମଲକୁ ସୁରକ୍ଷା ଦେବା ପାଇଁ ଶ୍ରୀ ଚୌଧୁରୀ ନିଜର ଏକଛତ୍ରବାଦୀ ମାନସିକତାର ପରିଚୟ ଦେଇଛନ୍ତି। ଆଉ ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ମହାମାରୀ ନିୟନ୍ତ୍ରଣ ଆଇନର ଅପବ୍ୟବହାର କରୁଛନ୍ତି। ମଲ୍ ଜବରଦଖଲରେ ଥିବା ଜମି ବେଦଖଲ କରି ରାସ୍ତା ପ୍ରଶସ୍ତିକରଣ କରିବାକୁ ଶ୍ରୀ ସିଂ ଦାବି କରିବା ସହ ବିଜେବି କଲେଜ, ରାଜ୍ୟ ସଂଗ୍ରହାଳୟ ଓ ବିଏମସି ଜମିକୁ ସ୍ପର୍ଶ ନକରିବା ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ସରକାରୀ ଜମି ଜବରଦଖଲମୁକ୍ତ କରିବା ଓ ବିଏମସିର ଅନୈତିକ କାର୍ଯ୍ୟ ବିରୁଦ୍ଧରେ ବିଜେପି ପ୍ରତିବାଦ କରୁଥିବାବେଳେ ସେ ବିଷୟରେ ଶାସକ ବିଜେଡି ନିରବତା କରିବା ସହ ଏହି ଘଟଣାକୁ ରାଜନୀତିକ ରଙ୍ଗ ଦେବାକୁ ପ୍ରୟାସ କରିଛି।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ଭୁବନେଶ୍ୱର ବିଜେପି ମଧ୍ୟରେ ଅର୍ନ୍ତଦ୍ୱନ୍ଦ୍ୱ ରହିଛି। ସେମାନଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ଅଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଘଂନ କରଉଛନ୍ତି। ବିଏମସି ମଧ୍ୟ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଅପରାଜିତାଙ୍କ ଶିବିରର ଜଣେ ନେତା ହେଉଛନ୍ତି ବାବୁ ସିଂ। ତେଣୁ ସାଂସଦଙ୍କୁ ସୁରକ୍ଷା ଓ ଦଳୀୟ କନ୍ଦଳରୁ ଦୃଷ୍ଟି ଏଡ଼ାଇବାକୁ ଚେଷ୍ଟା ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ମାତ୍ର କାହିଁକି ଉତ୍କଳ ଗ୍ୟାଲେରିଆ ଦ୍ୱାରା ଜବରଦଖଲରେ ଥିବା ସରକାରୀ ଜମିକୁ ମୁକ୍ତ କରାଯାଉନାହିଁ ସେ ନେଇ ବିଜେଡି ମୁହଁ ଖୋଲୁନାହିଁ।

ସୂଚନାଯୋଗ୍ୟ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲୀପ ମହାନ୍ତି ଓ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story