ଆଶାକର୍ମୀଙ୍କ ପାଇଁ ମୋବାଇଲ କିଣାରେ ହୋଇଛି ବ୍ୟାପକ ଦୁର୍ନୀତି: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଉଲ୍ଲଘଂନ କରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠିରେ ଆଶାକର୍ମୀଙ୍କ ପାଇଁ ମୋବାଇଲ ଫୋନ୍ କିଣାରେ ରାଜ୍ୟ ସରକାର ବ୍ୟାପକ ଦୁର୍ନୀତି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର ବରିଷ୍ଠ ନେତା ପଂଚାନନ କାନୁନଗୋ ଓ ସୁଦର୍ଶନ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦୁର୍ନୀତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ମାସ୍କ,ପିପିଇ ଆଦି ଉପକରଣ କିଣାରେ ବ୍ୟାପକ […]

congress

congress

Manoranjan Sial
  • Published: Monday, 06 July 2020
  • Updated: 06 July 2020, 06:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଉଲ୍ଲଘଂନ କରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠିରେ ଆଶାକର୍ମୀଙ୍କ ପାଇଁ ମୋବାଇଲ ଫୋନ୍ କିଣାରେ ରାଜ୍ୟ ସରକାର ବ୍ୟାପକ ଦୁର୍ନୀତି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସର ବରିଷ୍ଠ ନେତା ପଂଚାନନ କାନୁନଗୋ ଓ ସୁଦର୍ଶନ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦୁର୍ନୀତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ମାସ୍କ,ପିପିଇ ଆଦି ଉପକରଣ କିଣାରେ ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବା ସହ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛି। ଏବେ ସ୍ୱାସ୍ଥ୍ୟ କ୍ଷେତ୍ରର ତୃ୍‌ଣମୁଳ ସ୍ତରରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କ ପାଇଁ ମୋବାଇଲ୍ ଫୋନ୍ କିଣିବା ନିମନ୍ତେ ଅର୍ଥ ବରାଦ କରାଯାଇଛି। ଏହି ଅର୍ଥରେ ୧୦୯୨୫ଟି ସ୍ମାର୍ଟଫୋନ୍ କିଣି ଆଶାକର୍ମୀଙ୍କୁ ଦେବାକୁ ନିଷ୍ପତ୍ତି ହୋଇଛି। ତେବେ ରାଜ୍ୟ ସରକାର ଏସବୁ ମୋବାଇଲ୍ ଫୋନକୁ ସ୍ଥାନୀୟ ବଜାରରୁ ନକିଣି ଚଢ଼ାଦରରେ ହରିୟାଣାର ଗୁରଗାଁଓର ଏକ ନିର୍ଦ୍ଧିଷ୍ଟ ଡିଲରଠାରୁ କିଣିଛନ୍ତି। ୨୦୧୭ ମସିହାରୁ ଏହି ନିର୍ଦ୍ଧିଷ୍ଟ ଡିଲରଠୁ ରାଜ୍ୟ ସରକାର ପ୍ରାୟତଃ ସମସ୍ତ ଇଲେକ୍‌ଟ୍ରୋନିକ୍ ସାମଗ୍ରୀ କାହିଁକି କିଣୁଛନ୍ତି ତାକୁ ନେଇ ସନ୍ଦେହ ଉପୁଜିବା ସ୍ୱାଭାବିକ। ଏହା ବ୍ୟତୀତ ମୋବାଇଲ ଫୋନ୍ କିଣିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଦ୍ୱାରା ସ୍ଥିର କରାଯାଇଥିବା ଗାଇଡଲାଇନକୁ ଅଣଦେଖା କରାଯିବା ପରିଲକ୍ଷିତ ହେଉଛି।

ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କ ଦ୍ୱାରା ସରକାରଙ୍କ ଇ-ମାର୍କେଟ୍ ପ୍ଲସ୍ ପୋର୍ଟାଲରେ ୧୦୯୨୫ ସ୍ମାର୍ଟ ଫୋନ୍ କିଣାଯିବା ପାଇଁ ଟେଣ୍ଡର ଆବେଦନ କରାଯାଇଥିଲା। ସାମସଙ୍ଗ କମ୍ପାନୀକୁ ସୁହାଇଲା ଭଳି ଏହି ଟେଣ୍ଡର ପ୍ରସ୍ତୁତ ହୋଇଥିଲା। ସାମସଙ୍ଗ ଗାଲାକ୍ସି ଏ୧୦ଏସ୍ ମଡେଲ ଅନଲାଇନରେ ୮୯୦୦ ଟଙ୍କାରେ ଉପଲବ୍ଧ ଥିବାବେଳେ ଏହାକୁ ୧୦୯୫୦ ଟଙ୍କାରେ ଓଡ଼ିଶା ସରକାର କିଣିଛନ୍ତି।

ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଗାଇଡଲାଇନ୍ ଅନୁଯାୟୀ ୫ ଇଞ୍ଚରୁ ୫.୫ଇଞ୍ଚକୁ ୬.୨ଇଞ୍ଚ ରେ ପରିବର୍ତନ କରାଯାଇଥିବାବେଳେ, ୧୬ଜିବି ର‌୍ୟାମକୁ ୩୨ଜିବି ର‌୍ୟାମରେ ଓ ୩୩୦୦ ଏମଏଚ୍ ବ୍ୟାଟେରୀକୁ ୪୦୦୦ଏମଏଚ୍ ବ୍ୟାଟେରୀକୁ ବଦଳା ଯାଇଛି. ଯାହାଦ୍ୱାରା ସାମସଙ୍ଗ ଗାଲାକ୍ସି ଏ୧୦ଏସ୍ ମଡେଲର ସମକକ୍ଷ। ତା’ଛଡ଼ା ଯେେତେବେଳେ ସରକାର ନିଜେ କମ୍ପାନୀମାନଙ୍କୁ ସିଧାସଳଖ ଟେଣ୍ଡର ଜରିଆରେ ସାମଗ୍ରୀ କ୍ରୟ କରିବା ପାଇଁ ଆହ୍ୱାନ କରନ୍ତି, ସେତେବେଳେ ଏହାର ଦର ବଜାର ମୂଲ୍ୟଠାରୁ ଯଥେଷ୍ଟ କମ୍ ହୁଏ, କାରଣ ସରକାରଙ୍କ ଦ୍ୱାରା ଏକ ମୋଟା ସଂଖ୍ୟାରେ ସାମଗ୍ରୀ ଅର୍ଡର ଦିଆଯାଇଥାଏ । ଯାହାକି କୋଟି କୋଟି ଟଙ୍କାର ହୋଇଥାଏ। ତେଣୁ ଏହି ମୋବାଇଲ କିଣାରେ ପ୍ରାୟ ୪କୋଟି ଟଙ୍କା କ୍ଷତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏହାର ବିଧିବଦ୍ଧ ତଦନ୍ତ ଦାବି କରିଛି। ରାଜ୍ୟ ସରକାର ଏନେଇ ସ୍ପଷ୍ଟୀକରଣ ଦେବା ସହ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ନେତା ଶ୍ରୀ କାନୁନଗୋ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନଦେବ ବେଉରା, ଓ ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story