ମାଟ୍ରିକ୍ ପରୀକ୍ଷା ଢାଞ୍ଚା ପରିବର୍ତ୍ତନକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

Ordigital Desk
  • Published: Saturday, 12 May 2018
  • , Updated: 12 May 2018, 09:48 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟ୍ରିକ୍ ପରୀକ୍ଷାରେ ଓଏମ୍ଆର୍ ବ୍ୟବସ୍ଥାର ଉଚ୍ଛେଦ ନିଷ୍ପତ୍ତିକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ଛାତ୍ରଛାତ୍ରୀ। ଆସନ୍ତାବର୍ଷରୁ ଏହି ବ୍ୟବସ୍ଥାର ଉଚ୍ଛେଦ ସହ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ହେଲେ ଏଇ ଢାଞ୍ଚାର ରୂପରେଖ ନେଇ ଏବେ ବି ଅନ୍ଧାରରେ ଅଛନ୍ତି। ସେମାନଙ୍କ ମତରେ ଏତେ କମ୍ ସମୟ ଭିତରେ ପରୀକ୍ଷା ଢାଞ୍ଚା ପରିବର୍ତ୍ତନର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି ଉପରେ ପ୍ରଭାବ ପକାଇପାରେ।</p> <p>ଆସନ୍ତାବର୍ଷରୁ ଓଏମ୍ଆର୍ ବଦଳରେ ସିବିଏସ୍ଇ ଢାଞ୍ଚାରେ ମାଟ୍ରିକ୍ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ। ପ୍ରଦୀପଙ୍କ ଏହି ସୂଚନା ପରେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। କାରଣ ୟା ଭିତରେ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଲାଣି। ତେଣୁ ହଠାତ୍ ନୂଆ ଢାଞ୍ଚାରେ ଛାତ୍ରଛାତ୍ରୀ କିପରି ନିଜକୁ ପ୍ରସ୍ତୁତ କରିବେ। ନମୁନା ପ୍ରଶ୍ନପତ୍ର ପିଲାଙ୍କ ପାଖକୁ କେବେ ଆସିବ ତାହା ହିଁ ବଡ଼ ପ୍ରଶ୍ନ। ହେଲେ ସରକାରଙ୍କ ଯୁକ୍ତି ବାଢୁଛନ୍ତି, ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ମାନରେ ବୃଦ୍ଧି ଘଟିବ।</p> <p>ଚଳିତବର୍ଷରୁ ସିବିଏସ୍ଇ ଓଏମ୍ଆର୍ ସିଟ୍ ପରୀକ୍ଷାକୁ ଉଚ୍ଛେଦ କରିଛି। କିନ୍ତୁ ଏଥିପାଇଁ&nbsp; ସିବିଏସ୍ଇ ୨ ବର୍ଷ ତଳୁ ଅର୍ଥାତ ୨୦୧୬ରୁ ସମସ୍ତ ପ୍ରସ୍ତୁତି କରିଥିଲା। ଆଗୁଆ ଏହି ନିଷ୍ପତ୍ତି ନେଇ ସମସ୍ତ ଅଂଶୀଦାରଙ୍କୁ ଅବଗତ କରାଇବାଠୁ ନେଇ ପାଠ୍ୟଖସଡା ପ୍ରସ୍ତୁତି, ମୁଦ୍ରଣ, ବଜାର ଉପଲବ୍ଧତା ଓ ନମୁନା ପ୍ରଶ୍ନପତ୍ର ତିଆରି ଭଳି ସବୁ ପ୍ରସ୍ତୁତି ସାରିବା ପରେ ନୂଆ ଢାଞ୍ଚାକୁ ଆପଣାଇଥିଲା। ହେଲେ ବିନା ଆଗୁଆ ପ୍ରସ୍ତୁତିରେ ମାଧ୍ୟମିକ ଶିକ୍ଷା ପରିଷଦର ଏ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି ଉପରେ ପ୍ରଭାବ ପକାଇ ପାରେ ବୋଲି ଶିକ୍ଷାବିତ ଆଶଙ୍କା ପ୍ରକାଶ କରିଛନ୍ତି।</p> <p>ସେହିପରି ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନେ ମୋଟ୍ ୧୦୦ ନମ୍ବରରୁ ୨୦ ନମ୍ବରର ଇଣ୍ଟରନାଲ୍ ପରୀକ୍ଷା ଦେଉଛନ୍ତି। ମାତ୍ର ମାଧ୍ୟମିକ ଶିକ୍ଷା ପରିଷଦ ଏହାକୁ ଲାଗୁ କରିବ ନା ନାହିଁ&nbsp; ତାହା ବି ସ୍ପଷ୍ଟ କରିନି। ଏଭଳି ସ୍ଥିତିରେ ବୋର୍ଡ ସଭାପତିଙ୍କ ନେତୃତ୍ୱରେ ଗଠିତ ହେବାକୁ ଥିବା କମିଟି ନୂଆ ଢାଞ୍ଚାର ରୂପରେଖ ପ୍ରସ୍ତୁତି ବେଳେ କେଉଁ କେଉଁ ଦିଗକୁ ଧ୍ୟାନ ଦେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।</p>

Related story