ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସାଥୀ ସାଜିଛନ୍ତି ଏହି ସବୁ ବ୍ୟକ୍ତି

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଭିତରେ ଆକ୍ରାନ୍ତଙ୍କୁ ସହଯୋଗ କରିବାକୁ ଅନେକ ଲୋକ ଆଗେଇ ଆସିଛନ୍ତି। ଏହିକ୍ରମରେ ଓଡ଼ିଶାରେ ବର୍ଦ୍ଧିତ କରୋନା ସଂକ୍ରମଣ ଭିତରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କୁ ଏହି ଘଡ଼ସନ୍ଧି ମୁହୂର୍ତ୍ତରେ ସହଯୋଗ କରିବା ପାଇଁ ଅନେକ ଲୋକ ଦେବଦୂତ ସାଜିଛନ୍ତି। ଭୁବନେଶ୍ୱରରେ ରହୁଥିବା ଶିଖ ବ୍ୟବସାୟୀ ସତବୀର ସିଂହଙ୍କ ପାଖରୁ ଏବେ ଆସୁଥିବା କଲ୍‌ଗୁଡ଼ିକରେ ଅଧିକାଂଶ ଲୋକ ଅକ୍ସିଜେନ ମାଗୁଛନ୍ତି। ଗତବର୍ଷ ଶ୍ରୀ ସିଂହ ଶିଖ ସହାୟତା ନାଁରେ ଗୋଟିଏ ଏନଜିଓ […]

Corona

Corona

Hemant Lenka
  • Published: Thursday, 29 April 2021
  • Updated: 29 April 2021, 05:13 PM IST

Sports

Latest News

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଭିତରେ ଆକ୍ରାନ୍ତଙ୍କୁ ସହଯୋଗ କରିବାକୁ ଅନେକ ଲୋକ ଆଗେଇ ଆସିଛନ୍ତି। ଏହିକ୍ରମରେ ଓଡ଼ିଶାରେ ବର୍ଦ୍ଧିତ କରୋନା ସଂକ୍ରମଣ ଭିତରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କୁ ଏହି ଘଡ଼ସନ୍ଧି ମୁହୂର୍ତ୍ତରେ ସହଯୋଗ କରିବା ପାଇଁ ଅନେକ ଲୋକ ଦେବଦୂତ ସାଜିଛନ୍ତି

ଭୁବନେଶ୍ୱରରେ ରହୁଥିବା ଶିଖ ବ୍ୟବସାୟୀ ସତବୀର ସିଂହଙ୍କ ପାଖରୁ ଏବେ ଆସୁଥିବା କଲ୍‌ଗୁଡ଼ିକରେ ଅଧିକାଂଶ ଲୋକ ଅକ୍ସିଜେନ ମାଗୁଛନ୍ତି। ଗତବର୍ଷ ଶ୍ରୀ ସିଂହ ଶିଖ ସହାୟତା ନାଁରେ ଗୋଟିଏ ଏନଜିଓ ଖୋଲିଥିଲେ। ଏବେ ତାଙ୍କ ସଂଗଠନ ଜରୁରୀ ଅକ୍ସିଜେନ ଚାହୁଁଥିବା ଲୋକଙ୍କୁ ସିଲିଣ୍ଡର ଯୋଗାଇ ଦେଉଛି।

ପ୍ରତିଦିନ ସକାଳୁ ସଂଗଠନର ସଦସ୍ୟ ଅକ୍ସିଜେନ ଦେବା ଆରମ୍ଭ କରୁଛନ୍ତି। ସନ୍ଧ୍ୟା ସୁଦ୍ଧା ଅନେକ ଲୋକଙ୍କ ପାଖରେ ଅକ୍ସିଜେନ ଭର୍ତ୍ତି ସିଲିଣ୍ଡର ପହଞ୍ଚି ଯାଉଛି। ଶ୍ରୀ ସିଂହ କହିଛନ୍ତି, “ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇ ପାରିଲେ ମୁଁ ବହୁତ ଖୁସି ଅନୁଭବ କରେ। ହେଲେ ଅକ୍ସିଜେନ ନଥିବା କହିବାକୁ ଭାରି କଷ୍ଟ ହୁଏ।

ଆମ ପାଖରେ ବହୁତ କମ ସିଲିଣ୍ଡର ରହିଛି। ସରକାର ନୂଆ ସିଲିଣ୍ଡର ଉପରେ କଟକଣା ଲଗାଇଥିବାରୁ ଆମ ଏନଜିଓ ଏହାକୁ ଆଣିପାରୁନାହିଁ। ମୋ ଟିମ୍‌ ଓ ମୁଁ ଆମର ଶତପ୍ରତିଶତ ଦେଇ ଲୋକଙ୍କୁ ସହଯୋଗ କରୁଛୁ। ବିଗତ କିଛି ଦିନ ମଧ୍ୟରେ ଆମେ ଲୋକଙ୍କୁ ପ୍ରାୟ ୬୦ଟି ସିଲିଣ୍ଡର ଯୋଗାଇ ସାରିଲୁଣି।

ଏନଜିଓର ସଦସ୍ୟମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ସିଲିଣ୍ଡର କିଣୁଛନ୍ତି ଓ ଏଥିରେ ଅକ୍ସିଜେନ ଭର୍ତ୍ତି କରି ଲୋକଙ୍କ ଘରେ ପହଞ୍ଚାଉଛନ୍ତି। ଏନଜିଓ ପକ୍ଷରୁ ଏକାକୀ ରହୁଥିବା ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି।”

କେବଳ ସତବୀର ସିଂହ ନୁହନ୍ତି। ଓଡ଼ିଶାରେ ଅନେକ ମାନବଧର୍ମୀ ଲୋକ ଅଛନ୍ତି ଯେଉଁମାନେ କରୋନା କାଳରେ ରାଜ୍ୟବାସୀଙ୍କୁ ବିଭିନ୍ନ ସ୍ଥାନରେ ସହଯୋଗ କରୁଛନ୍ତି। ରାଜ୍ୟରେ ୫୫ ହଜାର ପଜିଟିଭ କେସ୍‌ ରହିଥିବା ବେଳେ ୪୦ ହଜାର ଲୋକ ହୋମ ଆଇସୋଲେସନରେ ରହୁଛନ୍ତି।

ଯେଉଁମାନେ ଘରେ ରହି ଲଞ୍ଚ ଓ ଡିନର ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ମାଗଣାରେ ଏହା ଯୋଗାଇ ଦିଆଯାଉଛି। କେବଳ ଖାଦ୍ୟ କି ଅକ୍ସିଜେନ ନୁହେଁ, କେହି କେହି ବଦାନ୍ୟ ବ୍ୟକ୍ତି ମାସ୍କ ଓ ମେଡିସିନ ମଧ୍ୟ ଆକ୍ରାନ୍ତଙ୍କୁ ଦେଉଛନ୍ତି।

ରାଉରକେଲାରେ ସାମ୍ବାଦିକ ସଞ୍ଜୀବ ମହାପାତ୍ର ଓ ତାଙ୍କ ପରିବାର ୩ ଦିନ ହେଲାଣି ଏକାକୀ ଘରେ ରହୁଥିବା ଲୋକଙ୍କୁ ଲଞ୍ଚ ଏବଂ ଡିନର ପଠାଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର କରୋନା ହଟସ୍ପଟ ହେଉଛି ରାଉରକେଲା। ଏହାର ଟିପିଆର ବର୍ତ୍ତମାନ ୪୩ ରହିଛି। ଏଠାରେ ୭୦୦ରୁ ଅଧିକ ଆକ୍ଟିଭ କେସ୍‌ ରହିଛି।

ଶ୍ରୀ ମହାପାତ୍ରଙ୍କ ପାଖକୁ ଲଞ୍ଚ ଓ ଡିନର ପାଇଁ ଫୋନ କରୁଥିବା କରୋନା ଆକ୍ରାନ୍ତଙ୍କୁ ସେ ଏହା ଯୋଗାଇ ଦେଉଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, “ଅଧିକାଂଶ ଆକ୍ରାନ୍ତ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେମାନଙ୍କ ପିଲାମାନେ ବିଦେଶରେ ରହୁଛନ୍ତି। ସେମାନା ପଜିଟିଭ ଥିବାରୁ ରୋଷେଇ ଘରକୁ ଯାଇ ପାରୁନାହାନ୍ତି।

ସେହିପରି ଏକା ରହୁଥିବା ଲୋକମାନେ ମଧ୍ୟ ଲଞ୍ଚ ଓ ଡିନରର ଆବଶ୍ୟକ କରୁଛନ୍ତି। ପ୍ରତିଦିନ ଆମେ ହାରହାରୀ ୧୭୦ଟି ଖାଦ୍ୟ ପୁଡ଼ିଆ ଲୋକଙ୍କୁ ପଠାଉଛୁ।”

ଭୁବନେଶ୍ୱରରେ ଆକ୍ଟିଭ କେସ୍‌ ୬୫୦୦ ଥିବା ବେଳେ So Am I (SAI) Foundation Trust and FICCI FLO ମିଳିତ ଭାବେ ଲୋକଙ୍କୁ ମାଗଣା ଖାଦ୍ୟ ଦେଉଛନ୍ତି। ସେମାନେ ହୋମ ଆଇସୋଲେସନ ଓ ସରକାରୀ ହସ୍ପିଟାଲରେ ରହୁଥିବା ରୋଗୀଙ୍କୁ ଆଣ୍ଟେଡାଣ୍ଟଙ୍କୁ ଲଞ୍ଚ ଏବଂ ଡିନର ଦେଉଛନ୍ତି।

ଉଭୟ ଭୁବନେଶ୍ୱର ଓ କଟକ ପାଇଁ ଲାଗୁ ହେଉଛି। ୨ ଦିନ ହେଲା ସାଇ ଫାଉଣ୍ଡେସନର ବନ୍ଦନା ଗୁପ୍ତା ୨୦୦ଟି ଖାଦ୍ୟ ପ୍ୟାକେଟ ଲୋକଙ୍କୁ ଦେଇ ସାରିଲେଣି। ବନ୍ଦନା କହିଛନ୍ତି, “ଆମେ Pick Up Ninja ସହ ମିଶି ଦିନ ୧.୩୦ରେ ଲୋକଙ୍କୁ ସେମାନଙ୍କ ଘର ପାଖରେ ଗରମ ଲଞ୍ଚ ଦେଉଛୁ। ସେହିପରି ବିଏମସି ଅଞ୍ଚଳରେ ରାତି ୯.୩୦ରେ ଡିନରର ବ୍ୟବସ୍ଥା କରାଯାଉଛି। ସେହିପରି କଟକରେ ମଧ୍ୟ ଲୋକଙ୍କୁ ଖାଦ୍ୟ ଦିଆଯାଉଛି।”

ଭୁବନେଶ୍ୱରରେ ନିରାମିଷ ରେଷ୍ଟୁରାଣ୍ଟ ଚଳାଉଥିବା ନରୁଲା ପରିବାର ମଧ୍ୟ କରୋନା ଆକ୍ରାନ୍ତଙ୍କ ଘର ଦ୍ୱାରରେ ଲଞ୍ଚ ଓ ଡିନର ପହଞ୍ଚାଇବାର ବ୍ୟବସ୍ଥା କରିଛି। ନିତେଶ ନରୁଲା କହିଛନ୍ତି, ବର୍ତ୍ତମାନ ତାଙ୍କ ସଂସ୍ଥା ଭୁବନେଶ୍ୱରରେ ଦୈନିକ ୨୦୦ ମିଲି ଲୋକଙ୍କୁ ଘରେ ନେଇ ଦେଉଛି।

ତଥାପି ଡେଲିଭରୀରେ ସମସ୍ୟା ରହୁଛି। ଏଥିରେ ନରୁଲା ପରିବାର ରାପିଡୋ ସହ କଥା ବାର୍ତ୍ତା ଚଳାଇଛନ୍ତି। ଡିଲ୍‌ ଫାଇନାଲ ହେଲେ ଆହୁରି ଦ୍ରୁତଗତିରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚିବ। ଆସନ୍ତା କିଛି ମାସ ପାଇଁ ନରୁଲା ପରିବାର ଏହି ବ୍ୟବସ୍ଥା ଜାରି ରଖିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos