Advertisment

ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ

ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଘଟିଥିଲା ଏହି ଘଟଣା।

author-image
Jitendra Garnayak
ଅଦ୍ୟତନ ହୋଇଛି
Mati Hansda

Mati Hansda

ଶିକାରୀଙ୍କ ଗୁଳିରେ ଗଲା ପୁଣି ଜଣେ ବନ କର୍ମଚାରୀଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଛି। ମୃତ ଫରେଷ୍ଟରଙ୍କ ନାଁ ମାଟି ହାଁସଦା। ସେ ବାରାହକାମୁଡ଼ାର ଫରେଷ୍ଟର ଥିଲେ।

Advertisment

ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଛି। ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ମୋଟ ୬ ଜଣ ଶିକାରୀ ଥିଲେ। ସେମାନଙ୍କ ହାତରେ ବନ୍ଧୁକ ଥିଲା। ଶିକାରୀମାନଙ୍କୁ କାବୁ କରିବାକୁ ବନକର୍ମଚାରୀମାନେ ପ୍ରୟାସ କରିଥିଲେ। ସେତେବେଳେ ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏପରିକି ଗୁଳିବିନିମୟ ମଧ୍ୟ ହୋଇଥିଲା। ଆଉ ସେତେବେଳେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ଘଟିଥିଲା।

ଗୁଳି ତାଙ୍କ ଛାତିରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Advertisment

ଏହା ବି କୁହାଯାଉଛି ଯେ ଶିକାରୀମାନେ ପ୍ରତିଶୋଧ ପରାୟଣ ହୋଇ ଫରେଷ୍ଟର ମାଟି ହାଁସଦାଙ୍କୁ ଆକ୍ରମଣ କରିଛନ୍ତି। ପୂର୍ବରୁ ଜଣେ ଶିକାରୀଙ୍କୁ ଆକ୍ରମଣ ଘଟଣାରେ ସେମାନେ ପ୍ରତିଶୋଧ ପରାୟଣ ହୋଇ ଗତକାଲି ଏଭଳି ଏକ ଘଟଣା ଘଟାଇଛନ୍ତି।

ଘଟଣାସ୍ଥଳରେ ଉତ୍ତର ଶିମିଳିପାଳର ଉପନିର୍ଦେଶକ ସାଈ କିରଣ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଓ କରଞ୍ଜିଆ ଉପଖଣ୍ଡ
ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଏଦେଲବେଡ଼ା ବୁରୁସାହିରୁ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। 

ଏହା ପୂର୍ବରୁ ଗତ ମେ’ ୨୨ ତାରିଖରେ ଶିକାରୀଙ୍କ ଗୁଳିରେ ଶିମିଳିପାଳର ନଅଣା ସାଉଥ୍ ରେଞ୍ଜର ଫରେଷ୍ଟ ଗାର୍ଡ  ବିମଳ କୁମାର ଜେନାଙ୍କର ମୃତ୍ୟୁ ଘଟିଥିଲା। 

Similipal National Park Forest Odisha Forest Department