Advertisment

ଶିମିଳିପାଳକୁ ଘାଇଲା କଲା ‘ୟାସ୍‌’

ବାରିପଦା/କରଞ୍ଜିଆ (ଓଡ଼ିଶା ରିପୋର୍ଟର) ସାମୁଦ୍ରିକ ଝଡ଼ ୟାସ ଏସିଆର ଦ୍ୱିତୀୟ ସର୍ବବୃହତ ଜୈବମଣ୍ଡଳ ଶିମିଳିପାଳ ପାଇଁ ଆଣିଛି ଦୁଃଖ । ବାତ୍ୟା ପ୍ରଭାବରେ ଗତକାଲି ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ହୋଇଛି ମୂଷଳ ଧାରା ବର୍ଷା। ଫଳରେ କୋର୍ ଏରିଆରେ ଥିବା ଲୋକଙ୍କ ଘରଦ୍ୱାର ମାଟିରେ ମିଶିଥିବା ବେଳେ ବୁଢାବଳଙ୍ଗରେ ଆଣିଛି ବନ୍ୟା ସ୍ଥିତି । ଏପଟେ ପବନର ବେଗ ଅପେକ୍ଷାକୃତ କମ୍ ଥିବାରୁ କେବଳ ଗଛଲତା ଭାଙ୍ଗିବା ଓ ରାସ୍ତାଘାଟ ଧୋଇବା ଛଡ଼ା ସୁନ୍ଦରୀ ଶିମିଳିପାଳରେ ବନ୍ୟଜନ୍ତୁଙ୍କର […]

author-image
Tapas Behera
ଅଦ୍ୟତନ ହୋଇଛି
ଶିମିଳିପାଳକୁ ଘାଇଲା କଲା ‘ୟାସ୍‌’

700-700

ବାରିପଦା/କରଞ୍ଜିଆ (ଓଡ଼ିଶା ରିପୋର୍ଟର) ସାମୁଦ୍ରିକ ଝଡ଼ ୟାସ ଏସିଆର ଦ୍ୱିତୀୟ ସର୍ବବୃହତ ଜୈବମଣ୍ଡଳ ଶିମିଳିପାଳ ପାଇଁ ଆଣିଛି ଦୁଃଖ । ବାତ୍ୟା ପ୍ରଭାବରେ ଗତକାଲି ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ହୋଇଛି ମୂଷଳ ଧାରା ବର୍ଷା। ଫଳରେ କୋର୍ ଏରିଆରେ ଥିବା ଲୋକଙ୍କ ଘରଦ୍ୱାର ମାଟିରେ ମିଶିଥିବା ବେଳେ ବୁଢାବଳଙ୍ଗରେ ଆଣିଛି ବନ୍ୟା ସ୍ଥିତି । ଏପଟେ ପବନର ବେଗ ଅପେକ୍ଷାକୃତ କମ୍ ଥିବାରୁ କେବଳ ଗଛଲତା ଭାଙ୍ଗିବା ଓ ରାସ୍ତାଘାଟ ଧୋଇବା ଛଡ଼ା ସୁନ୍ଦରୀ ଶିମିଳିପାଳରେ ବନ୍ୟଜନ୍ତୁଙ୍କର ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

Advertisment

ଗତକାଲି ପୁରା ମୟୂରଭଞ୍ଜ ଜିଲ୍ଲାରେ ବାଦଲ ଫଟା ବର୍ଷା ସାଙ୍ଗକୁ ସୁନ୍ଦରୀ ଶିମିଳିପାଳରେ ବି ଦେଖିବାକୁ ମିଳିଥିଲା ବର୍ଷାର ତାଣ୍ଡବ। ବୁଧବାର ତମାମ ଅଭୟାରଣ୍ୟରେ ହୋଇଥିବା ମୂଷଳ ଧାରାର ବର୍ଷା ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଏପରିକି ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଫାଇଲିନ୍ ବାତ୍ୟା ପରେ ୟାସ ପ୍ରଭାବରେ ଗତକାଲି ଏଠାରେ ରେକର୍ଡ ହୋଇଛି ସବୁଠୁ ଅଧିକ ବର୍ଷା । ତଥ୍ୟ ଅନୁସାରେ ଭଂଜାବସା ସେକ୍ସନରେ ୩୮୨, ରାମତୀର୍ଥରେ ୩୫୭, ବରେହିପାଣିରେ ୩୩୧, କବାଟଘାଇ ସେକ୍ସନରେ ୩୦୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ଶିମିଳିପାଳ ଇତିହାସରେ ବିରଳ ବୋଲି କୁହାଯାଉଛି।

ୟାସ ପ୍ରଭାବରେ ହୋଇଥିବା ପବନ ଅଭୟାରଣ୍ୟର ସେତେଟା କ୍ଷୟକ୍ଷତି କରିନି । ହେଲେ ବର୍ଷା କିନ୍ତୁ ଉଜାଡ଼ି ଦେଇଛି ଅଭୟାରଣ୍ୟ ଭିତରେ ରହୁଥିବା ବହୁ ଗରିବ ଆଦିବାସୀଙ୍କ ଘରଦ୍ୱାର । ଅଭୟାରଣ୍ୟ ଭିତରେ ଥିବା ପ୍ରାୟ ୬୪ଟି ଗାଁ ଲୋକେ ପ୍ରଭାବିତ ହୋଇଛନ୍ତି । ଘନ ଜଙ୍ଗଲ ଭିତରେ ଥିବା କଚ୍ଚା ଘର ହିଁ ଏମାନଙ୍କ ମୁଖ୍ୟ ଆଶ୍ରୟସ୍ଥଳ ଥିବାରୁ ସେସବୁକୁ ଧୋଇ ନେଇଛି ମୂଷଳ ଧାରାର ବର୍ଷା । ତେବେ ଅଭାୟରଣ୍ୟର କୋର୍ ଏରିଆରେ ଥିବା ପ୍ରଭାବିତ ଅଞ୍ଚଳରେ କେତେ କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ଆକଳନ କରାଯାଇନଥିବାରୁ ତାହା ସାମ୍ନାକୁ ଆସିନଥିବା କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ।

Advertisment

ପ୍ରଳୟଙ୍କାରୀ ବର୍ଷାରେ ଅଭୟାରଣ୍ୟରେ କୌଣସି ଜୀବଜନ୍ତୁଙ୍କ କ୍ଷୟକ୍ଷତିର କୌଣସି ରିପୋର୍ଟ ଆସିନଥିବାରୁ ତାହା ବନ୍ୟାପ୍ରାଣୀଙ୍କ ପାଇଁ ଆଶ୍ୱାସନାର ବିଷୟ ବୋଲି କୁହାଯାଉଛି।

Heavy Rain Cyclone Yaas