Advertisment

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭ୍ରାଟ ପ୍ରସଙ୍ଗ: ୧୯ରେ ମୟୂରଭଞ୍ଜ ବନ୍ଦ ଡାକରା

ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ମୟୂରଭଞ୍ଜର ସମ୍ମାନ ହାନି ହୋଇଛି ବୋଲି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Draupadi murmu

Draupadi murmu

Advertisment

 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍‌ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ଆସନ୍ତା ୧୯ ତାରିଖରେ ହରତାଳ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲା ବିଜେପି। ଗତକାଲି ବାରିପଦାସ୍ଥିତ ଏକ ହୋଟେଲଠାରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ।

Advertisment

ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ମୟୂରଭଞ୍ଜର ସମ୍ମାନ ହାନି ହୋଇଛି ବୋଲି ସୋରେନ ଅଭିଯୋଗ କରିଛନ୍ତି।  ସେ କହିଛନ୍ତି,  ଯେଉଁଭଳି ଭାବେ ରାଷ୍ଟ୍ରପତି ଦୀର୍ଘ ୯ ମିନିଟ କାଳ ଅନ୍ଧାରରେ ରହିଲେ, ଏହା ଏକ ଦୁଃଖ ଦାୟକ ଘଟଣା। ଏନେଇ ଜିଲ୍ଲାପାଳ,ଏସପି ଓ ବିଶ୍ୱବିଦ୍ୟାଳୟ କୁଳପତି ଦାୟୀ। 

ଏହି ଘଟଣାରେ ୭ ଦିନ ବିତି ଯାଇଥିଲେ ସୁଦ୍ଧା ଦୋଷୀଙ୍କ ବିରୋଧରେ କୌଣସି ଦୃଢକାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ୧୨ ଘଣ୍ଟିଆ ହରତାଳ ଡାକରା ଦେଇଛି ଜିଲ୍ଲା ବିଜେପି। ଏହି ସାମ୍ବାଦିକ ସମ୍ମିଳନୀରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସହ ଅନ୍ୟ ନେତା ଯୋଗଦେଇଥିଲେ।

Advertisment

 ସୂଚନାଯୋଗ୍ୟ, ମେ’ ୪ ତାରିଖରେ ୩ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଥିଲେ ରାଷ୍ଟ୍ରପତି।  ଶେଷ ଦିନରେ ଅଥବା ମେ’ ୬ ତାରିଖରେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଭାଷଣ ଦେଉଥିବା ବେଳେ ଲାଇନ୍ କଟିଯାଇଥିଲା। ଲାଇଟ କଟି ଯିବା ସତ୍ତ୍ୱେ ରାଷ୍ଟ୍ରପତି ତାଙ୍କ ଭାଷଣ ବନ୍ଦ କରିନଥିଲେ। ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ସେ ଭାଷଣ ଦେଇଥିଲେ। ରାଷ୍ଟ୍ରପତି ପ୍ରାୟ ୯ ମିନିଟ ଅନ୍ଧାରରେ ଭାଷଣ ଦେବା ପରେ ହଲ୍‌ର ଲାଇଟ ପୁଣି ଜଳିଥିଲା

Bjp President Of India Mayurbhanj Droupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe