Advertisment

ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମେ’ ୫ ତାରିଖରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷୀକି ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ହେଲିକପ୍ଟରରେ ଶିମିଳିପାଳ ଅଭୟାରଣ୍ୟ ଯିବେ।

ଅଦ୍ୟତନ ହୋଇଛି
Draupadi murmu

Draupadi murmu

Advertisment

ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦିନ ପ୍ରାୟ ୧୦ଟା ୨୦ରେ ସେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ  ରାଇରଙ୍ଗପୁରର ବାଦାମପାହାଡ଼ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାରସକଣା ବିଧାୟକ ବୁଧାନ ମୁର୍ମୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ପ୍ରମୁଖ ସ୍ୱାଗତ କରିଥିଲେ।  

Advertisment

ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଥମ ଥର ମୟୂରଭଞ୍ଜ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଦେଖିବାକୁ ବାଦାମପାହାଡ଼ରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକଙ୍କ ଉତ୍ସାହ ଦେଖି ନିଜକୁ ରୋକି ପାରିନଥିଲେ। ହେଲିପ୍ୟାଡରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ପରେ ହେଲପ୍ୟାଡରୁ ଚାଲିଚାଲି ଆସି ତୁମେ ମାନେ ଭଲ ଅଛ କି ନାହିଁ ବୋଲି ଲୋକଙ୍କୁ ପଚାରିଥିଲେ।

ଏହା ପରେ ରାଷ୍ଟ୍ରପତି ପାହାଡପୁର ଅଭିମୁଖେ ବାହାରି ଯାଇଥିଲେ। ସେଠାରେ ରାଷ୍ଟ୍ରପତି ନିଜେ ପ୍ରତିଷ୍ଠା କରିଥିବା ଶ୍ୟାମ-ଲିପୁନ-ସିପୁନ ବା SLS ସ୍କୁଲକୁ ଗସ୍ତ କରିବେ। ସ୍କୁଲରେ ୧୨୦ ଜଣ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଭେଟିବା ସହ ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ।

Advertisment

ପରେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଛି ପାହାଡପୁରର ପୂଜାସ୍ଥଳ ଗୋଷାଣୀ। ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିବେ ରାଷ୍ଟ୍ରପତି। ଦିନ ପ୍ରାୟ ଗୋଟାଏରେ ପାହାଡପୁରରୁ ଗାଡ଼ିରେ ସିଧାସଳଖ ସାତପୁଟିଆକୁ ଯିବେ ରାଷ୍ଟ୍ରପତି। ସେଠାରେ ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ।

ଆଜି ସେ ମହୁଲଡ଼ିହାସ୍ଥିତ PWD ବଙ୍ଗଳାରେ ରାତ୍ରିଯାପନ କରିବେ। ମେ’ ୫ ତାରିଖରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ହେଲିକପ୍ଟରରେ ସିଧା ଯିବେ ଶିମିଳିପାଳ ଅଭୟାରଣ୍ୟ। ସ୍ୱତନ୍ତ୍ର ଗାଡ଼ିରେ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟର ବରେହିପାଣି ଓ ଚହଲା ବୁଲିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୬ ତାରିଖରେ ବାରିପଦାର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

President Of India Droupadi Murmu Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe