ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଆଗରେ ନର୍ସିଂ ଷ୍ଟାଫଙ୍କ ଧାରଣା । ଦରମା ଦାବିରେ ନର୍ସିଂ ଷ୍ଟାଫ, ଏଏନଏମ୍, ଜିଏନଏମ୍ ଏବଂ କର୍ମଚାରୀମାନ ବିକ୍ଷୋଭ କରିଛନ୍ତି । କରୋନା ଭଳି ଜରୁରୀ ପରିସ୍ଥିତିରେ ସମସ୍ତେ ନିଷ୍ଠାର ସହ କାମ କରୁଥିବା ବେଳେ ସେମାନଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଏପରିକି କାମ କଲେ କର ନ ହେଲ ଚାଲିଯାଓ ବୋଲି ମ୍ୟାନେଜମେଣ୍ଟ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି ।
ସେପ୍ଟେମ୍ବର ୧୪ରୁ ଡିସେମ୍ବର ୧୪ଯାଏଁ ୬୦ରୁ ଅଧିକ ଜଣ ନିର୍ସିଂ ଷ୍ଟାଫଙ୍କୁ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ଏଯାଏଁ ମାତ୍ର ୧୫ ଦିନର ଦରମା ଦିଆଯାଇଛି । ଆଉ ବାକି ଦରମା ମିଳିନାହିଁ । ଗତ ୪ ତାରିଖରେ କର୍ତ୍ତୃପକ୍ଷ ପୁରା ଦରମା ଦେବାକୁ ଚିଠି ଲେଖିଥିଲେ ମଧ୍ୟ ଏଯାଏ ଦରମା ମିଳିନଥିବାରୁ କର୍ମଚାରୀମାନ ହସ୍ପିଟାଲ ଫାଟକ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଦରମା ନ ମିଳିବା ଯାଏଁ ଉଠିବୁନି ବୋଲି ବିକ୍ଷୋଭକାରୀମାନ ଚେତାବନୀ ଦେଇଛନ୍ତି ।