ସମ୍ବଲପୁର(ଓଡ଼ିଶା ରିପୋର୍ଟର) ବୁର୍ଲା ଭୀମସାରରେ ଘଟିଛି ଅଭାବନୀୟ ଘଟଣା । ଛାତରୁ ଡେଇଁ ଗୁରୁତର ହୋଇଛନ୍ତି ମେଡିକାଲ ଛାତ୍ରୀ । ଗୁରୁତର ହୋଇଥିବା ଛାତ୍ରୀଜଣକ ପ୍ରଥମବର୍ଷ MBBS ଛାତ୍ରୀ ହୋଇଥିବା ବେଳେ ତାଙ୍କ ଘର ବିଶାଖାପାଟଣାରେ ବୋଲି ଜଣାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଛାତ୍ରୀଜଣକ ଛାତ୍ରୀ ନିବାସର ୩ ତାଲା ଛାତରୁ ଡେଇଁ ପଡ଼ିଥିଲେ। ଜୋରରେ ଶବ୍ଦ ଶୁଣି ହଷ୍ଟେଲର ଅନ୍ୟଛାତ୍ରୀ ମାନେ ପହଞ୍ଚିଥିଲେ । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବୁର୍ଲା ପୁଲିସ୍ ହସ୍ପିଟାଲ ଯାଇ ଘଟଣାର ତଦନ୍ତ କରୁଛି । ହଷ୍ଟେଲ ରୁମମେଟ୍ ଗାଁକୁ ଯାଇଥିବା ବେଳେ ଗୁରୁତର ହୋଇଥିବା ଛାତ୍ରୀଜଣକ ଏକୁଟିଆ ଥିଲେ ।
ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ଏହି ଘଟଣାରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଡେଇଁବାର କାରଣ ଅସ୍ପଷ୍ଟ ରହିଛି।