ପାରଦ ଡେଇଁଲା ୪୨ ଡିଗ୍ରୀ, ସୋନପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ପାରଦ ୪୨ ଡିଗ୍ରୀ ଡେଇଁଛି। ୪୨.୨ ଡିଗ୍ରୀ ସହ ସୋନପୁର ସର୍ବାଧିକ ଉତ୍ତପ୍ତ ସହର। ରାଜ୍ୟର ଅନ୍ୟ ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେହି ସହର ଗୁଡ଼ିକ ହେଲା-ବଲାଙ୍ଗିର ଓ ଅନୁଗୋଳ ୪୧.୫ ଡିଗ୍ରୀ, ତାଳଚେର ୪୧.୪, ବୌଦ୍ଧ ଓ ଟିଟିଲାଗଡ଼ ୪୧.୨, ମାଲକାନଗିରି ୪୦ ଡିଗ୍ରୀ। ତେବେ ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ର ଭୁବନେଶ୍ୱର ୩୭.୪ ଡିଗ୍ରୀ ରହିଥିବା ବେଳେ କଟକ ୩୬.୮ ଡିଗ୍ରୀ ରହିଛି। […]

hot-weather

Manoranjan Sial
  • Published: Friday, 17 April 2020
  • , Updated: 17 April 2020, 09:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ପାରଦ ୪୨ ଡିଗ୍ରୀ ଡେଇଁଛି। ୪୨.୨ ଡିଗ୍ରୀ ସହ ସୋନପୁର ସର୍ବାଧିକ ଉତ୍ତପ୍ତ ସହର। ରାଜ୍ୟର ଅନ୍ୟ ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସେହି ସହର ଗୁଡ଼ିକ ହେଲା-ବଲାଙ୍ଗିର ଓ ଅନୁଗୋଳ ୪୧.୫ ଡିଗ୍ରୀ, ତାଳଚେର ୪୧.୪, ବୌଦ୍ଧ ଓ ଟିଟିଲାଗଡ଼ ୪୧.୨, ମାଲକାନଗିରି ୪୦ ଡିଗ୍ରୀ। ତେବେ ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ର ଭୁବନେଶ୍ୱର ୩୭.୪ ଡିଗ୍ରୀ ରହିଥିବା ବେଳେ କଟକ ୩୬.୮ ଡିଗ୍ରୀ ରହିଛି।

ଆଜି ବାଲେଶ୍ୱରରେ ୩୮.୦ ଡିଗ୍ରୀ, ଚାନ୍ଦବାଲିରେ ୩୭.୫ ଡିଗ୍ରୀ, କଟକରେ ୩୬.୮ ଡିଗ୍ରୀ, ପାରାଦୀପରେ ୩୧.୬ ଡିଗ୍ରୀ, ଗୋପାଳପୁରରେ ୩୦.୫ ଡିଗ୍ରୀ, ପୁରୀରେ ୩୨.୬ ଡିଗ୍ରୀ, ବାରିପଦାରେ ୩୮.୨ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୨ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୯.୨ ଡିଗ୍ରୀ, ସମ୍ୱଲପୁରରେ ୩୯.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୩୯.୦ ଡିଗ୍ରୀ, ହୀରାକୁଦରେ ୩୯.୧ ଡିଗ୍ରୀ, ଭବାନୀପାଟଣାରେ ୩୯.୭ ଡିଗ୍ରୀ, କୋରାପୁଟରେ ୩୫.୦ ଡିଗ୍ରୀ, ଫୁଲବାଣୀରେ ୩୯.୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ, ନୟାଗଡ଼ରେ ୩୯.୫ ଡିଗ୍ରୀ, ଛତ୍ରପୁରରେ ୩୪.୪ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୮.୦ ଡିଗ୍ରୀ ଓ ରାୟଗଡ଼ାରେ ୩୪.୫ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।

Related story