ମଧ୍ୟାହ୍ନ ଭୋଜନ ଖାଇ ୨୧ ଅସୁସ୍ଥ; ଝିଟିପିଟି ପଡ଼ିଥିଲା କି?

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ସ୍କୁଲରେ ମଧ୍ୟହ୍ନ ଭୋଜନକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଆସୁଛି ବିଭ୍ରାଟ ଖବର। କେଉଁଠି ପିଲାଙ୍କୁ ନିୟମିତ ଖାଇବାକୁ ଦିଆଯାଉନି ତ କେଉଁଠି ଚାଉଳ ଓ ଡାଲି ଚୋରି କରୁଛନ୍ତି କର୍ମଚାରୀ। ତ ପୁଣି କେଉଁଠି ଅଣ୍ଡା ଦିଆଯାଉ ନଥିବାରୁ ପିଲା ଅସନ୍ତୁଷ୍ଟ। ଏପରି ସମୟରେ ଆଜି ଢେଙ୍କାନାଳ ଜିଲ୍ଲାର ଏକ ସ୍କୁଲରୁ ପୁଣି ଅଭିଯୋଗ ଆସିଛି। ଏଠାରେ ମଧ୍ୟାହ୍ନ ଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏଭଳି […]

miday-meal-inpoisen-in-dkl

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 06:43 PM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ସ୍କୁଲରେ ମଧ୍ୟହ୍ନ ଭୋଜନକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ଆସୁଛି ବିଭ୍ରାଟ ଖବର। କେଉଁଠି ପିଲାଙ୍କୁ ନିୟମିତ ଖାଇବାକୁ ଦିଆଯାଉନି ତ କେଉଁଠି ଚାଉଳ ଓ ଡାଲି ଚୋରି କରୁଛନ୍ତି କର୍ମଚାରୀ। ତ ପୁଣି କେଉଁଠି ଅଣ୍ଡା ଦିଆଯାଉ ନଥିବାରୁ ପିଲା ଅସନ୍ତୁଷ୍ଟ। ଏପରି ସମୟରେ ଆଜି ଢେଙ୍କାନାଳ ଜିଲ୍ଲାର ଏକ ସ୍କୁଲରୁ ପୁଣି ଅଭିଯୋଗ ଆସିଛି।

ଏଠାରେ ମଧ୍ୟାହ୍ନ ଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୋଡଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଆଜି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ବାନ୍ତି କରିଥିଲେ। ଏପରିକି କେତେକ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇଥିଲା। ଏ ସମ୍ପର୍କରେ ଶିକ୍ଷକ ଜାଣିପାରି ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ୧୭ ଜଣଙ୍କୁ ଡିସର୍ଚାଜ କରାଯାଇଛି। ଅନ୍ୟ ୪ ଜଣ ଛାତ୍ରଛାତ୍ରୀଙ୍କର ଚିକିତ୍ସା ଜାରି ରହିଛି। ତେବେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବାରୁ ଖାଦ୍ୟ ବିଷାକ୍ତ ହୋଇଥିବା ଅଭିଯୋଗ ହୋଇଛି।

Related story