Advertisment

ପରୀ ହତ୍ୟାକାରୀ ଦଣ୍ଡ ପାଉ: ଅରୁଣ ସାହୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର କୁନି ଝିଅ ‘ପରୀ’ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଙ୍ଗାମା ହୋଇଛି। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ବିରୋଧୀଙ୍କ ହୋହଲ୍ଲା ପାଇଁ ୧୫ ମିନିଟ ଗୃହ ମୁଲତବି। ୧୫ ମିନିଟ୍‌ ପରେ ଗୃହ କାର୍ଯ୍ୟ ଆରମ୍ଭ ହେଲା। ପରୀ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଲେ ମନ୍ତ୍ରୀ ଅରୁଣ ସାହୁ। ସେ କହିଥିଲେ, ପରୀ ନ୍ୟାୟ ପାଉ। ଗୃହ ଭିତରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ପରୀ ହତ୍ୟାକାରୀ ଦଣ୍ଡ ପାଉ: ଅରୁଣ ସାହୁ

pari

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର କୁନି ଝିଅ ‘ପରୀ’ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ହଙ୍ଗାମା ହୋଇଛି। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ବିରୋଧୀଙ୍କ ହୋହଲ୍ଲା ପାଇଁ ୧୫ ମିନିଟ ଗୃହ ମୁଲତବି। ୧୫ ମିନିଟ୍‌ ପରେ ଗୃହ କାର୍ଯ୍ୟ ଆରମ୍ଭ ହେଲା। ପରୀ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଲେ ମନ୍ତ୍ରୀ ଅରୁଣ ସାହୁ। ସେ କହିଥିଲେ, ପରୀ ନ୍ୟାୟ ପାଉ।

Advertisment

ଗୃହ ଭିତରେ ରଖିଥିବା ବିବୃତିକୁ ବାହାରେ ଦୋହରାଇଲେ ଅରୁଣ। ସେ କହିଛନ୍ତି-“ଏଭଳି ଏକ ସମ୍ବେଦନଶୀଳ ଘଟଣା ମୋତେ ବ୍ୟଥିତ କରିଛି। ମୁଁ ଗଭୀର ମର୍ମାହତ, ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ। ମୋ ରାଜନୈତିକ ଜୀବନରେ ହିଂସାର ମୁଁ ଘୋର ବିରୋଧୀ। ଯେକୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ। କ୍ରାଇମବ୍ରାଞ୍ଚ ତଦନ୍ତରେ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ବିଶ୍ୱାସ ରହିଛି। ଏଥିରେ ଯିଏ ବି ଜଡ଼ିତ ଥାଆନ୍ତୁ, ଦଣ୍ଡିତ ହେବା ଦରକାର। ଘଟଣାକୁ ରାଜନୀତିକରଣ ନକରାଯାଉ। ପରୀ ନ୍ୟାୟ ପାଉ। ସତ୍ୟ ଉନ୍ମୋଚନ ହେଉ।”

ପୂର୍ବରୁ ଅରୁଣ ଗୃହରେ ବିବୃତ୍ତି ରଖି କହିଥିଲେ-“ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ମୁଁ ଗଭୀର ମର୍ମାହତ। ହିଂସାକୁ ମୁଁ ବିରୋଧ କରେ। କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି। ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ, କାର୍ଯ୍ୟାନୁଷ୍ଠାନ ହେଉ। ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ।”

Advertisment

ଅରୁଣଙ୍କ ବିବୃତ୍ତି ବେଳେ ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି ରଖିଥିଲେ। ପରେ ଗୃହକୁ ଆସନ୍ତାକାଲି ଯାଏ ଗୃହକୁ ମୁଲତବି ରଖିଲେ ବାଚସ୍ପତି।

ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ସାହୁଙ୍କ ସମ୍ପୃକ୍ତି ରହିଛି। ଏପରି ଅଭିଯୋଗ ଆଣି ଗତ ଦୁଇ ଦିନ ତଳେ ସୁରକ୍ଷା ବଳୟ ଭାଙ୍ଗି ପୁରୀର ବାପା ଓ ମାଆ ବିଧାନସଭା ସମ୍ମୁଖକୁ ଆସି ଦେହରେ ଡିଜେଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ସେଠାରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲା। ପରେ ପୂରା ଘଟଣା ସମ୍ନାକୁ ଆସିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ମାମଲା ବିଧାନସଭାରେ ଉଠିଥିଲା। ଦୁଇ ଦିନ ଧରି ହୋହଲ୍ଲା ପରେ ଆଜି ଖୋଦ୍‌ ମନ୍ତ୍ରୀ ଶ୍ରୀ ସାହୁ ବିବୃତ୍ତି ରଖିଥିଲେ।

ଆଗକୁ ପଢ଼ନ୍ତୁ : ‘କ୍ରାଇମବ୍ରାଞ୍ଚ ଉପରେ ଭରସା ପାଉନି, ସିବିଆଇ ତଦନ୍ତ କରୁ’

Odisha Politics Arun Sahu