Advertisment

ବିଦେଶ ପ୍ରିୟ, ମନ୍ତ୍ରୀଙ୍କ ପୁଅ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସେ ସ୍ୱପ୍ନର ବଣିକ। ଯେବେ ତାଙ୍କ ଇଛାରେ ପର ଲାଗିଯାଏ ପ୍ରଜାପତି ଭଳି ସେ ଘେରାଏ ବୁଲିଦେଇ ଆସନ୍ତି। ଆକାଶରେ ଉଡ଼ିବୁଲିବା ତାଙ୍କର ନିଶା। ଭଅଁର ଭଳି ବିଶ୍ୱକୁ ବୁଲି ବୁଲି ଭ୍ରମଣ କରିବା ତାଙ୍କର ସୌକ। ଏ ଦେଶରୁ ସେ ଦେଶ ବୁଲି ନୂଆ ନୂଆ ଜାଗା ଦେଖିବା ତାଙ୍କର ଢେର ଇଛା। ସେଇଥିପାଇଁ ତ’ ସେ ଲେଖନ୍ତି ‘be a part of my luxury travelling journey’। ସ୍ବାସ୍ଥ୍ୟମନ୍ତ୍ରୀ @nabadasjsg […]

ଅଦ୍ୟତନ ହୋଇଛି
ବିଦେଶ ପ୍ରିୟ, ମନ୍ତ୍ରୀଙ୍କ ପୁଅ !

90

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସେ ସ୍ୱପ୍ନର ବଣିକ। ଯେବେ ତାଙ୍କ ଇଛାରେ ପର ଲାଗିଯାଏ ପ୍ରଜାପତି ଭଳି ସେ ଘେରାଏ ବୁଲିଦେଇ ଆସନ୍ତି। ଆକାଶରେ ଉଡ଼ିବୁଲିବା ତାଙ୍କର ନିଶା। ଭଅଁର ଭଳି ବିଶ୍ୱକୁ ବୁଲି ବୁଲି ଭ୍ରମଣ କରିବା ତାଙ୍କର ସୌକ। ଏ ଦେଶରୁ ସେ ଦେଶ ବୁଲି ନୂଆ ନୂଆ ଜାଗା ଦେଖିବା ତାଙ୍କର ଢେର ଇଛା। ସେଇଥିପାଇଁ ତ’ ସେ ଲେଖନ୍ତି ‘be a part of my luxury travelling journey’।

Advertisment

https://twitter.com/heitibhaina/status/1336581530647363586?s=20

ଆମେ କହୁଛୁ ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶଙ୍କ ପୁଅ ବିଶାଲ ଦାଶଙ୍କ କଥା। ଭ୍ରମଣକୁ ଅତ୍ୟନ୍ତ ଭଲ ପାଉଥିବା ବିଶାଲ ଏଯାଏଁ ୫୧ ଦେଶ ବୁଲି ସାରିଲେଣି । ଏକଥା ତାଙ୍କ ସୋଶାଲ ମିଡିଆ ଉଲ୍ଲେଖ ରହିଛି। ସୋଶାଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ଭ୍ରମଣର ଫଟୋର ସ୍କ୍ରିନ୍‌ ଶଟ୍‌। ଟୁଇଟରର ଏହି ଫଟୋ ସବୁ ସେୟାର ହେଉଛି। ଭିନ୍ନ ଭିନ୍ନ ଜାଗା ସହ ଭଳି ଭଳିକି ପୋଜର ରହିଛି ଫଟୋ। ମନ୍ତ୍ରୀଙ୍କ ପୁଅଙ୍କ ଏହି ବିଳାସମୟ ଯାତ୍ରାକୁ ନେଇ ବିଭିନ୍ନ ମନ୍ତବ୍ୟ ମଧ୍ୟ ଆସୁଛି। ଲକ ଡାଉନରେ ଚାର୍ଟର ପ୍ଲେନ୍‌ରେ ବୁଲି ଗୋପାଳପୁର ବିଧାୟକ ଜନବିରୋଧୀ ଆଖ୍ୟା ପାଇଥିବା ବେଳେ ଏବେ ବିଧାୟକଙ୍କର ପୁଅ ଏହି ଅକାଶ ଉଡ଼ା ପ୍ରୀତି କେଉଁ ବର୍ଗରେ ଆସିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଆଗକୁ ପଢ଼ନ୍ତୁ : ରାଜ୍ୟପାଳ ଦେଲେ ରିପୋର୍ଟ, ବେଙ୍ଗଲ ଡିଜିପି ଓ ମୁଖ୍ୟ ସଚିବଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସମନ

Advertisment
Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe