ରାଜ୍ୟପାଳ ଦେଲେ ରିପୋର୍ଟ, ବେଙ୍ଗଲ ଡିଜିପି ଓ ମୁଖ୍ୟ ସଚିବଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସମନ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନଭୟ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛନ୍ତି ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧନକର। ଏଥିରେ ସେ ନଡ୍ଡାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ କନଭୟ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗା ଦିଆଯାଇ ନଥିଲା ବୋଲି କହିଛନ୍ତି। ରିପୋର୍ଟ ପାଇବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କ୍ଷୁବ୍ଧ ହୋଇଛି। ଏଥିସହ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଅଭିଯୋଗ ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ବେଙ୍ଗଲ ଡିଜିପି ଓ […]

dt

dt

Hemant Lenka
  • Published: Friday, 11 December 2020
  • Updated: 11 December 2020, 12:58 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନଭୟ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛନ୍ତି ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧନକର। ଏଥିରେ ସେ ନଡ୍ଡାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ କନଭୟ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗା ଦିଆଯାଇ ନଥିଲା ବୋଲି କହିଛନ୍ତି।

ରିପୋର୍ଟ ପାଇବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କ୍ଷୁବ୍ଧ ହୋଇଛି। ଏଥିସହ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଅଭିଯୋଗ ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ବେଙ୍ଗଲ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରାଯାଇଛି। ଡିସେମ୍ବର ୧୪ରେ ଉଭୟଙ୍କୁ ହାଜର ହେବାକୁ କୁହାଯାଇଛି।

ଗୁରୁବାର ଜେପି ନଡ୍ଡାଙ୍କ ସହ ବହୁ ବରିଷ୍ଠ ନେତା ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଯାଉଥିଲେ। ଏହି ସମୟରେ ସେମାନଙ୍କ କନଭୟ ଉପରକୁ ପଥର ମାଡ଼ ହୋଇଥିଲା। ଏଥିରେ ବିଜେପି ନେତା ମୁକୁଲ ରୟ ଓ ବିଜୟଭର୍ଗୀୟା ଆହତ ହୋଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସେହିପରି ଆକ୍ରମଣ ପଛରେ କ୍ଷମତାସୀନ ଟିଏମସିର ହାତ ଥିବା ବିଜେପି କହିଛି।

ଘଟଣାକୁ ନେଇ ବିବାଦ ଉପୁଜିବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟପାଳଙ୍କୁ ଘଟଣାର ରିପୋର୍ଟ ମାଗିଥିଲେ। ରାଜଭବନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଗୁରୁବାର ଘଟଣା ବେଳେ ସ୍ଥାନୀୟ ପୁଲିସ୍‌ ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼କାଡ଼ି କରିବାର ଥିଲା।

ହେଲେ ପୁଲିସ୍‌ ପ୍ରୋଟକଲକୁ ଉଲ୍ଲଙ୍ଘନ କରିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କନଭୟ ଉକ୍ତ ରାସ୍ତାରେ ଯିବାର ଥିଲା ବୋଲି ବହୁ ପୂର୍ବରୁ ପୁଲିସ୍‌କୁ କୁହାଯାଇଥିଲା। ହେଲେ ପୁଲିସ୍‌ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ନଥିଲା। ଏଥିସହ ରାଜ୍ୟପାଳ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ସେ ବେଙ୍ଗଲର ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟପାଳଙ୍କ ରିପୋର୍ଟ ପାଇବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରିଛି।

ଅନ୍ୟପକ୍ଷରେ ରାଜ୍ୟପାଳ ଜଗଦୀପ ଜାତୀୟ ମହିଳା କମିଶନର ଅଧ୍ୟକ୍ଷଙ୍କ ସହ ବୈଠକ କରି ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story