ମିନିଟ୍ରକ୍‌ ଧକ୍କାରେ ଚାଲିଗଲା ଜୀବନ; ମାତ୍ର ୧୦ ଦିନ ତଳେ ବାହା ହୋଇଥିଲେ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମଧୁପୁର ଛକରେ ଏକ ବାଇକ୍‌କୁ ମିନିଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଜିତେନ୍ଦ୍ର ଦେହୁରୀ। ତାଙ୍କ ଘର ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କୁମ୍ଭିଆ ଗାଁରେ। ସେ ମାତ୍ର ୧୦ ଦିନ ତଳେ ବାହା ହୋଇଥିଲେ ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଭାବେ ଆହତ ଯୁବକଙ୍କ ନାଁ ଆକାଶ ବାଘ। ତାଙ୍କ ଘର ବି […]

truck

Jitendra Garnayak
  • Published: Sunday, 12 May 2019
  • , Updated: 12 May 2019, 11:19 AM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମଧୁପୁର ଛକରେ ଏକ ବାଇକ୍‌କୁ ମିନିଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ନାଁ ଜିତେନ୍ଦ୍ର ଦେହୁରୀ। ତାଙ୍କ ଘର ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କୁମ୍ଭିଆ ଗାଁରେ। ସେ ମାତ୍ର ୧୦ ଦିନ ତଳେ ବାହା ହୋଇଥିଲେ ବୋଲି ଜଣାପଡ଼ିଛି।

ସେହିପରି ଗୁରୁତର ଭାବେ ଆହତ ଯୁବକଙ୍କ ନାଁ ଆକାଶ ବାଘ। ତାଙ୍କ ଘର ବି କୁମ୍ଭିଆରେ। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜିତେନ୍ଦ୍ର ଓ ଆକାଶ ସୋନପୁରରୁ କୁମ୍ଭିଆ ଅଭିମୁଖେ ଯାଉଥିବା ବେଳେ ଭୋର୍ ପ୍ରାୟ ୪ଟା ବେଳେ ମଧୁପୁର ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ମିନିଟ୍ରକ୍‌ଟି ସେଠାରୁ ଖସି ପଳାଇ ଯାଇଥିଲା।

ବୌଦ୍ଧ ଟାଉନ୍ ଥାନା ପୁଲିସ୍ ଜିତେନ୍ଦ୍ରଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତା’ସହିତ ଘଟଣାର ଅଧିକ ତଦନ୍ତ କରୁଛି।

Related story