ବଡ଼ ଭାଇ ଆଗରେ ବୁଡ଼ିଗଲା ସାନ ଭାଇ

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିଙ୍କୁଳାବାହାଳ ଗାଁରେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଶକ୍ତି ରଞ୍ଜନ ନାଏକ। ତାଙ୍କୁ ୯ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, ସିଙ୍କୁଳାବାହାଳ ଗାଁର ସନ୍ତୋଷ ନାଏକଙ୍କ ଦୁଇ ପୁଅ ସୌମ୍ୟ ରଞ୍ଜନ ଓ ଶକ୍ତି ରଞ୍ଜନ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ତେବେ ଶକ୍ତି ବୁଡ଼ି ଯାଇଥିଲେ। ଏହା ଦେଖି ସୌମ୍ୟ ପାଟି କରିଥିଲେ। ଫଳରେ ପାଖରେ ଗୋରୁ ଚରାଉଥିବା କିଛି […]

Drowning

Drowning

Jitendra Garnayak
  • Published: Saturday, 04 July 2020
  • Updated: 04 July 2020, 12:01 PM IST

Sports

Latest News

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିଙ୍କୁଳାବାହାଳ ଗାଁରେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଶକ୍ତି ରଞ୍ଜନ ନାଏକ। ତାଙ୍କୁ ୯ ବର୍ଷ ହୋଇଥିଲା।

ସୂଚନା ଅନୁଯାୟୀ, ସିଙ୍କୁଳାବାହାଳ ଗାଁର ସନ୍ତୋଷ ନାଏକଙ୍କ ଦୁଇ ପୁଅ ସୌମ୍ୟ ରଞ୍ଜନ ଓ ଶକ୍ତି ରଞ୍ଜନ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ତେବେ ଶକ୍ତି ବୁଡ଼ି ଯାଇଥିଲେ। ଏହା ଦେଖି ସୌମ୍ୟ ପାଟି କରିଥିଲେ। ଫଳରେ ପାଖରେ ଗୋରୁ ଚରାଉଥିବା କିଛି ଲୋକ ଆସି ଶକ୍ତିଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ସନ୍ତୋଷ ବେଙ୍ଗାଲୁରୁରେ କାମ କରନ୍ତି। ତାଙ୍କ ସ୍ତ୍ରୀ ଜମିକୁ କାମ କରିବାକୁ ଯାଇଥିବା ବେଳେ ଦୁଇ ପୁଅ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos