ଭଉଣୀ ଘରକୁ ଚତୁର୍ଥୀ ଭାର ନେଇ ଆସିଥିଲା, ଆଉ ଫେରିଲାନି

  ଯାଜପୁର (ଗୁଲାମ ଗସ): ଭାଗ୍ୟ କାହାକୁ କେତେବେଳେ କୁଆଡ଼େ ନେଇଯିବ ତାହା କାହାକୁ ଜଣାନାହିଁ। ମଣିଷ ଜୀବନରେ ବି ଅନେକଥର ସେମିତି ଘଟଣା ଘଟିଥାଏ। ସୁଖ ସମୟରେ ଚାଲିଆସେ ଦୁଃଖର ଖବର। ଆଉ ଦୁଃଖ ସମୟରେ ବି ମିଳିଯାଏ ସୁଖର ଖବର। ଏମିତି ଏକ ଘଟଣା ଆଜି ସାରା ଯାଜପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ଭଁରା ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା। ଭଉଣୀ ଘରକୁ ଚତୁର୍ଥୀ ଭାର […]

drowing

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 03:47 PM IST

 

ଯାଜପୁର (ଗୁଲାମ ଗସ): ଭାଗ୍ୟ କାହାକୁ କେତେବେଳେ କୁଆଡ଼େ ନେଇଯିବ ତାହା କାହାକୁ ଜଣାନାହିଁ। ମଣିଷ ଜୀବନରେ ବି ଅନେକଥର ସେମିତି ଘଟଣା ଘଟିଥାଏ। ସୁଖ ସମୟରେ ଚାଲିଆସେ ଦୁଃଖର ଖବର। ଆଉ ଦୁଃଖ ସମୟରେ ବି ମିଳିଯାଏ ସୁଖର ଖବର।

ଏମିତି ଏକ ଘଟଣା ଆଜି ସାରା ଯାଜପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ଭଁରା ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା। ଭଉଣୀ ଘରକୁ ଚତୁର୍ଥୀ ଭାର ନେଇ ଆସିଥିବା ଜଣେ ନାବାଳକ ନଦୀରେ ବୁଡ଼ି ପ୍ରାଣ ହରାଇଛି। ତା ନାଁ ତପନ ଜେନା। ସେ ହେଉଛି ସେହି ଭଁରା ପଞ୍ଚାୟତର ସଙ୍ଗୁଆ ଗଦେଈପୁର ଗାଁର ସୁବାସ ଜେନାଙ୍କ ୧୪ ବର୍ଷର ପୁଅ।

ଚାରିଦିନ ତଳେ ତପନର ବଡ଼ଭଉଣୀଙ୍କର ବାହାଘର ସରିଥିଲା। ସେଥିପାଇଁ ଘରେ ଉତ୍ସବର ପରିବେଶ ଲାଗି ରହିଥିଲା। ତପନ ମଧ୍ୟ ଭଉଣୀ ବାହାଘର ପାଇଁ ଖୁବ୍ ଖୁସି ଥିଲା। ବାହାଘର ସୁରୁଖୁରୁରେ ସରିବା ପରେ ଗତକାଲି ଭଉଣୀର ଚତୁର୍ଥୀ ଦିନ ସେ ବାହାରିଥିଲା ଭଉଣୀ ଭିଣୋଇଙ୍କ ଗାଁକୁ। ତା’ରି ହାତରେ ହିଁ ଘରଲୋକେ ପଠାଇଥିଲେ ଚତୁର୍ଥୀ ଭାର। ଗତକାଲି ସେ ଭଉଣୀ ଘରକୁ ଚତୁର୍ଥୀ ଭାର ନେଇ ଆସିଥିଲା। କିନ୍ତୁ ସେ କ’ଣ ଜାଣିଥିଲା ଭଉଣୀ ଘରେ ହିଁ ସେ କାଟିବ ତା ଜୀବନର ଶେଷଦିନ?

ଆଜି ସକାଳେ ସେ ନିକଟସ୍ଥ ନଦୀରେ ଗାଧୋଇବାକୁ ଯାଇଥିଲା କିନ୍ତୁ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲା। ଲୋକେ ତାକୁ ପାଣିରୁ ଉଦ୍ଧାର କରି ତୁରନ୍ତ ଯାଜପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Related story